ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଆଜି ପ୍ରଦେଶ ନିର୍ବାଚନ କମିଟି(ପିଇସି)ରେ ଆଉ ୪ଜଣ ବରିଷ୍ଠ ନେତାଙ୍କୁ ସାମିଲ କରିଛି।କଂଗ୍ରେସ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା,ଶ୍ରୀକାନ୍ତ ଜେନା,ଶରତ ରାଉତ ଓ ଜୟଦେବ ଜେନାଙ୍କୁ ପିଇସିରେ ସାମିଲ କରାଯାଇଛି।
ଅକ୍ଟୋବର ୧ ତାରିଖରେ ପିଇସି ବୈଠକ ବସିବାକୁ ଥିବାବେଳେ ଏହା ପୂର୍ବରୁ କମିଟିରେ ୪ଜଣ ବରିଷ୍ଠ ସଦସ୍ୟଙ୍କୁ ସାମିଲ କରାଯିବାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି।ସୂଚନାଯୋଗ୍ୟ ଅଗଷ୍ଟ ୧୫ତାରିଖରେ ୨୧ଜଣିଆ ପ୍ରଦେଶ ନିର୍ବାଚନ କମିଟି ଘୋଷଣା ହୋଇଥିଲା।


