Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କାବୁଲ ବିମାନବନ୍ଦରରେ ଦଳା ଚକଟାରେ ୭ ମୃତ

କାବୁଲ: ଆଫଗାନିସ୍ତାନ ଦଖଲ ପରେ ତାଲିବାନର ରାଜୁତି ଆରମ୍ଭ ହୋଇଛି । ଫଳରେ ସେଠାରେ ପରିସ୍ଥିତି ଅତ୍ୟନ୍ତ ବିଶୃଙ୍ଖଳିତ ହୋଇପଡ଼ିଛି । ଲୋକେ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରର ହେଉଥିବା ଭିଡ଼ ଏହାର ପ୍ରମାଣ । ତେବେ ଏହି ଭିଡ଼ ମଧ୍ୟରେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ହୋଇଥିବା ଭିଡ଼ରେ ୭ ଜଣ ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟର କହିବାନୁସାରେ, ସ୍ଥିତି ଅଣାୟତ ପରିସ୍ଥିତି ରହିଛି । ପରିସ୍ଥିତି ଉପରେ ଯଥା ସମ୍ଭବ ଭାବେ ନିୟନ୍ତ୍ରଣ ଆଣିବାକୁ ପ୍ରୟାସ କରାଯାଉଛି ।

ସୂଚନାଯୋଗ୍ୟ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନର ଶାସନରୁ ବଞ୍ଚିବା ପାଇଁ ହଜାର ହଜାର ଲୋକ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଏକାଠି ହୋଇଥିଲେ। ତାଲିବାନ ଏକ ସପ୍ତାହ ପୂର୍ବରୁ ଆଫଗାନିସ୍ତାନ ରାଜଧାନୀରେ ସୁରକ୍ଷା ଅବସ୍ଥା ବିଗିଡି ଯାଇଥିବା ବେଳେ ଭାରତୀୟ ବାୟୁସେନା (ଓଇୠ)ର ଏକ ଉ-୧୭ ଗ୍ଲୋବାମାଷ୍ଟର ରବିବାର ୧୦୭ ଜଣ ଭାରତୀୟଙ୍କ ସମେତ ୧୬୮ ଜଣଙ୍କୁ କାବୁଲରୁ ସ୍ଥାନାନ୍ତର କରିଛି।

ଏହି ସମୟ ମଧ୍ୟରେ ଗତ କିଛି ଦିନ ମଧ୍ୟରେ ଆମେରିକା ଏବଂ ନାଟୋ ବିମାନ ଦ୍ୱାରା କାବୁଲରୁ ଦୋହାକୁ ନିଆଯାଇଥିବା ୧୩୫ ଭାରତୀୟ ନାଗରିକ ଦିଲ୍ଲୀରେ ପହଞ୍ଚିଛନ୍ତି । କୁହାଯାଉଛି ଯେ କାବୁଲରୁ ଦୋହାକୁ ଆଣିଥିବା ଭାରତୀୟମାନେ ଆଫଗାନିସ୍ତାନରେ ଉପସ୍ଥିତ ଥିବା ଅନେକ ବିଦେଶୀ କମ୍ପାନୀର କର୍ମଚାରୀ ଅଟନ୍ତି। ଏହା ବ୍ୟତୀତ ୮୭ ଭାରତୀୟ ଏବଂ ଦୁଇ ନେପାଳ ନାଗରିକ ରବିବାର ଦିନ ଏୟାର ଇଣ୍ଡିଆ ବିମାନ ଦ୍ୱାରା ତାଜିକିସ୍ତାନ ଦେଇ ଦିଲ୍ଲୀକୁ ଅଣାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top