Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବୁଲବୁଲ୍ କ୍ଷୟକ୍ଷତି ସମୀକ୍ଷା: ୩ଲକ୍ଷ ହେକ୍ଟର ଫସଲ ଓ ୫୫୦୦ ଘର ନଷ୍ଟ

ସାମୁଦ୍ରିକ ଝଡ଼ ‘ବୁଲବୁଲ’ରେ ରାଜ୍ୟର କେହି ଜଣେ ବି ମୃତାହତ ହୋଇନାହାନ୍ତି। ୬ଟି ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ୩ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ପ୍ରାଥମିକ ଆକଳନ ଅନୁସାରେ ବିଭିନ୍ନ ଜିଲ୍ଲାରେ ପ୍ରାୟ ୫୫୦୦ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ମିଳିଛି।

ଭୁବନେଶ୍ୱର(ଓଡ଼ିଶା ୱେୟାର): ସାମୁଦ୍ରିକ ଝଡ଼ ‘ବୁଲବୁଲ’ରେ ରାଜ୍ୟର କେହି ଜଣେ ବି ମୃତାହତ ହୋଇନାହାନ୍ତି। ୬ଟି ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ୩ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି।
ବୁଲବୁଲ୍ ଗତକାଲି ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବରେ ଓଡ଼ିଶାର ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି। ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ବାତ୍ୟାରେ ମୁଖ୍ୟତଃ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ କ୍ଷତି ହୋଇଛି।
ଜିଲ୍ଲାସ୍ତରୀୟ ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ, ବୁଲବୁଲ୍ ଯୋଗୁ ପ୍ରାୟ ୩ଲକ୍ଷ ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ସେଥିରୁ ପ୍ରାୟ ୨ଲକ୍ଷ ହେକ୍ଟର ଜମିରେ ଶତକଡ଼ା ୩୩ ଭାଗରୁ ଅଧିକ ଫସଲ ନଷ୍ଟ ହୋଇଛି। ଫସଲ ନଷ୍ଟର ସଠିକ୍ ଆକଳନ ଆସନ୍ତା ୫ଦିନ ମଧ୍ୟରେ କରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲା କୃଷି ଓ ରାଜସ୍ୱ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆକଳନକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ସଠିକ୍ ଭାବେ କରିବାକୁ ସେ ତାଗିଦ୍ କରିଛନ୍ତି। ଫସଲ ନଷ୍ଟ ହୋଇଥିବା ଜମି ସହ ସମ୍ପୃକ୍ତ ଚାଷୀମାନଙ୍କର ଭିଡିଓଗ୍ରାଫି ଓ ଫଟୋଗ୍ରାଫ୍ କରିବା ପାଇଁ ମଧ୍ୟ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ବୁଲବୁଲ୍ ପ୍ରଭାବରେ ପ୍ରାଥମିକ ଆକଳନ ଅନୁସାରେ ବିଭିନ୍ନ ଜିଲ୍ଲାରେ ପ୍ରାୟ ୫୫୦୦ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ଏସବୁ ଯାଞ୍ଚ କରି ସଠିକ୍ ଓ ପ୍ରମାଣଭିତ୍ତିକ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପପବନମାଡ଼ ଯୋଗୁ କିଛି ମାଛଧରା ଡଙ୍ଗା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ପ୍ରଭାବିତ ୬ଟି ଜିଲ୍ଲାରେ ପ୍ରାୟ ୧୬ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ଦ୍ରୁତଗତିରେ କାମ ଯୋଗୁ ଏବେସୁଦ୍ଧା ୧୫ଲକ୍ଷ ଉପଭୋକ୍ତାଙ୍କୁ ପୁନଃ ବିଦ୍ୟୁତ ଯୋଗାଣ ହୋଇପାରିଛି। ମଙ୍ଗଳବାର ସନ୍ଧ୍ୟାସୁଦ୍ଧା ବାକି ସମସ୍ତ ଉପଭୋକ୍ତଙ୍କୁ ବିଦ୍ୟୁତ ଯୋଗାଇ ଦିଆଯିବ ।ଗଣମାଧ୍ୟମ ରିପୋର୍ଟ ଅନୁସାରେ ବୁଲବୁଲ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମାତ୍ର ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ବାତ୍ୟା ଯୋଗୁ ନୁହେଁ ବୋଲି ତଦନ୍ତରୁ ଜଣାପଡ଼ିଥିବାବେଳେ ଅନ୍ୟ ଜଣେ ମୃତ ବ୍ୟକ୍ତି ପ୍ରାୟ ୭୨ବର୍ଷ ବୟସ୍କ ବୃଦ୍ଧ। ସେ ଶୋଇଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇଁ ସ୍ଥାନୀୟ ତହସିଲଦାର ଓ ଆରଆଇ ତାଙ୍କ ଘରକୁ ଯାଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ କୌଣସି ବାହ୍ୟ କ୍ଷତଚିହ୍ନ ନଥିଲା କିମ୍ବା ସେ ଶୋଇଥିବା ଘରର କାନ୍ଥ ପଡ଼ିନଥିଲା । ତହସିଲଦାରଙ୍କ ଅନୁରୋଧ ସତ୍ୱେ ପରିବାର ଲୋକେ ମୃତକଙ୍କ ଶବ ବ୍ୟବଚ୍ଛେଦ କରିବାକୁ ସୁଯୋଗ ଦେଇନଥିଲେ। ତେବେ ଏହି ମୃତ୍ୟୁର ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏବେସୁଦ୍ଧା ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ସଂସ୍ଥାର କର୍ମଚାରୀମାନେ ପ୍ରଭାବିତ ୪୬ଟି ବ୍ଲକ ଓ ୧୨ଟି ସହରାଞ୍ଚଳରେ ରାସ୍ତାଘାଟ ସଫା କରି ଗମନାଗମନ ବ୍ୟବସ୍ଥାକୁ ପୁନଃ ସ୍ଥାପନ କରିଛନ୍ତି। ବାତ୍ୟା ଯୋଗୁ ଆଗୁଆ ସ୍ଥାନାନ୍ତର ହୋଇ ୯୧ଟି ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ୮୬୬୦ଜଣ ଲୋକଙ୍କୁ ଆବଶ୍ୟକୀୟ ଖାଦ୍ୟ ଓ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯାଇଥିଲା । ସ୍ଥିତି ସୁଧରିବା ପରେ ସେମାନେ ନିଜ ନିଜ ଘରକୁ ଫେରିଯାଇଛନ୍ତି।
ବୈଠକରେ ବିଭିନ୍ନ ବିଭାଗର ସଚିବ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top