Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ରାଜ୍ୟର ୬ଲକ୍ଷ ଏସଏଚଜିକୁ ମିଳିବ ସ୍ମାର୍ଟଫୋନ୍

ଭୁବନେଶ୍ୱର(ଓଡବ୍ଲ୍ୟୁ): ରାଜ୍ୟର ୬ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)କୁ ସ୍ମାର୍ଟଫୋନ୍ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀଙ୍କ ପାଇଁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ପ୍ରତ୍ୟେକ ମହିଳା ଜ୍ଞାନ ଅର୍ଥନୀତିର ସୁଯୋଗ ପାଆନ୍ତୁ । ସ୍ମାର୍ଟଫୋନ୍ ମାଧ୍ୟମରେ ସେମାନଙ୍କୁ ଡିଜିଟାଲ ସଶକ୍ତିକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ୨୦୦୧ ମସିହାରୁ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏବେ ଏହା ଏକ ବିରାଟ ଆନ୍ଦୋଳନରେ ପରିଣତ ହୋଇଛି । ୬ଲକ୍ଷ ଗ୍ରୁପ୍, ୭୦ଲକ୍ଷ ମହିଳା ଓ ୫ହଜାର କୋଟି ଟଙ୍କାର ସଂଚୟ ସମ୍ଭବପର ହୋଇପାରିଛି । ବାର୍ଷିକ ପ୍ରାୟ ୨ହଜାର କୋଟି ଟଙ୍କାର କାରବାର ଏହି ଗ୍ରୁପ୍ କରୁଛନ୍ତି । ରାଜ୍ୟର ଏପରି କୌଣସି ଗାଁ କିମ୍ବା ପଡ଼ା ନାହିଁ ଯେଉଁଠି ମହିଳା ଏସଏଚଜି ନାହିଁ । ରାଜ୍ୟର ପ୍ରତି ଦ୍ୱିତୀୟ ପରିବାରର କେହିନା କେହି ମିଶନ ଶକ୍ତିର ସଦସ୍ୟ ଅଛନ୍ତି । ମାତୃ ମୃତ୍ୟୁହାର ସର୍ବାଧିକ ହ୍ରାସ କରି ଓଡ଼ିଶା ସବୁଠୁ ଆଗରେ ରହିଛି । ମହିଳାମାନଙ୍କ ସମ୍ପତି ମାଲିକାନା ଓଡ଼ିଶାରେ ସର୍ବାଧିକ । ସର୍ବୋପରି ବ୍ୟକ୍ତିଗତ ଭାବରେ ମୋ’ ପାଇଁ ସବୁଠୁ ସନ୍ତୋଷଜନକ କଥା ହେଉଛି ଆମ ରାଜ୍ୟରେ ଜନ୍ମ ନେଉଥିବା ପ୍ରତ୍ୟେକ ମହିଳାଙ୍କ ଆୟୁଷରେ ହାରାହାରି ୧୦ବର୍ଷ ବୃଦ୍ଧି ଘଟୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top