Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ଯିବ ୫ କ୍ୱିଣ୍ଟାଲ ରୁପା

ପୁରୀ (ଓଡ଼ିଶା ୱେୟାର): ଶ୍ରୀମନ୍ଦିରର କଳାହାଟା ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆସନ୍ତାକାଲି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯିବ । ଜିଲ୍ଲାପାଳଙ୍କଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ଥିବା ରୁପାକୁ ସୁରକ୍ଷିତ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିରର ୭ଟି ଦ୍ୱାରର ରୁପା ଛାଉଣି କାମ ଶେଷ ହୋଇଛି । ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ୱାର ରୂପାଛାଉଣି ସରିଯାଇଛି । କେବଳ କଳାହାଟ ଦ୍ୱାର ରୁପା ଛାଉଣି ହେବା ବାକି ରହିଛି । ଆସନ୍ତା ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କଳାହାଟ ଦ୍ୱାରର ରୂପାଛାଉଣି କରାଯିବ । ପ୍ରାୟ ଏଗାରଟି ବାକ୍ସରେ ୫ କ୍ୱିଣ୍ଟାଲ ରୁପା ଥିବା ବେଳେ ଏହାକୁ ସୁରକ୍ଷିତ ରଖିବାକୁ ଏପରି ନିଷ୍ପତ୍ତି ନିଆଯାଇଛି।

ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି, ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରେ ଥିବା ରୁପାକୁ ଜିଲ୍ଲା ଟ୍ରେଜେରି ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତର କରାଯିବ । ଚଳିତ ସପ୍ତାହରେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରାଯିବ। ୨୦୨୨ ରଥ ଯାତ୍ରା ପର୍ଯ୍ୟନ୍ତ ତାହା ସେଠାରେ ରଖାଯିବ। ରଥଯାତ୍ରା ସମୟରେ ବାହାର କରାଯାଇ କଳାହାଟ ଦ୍ୱାର ରୁପା ଛାଉଣି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top