Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ରନ୍ଧନ ଗ୍ୟାସ୍‍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ମହିଳା ବିଜେଡିର ବିକ୍ଷୋଭ

ଭୁବନେଶ୍ୱର : ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ମହିଳା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ମହିଳା ବିଜେଡି ସଦସ୍ୟ ଓ କର୍ମକର୍ତ୍ତାମାନେ ରାଜମହଲ ଛକରେ ଏକତ୍ରିତ ହୋଇ ସବ୍‍ସିଡି ଯୁକ୍ତ ଓ ଅଣସବ୍‍ସିଡି ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ଦରବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍‍ ଦେଇ ପ୍ରତିବାଦ ଜଣାଇଥିଲେ । ରାଜମହଲ ଛକରୁ ମହିଳା ବିଜେଡିର ରାଲି ମାଷ୍ଟର କ୍ୟାଣ୍ଟିନ୍‍ ଅଭିମୁଖେ ଯାଇ ସେଠାରେ ପହଞ୍ôଚବା ପରେ ଏକ ପଥପ୍ରାନ୍ତ ସଭା କରାଯାଇଥିଲା । ଦଳୀୟ ମହିଳା ସଦସ୍ୟାମାନେ କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ୍‍ ଦରବୃଦ୍ଧିର ନିନ୍ଦା କରି କହିଥିଲେ ଯେ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରାଳୟ ପ୍ରଥମେ ପେଟ୍ରୋଲ ଓ ଡିଜେଲ୍‍ ଦର କ୍ରମାଗତ ଭାବେ ବୃଦ୍ଧି କଲା । ପୁଣି ଏହାର ଦର କମାଇବାକୁ ଯାଇ ଉଭୟ ପେଟ୍ରୋଲ ଓ ଡିଜେଲ୍‍ ଲିଟର ପିଛା ବୁଧବାର ମାତ୍ର ୧ ପଇସା କମାଇଲା, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ । ପେଟ୍ରୋଲ ଓ ଡିଜେଲ୍‍ର ବର୍ଦ୍ଧିତ ଦରରେ ଜନସାଧାରଣ ସନ୍ତୁଳି ହେଉଥିବା ବେଳେ ଏବେ କେନ୍ଦ୍ର ସରକାର ହାଣ୍ଡିଶାଳକୁ ଆକ୍ରମଣ କରିଛନ୍ତି । ଅଣସବ୍‍ସିଡି ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ପିଛା ୪୮ ଟଙ୍କା ଓ ସବ୍‍ସିଡି ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ପିଛା ୨ଟଙ୍କା ୩୪ ପଇସା ବୃଦ୍ଧି କରିବା କେନ୍ଦ୍ର ସରକାରଙ୍କ ଅପରିଣାମଦର୍ଶୀ ପଦକ୍ଷେପ । ବିଜେପି ନେତୃତ୍ୱରେ ଗଠିତ କେନ୍ଦ୍ର ସରକାର ଏ ଦେଶର ମହିଳାମାନଙ୍କ ପାଇଁ ରନ୍ଧନ ଗ୍ୟାସ୍‍ କ୍ଷେତ୍ରରେ ସୁବିଧା ଦେବାକୁ ଯାଇ ‘ଉଜ୍ଜ୍ୱଳା ଯୋଜନା’ କରିବା ପରେ ସବ୍‍ସିଡି ଯୁକ୍ତ ରନ୍ଧନ ଗ୍ୟାସ୍‍ ମୂଲ୍ୟ ବଢ଼ାଇବା ଦ୍ୱାରା ଯୋଜନାର ହିତାଧିକାରୀଙ୍କୁ ଉପହାସ କରିଛି । ଏବେ ସେମାନେ ରନ୍ଧନ ଗ୍ୟାସ୍‍ ପାଇଁ ହନ୍ତସନ୍ତ ହେବେ । କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ସମସ୍ୟା, ବିଶେଷତଃ ମହିଳାମାନଙ୍କ ରୋଷେଇ ସମସ୍ୟାକୁ ବୁଝିବା ପରିବର୍ତ୍ତେ ପ୍ରଥମେ ଲଗାତାର ପେଟ୍ରୋଲ ଓ ଡିଜେଲ୍‍ ଦର ବୃଦ୍ଧି କରି ଚାଲିବା ପରେ ଏବେ ରନ୍ଧନ ଗ୍ୟାସ୍‍ ମୂଲ୍ୟ ବୃଦ୍ଧି କରି ଦେଶବାସୀଙ୍କ ରୋଷେଇ ଘରକୁ ଲାତ ମାରିଛନ୍ତି । ରନ୍ଧନ ଗ୍ୟାସ୍‍ ଦରବୃଦ୍ଧିକୁ ଶୀଘ୍ର ପ୍ରତ୍ୟାହାର କରାନଗଲେ ଆଗକୁ ଏହାର ପ୍ରତିବାଦରେ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଆଜି ରାଲିରେ ଉପସ୍ଥିତ ମହିଳା ବିଜେଡିର ସଦସ୍ୟମାନେ କହିଛନ୍ତି । ଆଜିର ଏହି ଶୋଭାଯାତ୍ରାରେ ମହିଳା ବିଜେଡି ଉପ-ସଭାନେତ୍ରୀ ଗୀତାଞ୍ଜଳି ବସ୍ତିଆ, ସଂଯୁକ୍ତା ମହଲ, ସୁନନ୍ଦା ଶତପଥୀ, ମହାମାୟା ସ୍ୱାଇଁ, ପ୍ରୀତିନନ୍ଦା ରାଉତରାୟ, ଦଳର ମୁଖପାତ୍ର ସୁଲୋଚନା ଦାସ, ମେୟର ଅନନ୍ତ ନାରାୟଣ ଜେନା, ସାଧାରଣ ସଂପାଦକ ସରଳା ସ୍ୱାଇଁ, ଡେପୁଟି ମେୟର କେ. ଶାନ୍ତି, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଭାରତୀ ସିଂହ, ସଂଯୁକ୍ତା ମହାନ୍ତି, କର୍ପୋରେଟର୍‍ ମାନସୀ ସୁନ୍ଦରାୟ, ଝୁନୁବାଳା ଦେଇ, ବାସନ୍ତୀ ସିଂହ, ପ୍ରଣତି ନାୟକ, ମମତା ସାହୁ, ବିନୟିନୀ ଜେନା, ବନ୍ଦନା ସାହୁ, ରାଜଲକ୍ଷ୍ମୀ ନାୟକ, ପୁଷ୍ପାଞ୍ଜଳି ସେଠୀ, ସୁସ୍ମିତା ଦାସ, ଭାନୁପ୍ରିୟା ଦାସ, ଗାୟତ୍ରୀ ଲେଙ୍କା, ରଞ୍ଜୁଲତା ରାୟ, ପୁଷ୍ପା ଦାସ, ମୋନାଲିସା ସାହୁଙ୍କ ସମେତ ଶତାଧିକ ମହିଳା କର୍ମୀ, ଗୃହିଣୀ, ମହିଳା ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top