ଭୁବନେଶ୍ୱର(ଓଡ଼ିଶା ୱେୟାର):ନିର୍ବାଚନ ସରିବା ପରେ ରାଜ୍ୟ ସରକାର ୯ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ୯ ଜିଲ୍ଲାପାଳଙ୍କ ମଧ୍ୟରେ ମାତ୍ର ଦେଢ଼ ମାସ ପୂର୍ବରୁ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ନିଯୁକ୍ତି ପାଇଥିବା ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି। ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ଜିଲ୍ଲା ଜିଲ୍ଲାପାଳ
କେନ୍ଦ୍ରାପଡ଼ା ସମର୍ଥ ବର୍ମା
ବାଲେଶ୍ୱର କେ.ସୁଦର୍ଶନ ଚକ୍ରବର୍ତ୍ତୀ
କୋରାପୁଟ ଡଃ ପୁମା ଟୁଟୁ
ନୂଆପଡ଼ା ମଧୁସ୍ମିତା ସାହୁ
ବୌଦ ଲଲାଟେନ୍ଦୁ ମିଶ୍ର
ଖୋର୍ଦ୍ଧା ସୀତାଂଶୁ କୁମାର ରାଉତ
କଟକ ଭବାନୀ ଶଙ୍କର ଚଇନି(ସିଡିଏ ଉପାଧ୍ୟକ୍ଷ-ଅତିରିକ୍ତ ଦାୟିତ୍ୱ)
ଜଗତସିଂହପୁର ସଂଗ୍ରାମ କେଶରୀ ମହାପାତ୍ର
ଝାରସୁଗୁଡ଼ା ଜ୍ୟୋତିରଞ୍ଜନ ପ୍ରଧାନ


