Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡିରେ ଅଢ଼େଇ ହଜାର ବିଜେପି ନେତା ଓ କର୍ମୀ

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀର ସଂଗ୍ରାମ କେଶରୀ ପାଇକରାୟ ତାଙ୍କ ଅଢ଼େଇ ହଜାରରୁ ଊଦ୍ଧ୍ୱର୍ ସମର୍ଥକଙ୍କୁ ଧରି ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଶ୍ରୀ ପାଇକରାୟ ଏବଂ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂଗ୍ରାମ ଜଣେ ଭଲ ସଂଗଠକ । ସଂଗ୍ରାମଙ୍କ ସହ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ ଫଳରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆମ ଦଳ ଆହୁରି ଶକ୍ତିଶାଳୀ ହୋଇପାରିବ । ବିଜେଡିରେ ଯୋଗଦେବା ଅବସରରେ ଶ୍ରୀ ପାଇକରାୟ କହିଥିଲେ ଯେ ମୁଁ ଯେଉଁ ବିକାଶ ଓ ତଳ ସ୍ତରର ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟ ନେଇ ବିଜେପିରେ ଯୋଗ ଦେଇଥିଲି, ତାହା ସମ୍ଭବ ହେଲା ନାହିଁ । ବିଜେପି ବିଶେଷତଃ ହିଂସାତ୍ମକ ଉପାୟରେ ରାଜନୀତି କରିବାକୁ ଚାହେଁ । ସେହିପରି ବିଜେପି ଶାସିତ ରାଜ୍ୟ ଛତିଶଗଡ଼ ମହାନଦୀ ଉପରେ ଏକାଧିକ ବ୍ୟାରେଜ୍‍ ନିର୍ମାଣ କରି ଓଡ଼ିଶାର ପ୍ରାପ୍ୟ ମହାନଦୀର ଜଳକୁ ଅଟକ ରଖିବା ପ୍ରସଂଗରେ ରାଜ୍ୟ ବିଜେପି ଟାଳଟୁଳ ନୀତି ଅବଲମ୍ବନ କରୁଛି, ଯାହା ମୁଁ ପସନ୍ଦ କଲିନାହିଁ । ସେଥିଯୋଗୁ ଆଜି ମୁଁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଛି ।
ଏକାମ୍ର-ଗ୍ରାମୀଣ ମଣ୍ଡଳ ସଭାପତି ରବୀନ୍ଦ୍ର କୁମାର ପାତ୍ର, ରାଜରାଣୀ ମଣ୍ଡଳ ସଭାପତି ସମରେଶ ବେଉରା, ଟିକରାପଡ଼ା ସମିତି ସଭ୍ୟ ବିଭୂତି ଭୂଷଣ ପ୍ରଧାନ, ଶିଶୁପାଳଗଡ଼ ସମିତି ସଭ୍ୟା ରଶ୍ମୀତା ଶ୍ରୀଚନ୍ଦନ, ବରିଷ୍ଠ ସଭ୍ୟ ବିକ୍ରମ କୁମାର ସୁନ୍ଦରାୟ, ଉପସଭାପତି ବିଜୟ କୁମାର ସାମନ୍ତରାୟ, ସୁବ୍ରତ କୁମାର ପାଇକରାୟ, ସୁଧାଂଶୁ ଶେଖର ସୁବୁଦ୍ଧି, ସାଧାରଣ ସଂପାଦକ ରଶ୍ମୀ ରଞ୍ଜନ ଶ୍ରୀଚନ୍ଦନ, ସଂପାଦକ ଜ୍ୟୋତି ରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଯୁବ ମୋର୍ଚ୍ଚା ସଭାପତି ବିଶ୍ୱ ରଞ୍ଜନ ଛୁଆଳସିଂ, ଓବିସି ମୋର୍ଚ୍ଚା ସଭାପତି ଭକ୍ତ ଭୂଷଣ ବାରିକ, କୃଷକ ମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ସ୍ୱାଇଁ, ଏସ୍‍ସି ମୋର୍ଚ୍ଚା ସଭାପତି ଶିବ ଶଙ୍କର ଭୋଇ, ଶିଶୁପାଳଗଡ଼ ନାଏବ ସରପଞ୍ଚ ବ୍ରହ୍ମାନନ୍ଦ ପାତ୍ର, ୱାର୍ଡ ସଭ୍ୟ ଲକ୍ଷ୍ମୀପ୍ରିୟା ଦେଇ, ରୀତାଞ୍ଜଳି ଭୋଇ, ନିରଞ୍ଜନ ଭୋଇ, ଅପୂର୍ବ ସେନାପତି, ଭାରତୀ ମହାନ୍ତିଙ୍କ ସମେତ ୨୫୦୦ରୁ ଊଦ୍ଧ୍ୱର୍ ବିଜେପି ସମର୍ଥକ ଆଜି ବିଜୁ ଜନତା ଦଳରେ ଯୋଗଦେଇଥିଲେ ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଆଜିର ଏହି ଯୋଗଦାନ ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦଳର ସାଧାରଣ ସଂପାଦକ ଦେବାଶିଷ ସାମନ୍ତରାୟ, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଭୁବନେଶ୍ୱର ଜୋନ୍‍ ଛାତ୍ର ବିଜେଡି ସଭାପତି ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top