Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ମହାନଦୀ ମହାସଂଗ୍ରାମର ହେବ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ : ବିଜେଡି

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୟୁ-ଟର୍ଣ୍ଣ ପରେ ବିଜେପିକୁ ଘେରିବା ପାଇଁ ବିଜେଡି ଏହାକୁ ନୂଆ ଅସ୍ତ୍ର କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସରକାର ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ବିଜେପି ନେତାମାନେ ବାରମ୍ବାର ମହାନଦୀ ପ୍ରସଙ୍ଗରେ ମତ ପରିବର୍ତ୍ତନ କରୁଛନ୍ତି। ଏମିତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହାନଦୀ ଟ୍ରିବ୍ୟୁନାଲ୍ ନେଇ କଟକରେ ମିଥ୍ୟା ତଥ୍ୟ ଉପସ୍ଥାପନ କଲେ ବୋଲି ବିଜେଡି ଅଭିଯୋଗ କରିଛି। ବିଜେପି ଓ କେନ୍ଦ୍ରର ଏହା ଦୋମୁହାଁ ନୀତି । ମହାନଦୀ ମହାସଂଗ୍ରାମ ଚାଲିଛି ଓ ଚାଲିବ । ଆଗକୁ ଏହାର ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ କରାଯିବ । ଆଜି ବିଜେଡି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମୁଖପାତ୍ର ପ୍ରତାପ କେଶରୀ ଦେବ ଓ ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ଏହି ସୂଚନା ଦେଇଛନ୍ତି ।
ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ବିଜେପିର ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି, ଏପରିକି କେନ୍ଦ୍ର ବିଭାଗୀୟ ମନ୍ତ୍ରୀମାନଙ୍କ ମତ କାହା ସହିତ କାହାର ମେଳ ଖାଉନାହିଁ । ଏହି ଅଢ଼େଇ ବର୍ଷ ଭିତରେ କୌଣସି ସ୍ତରରେ ବିଜେପିର ମତ ଏକ ହୋଇପାରି ନାହିଁ । ଏଥିରୁ ସ୍ପଷ୍ଟ ହେଉଛି ବିଜେପିର କୌଣସି ନେତୃବୃନ୍ଦଙ୍କ ଓଡ଼ିଶା କିମ୍ବା ମହାନଦୀ ଉପରେ ସେମାନଙ୍କର କୌଣସି ନିଘା ନାହିଁ । ଶ୍ରୀ ପ୍ରଧାନ ରମଣ ସିଂହଙ୍କ ଉପରେ ଯେଉଁ ଟିପ୍ପଣୀ ରଖିଛନ୍ତି ଯେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁଲ୍‍ କଥା କହିଛନ୍ତି, ସେହି ଟିପ୍ପଣୀରେ ଆମର କୌଣସି ଲାଭ ହେବ ନାହିଁ । ସେହି ପରାମର୍ଶ ସେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଦିଅନ୍ତୁ, କି ଛତିଶଗଡ଼ ବେଆଇନ୍‍ ନିର୍ମାଣବନ୍ଦ କରୁ, ଅଣମୌସୁମୀ ସମୟରେ କଲ୍‍ମା ବ୍ୟାରେଜ୍‍ର ୬୫ଟି ଗେଟ୍‍ ଖୋଲୁ । ସରକାର ନ୍ୟାୟିକ ଲଢ଼େଇ ଲଢ଼ୁଛନ୍ତି, ବିଜୁ ଜନତା ଦଳ ଯେଉଁ ଜନମତ ଲଢ଼େଇ ଲଢ଼ୁଛି, ସେଥିରେ ବିଜେପି ସାମିଲ ହେଉ । ରାଜ୍ୟ ବିଜେପି ଛତିଶଗଡ଼ ସରକାରକୁ ପରାମର୍ଶ ଦେଇ ରାଜ୍ୟର ସ୍ୱାର୍ଥ ଓ ମହାନଦୀ ପ୍ରତି ଥିବା ପ୍ରତିବଦ୍ଧତା ପ୍ରକାଶ କରୁ । ଭାରତବର୍ଷରେ ଗଣତନ୍ତ୍ରର ଧାରା ଯେଉଁଭଳି କଡ଼ ଲେଉଟାଣି, ନିକଟରେ ଅନୁଷ୍ଠିତ ସମସ୍ତ ଉପ-ନିର୍ବାଚନରେ ବିଜେପିକୁ ଯେଭଳି ଜନସାଧାରଣ ପ୍ରତ୍ୟାଖ୍ୟାନ କଲେଣି, ସେହି ଭୟରେ କେନ୍ଦ୍ରମନ୍ତ୍ରୀ ବିବ୍ରତ ହୋଇ ରମଣ ସିଂହଙ୍କ ବିଷୟରେ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାହା ରାଜ୍ୟର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ, କେବଳ ରାଜ୍ୟରେ ନିଜର ଦଳକୁ ବଞ୍ଚାଇ ରଖିବା ପାଇଁ ଉଦ୍ଦିଷ୍ଟ । ନିକଟରେ ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ପାଇଁ ମହାସଂଗ୍ରାମ ଯାତ୍ରା ଶେଷ ହୋଇଛି, ଏବଂ ତୃତୀୟ ପର୍ଯ୍ୟାୟ ମହାସଂଗ୍ରାମ ପାଇଁ ଖୁବ୍‍ଶୀଘ୍ର ରୂପରେଖ ପ୍ରସ୍ତୁତ ହେବ । ଯେତେଦିନ ପର୍ଯ୍ୟନ୍ତ ମହାନଦୀର ସୁରକ୍ଷା ନହୋଇଛି ଏବଂ ଜନସାଧାରଣ ତାଙ୍କ ନ୍ୟାଯ୍ୟ ହକ୍‍ ପାଇନାହାନ୍ତି, ସେ ପର୍ଯ୍ୟନ୍ତ ବିଜୁ ଜନତା ଦଳ ରାଜରାସ୍ତାରେ ଲଢ଼େଇ ଜାରି ରଖିବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପ-ସଭାପତି ଶ୍ରୀ ମିଶ୍ର, ମୁଖପାତ୍ର ଶ୍ରୀ ଦେବ ଓ ସାଧାରଣ ସଂପାଦକ ଶ୍ରୀ ଦାସବର୍ମା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top