Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଭୁବନେଶ୍ବର ପରେ ପୁରୀ ରେ ବି ଲୋକାର୍ପିତ ହେଲା ‘ନିମନ୍ତ୍ରଣ’

ପୁରୀ (ଓଡ଼ିଶା ୱେୟାର) : ଭୁବନେଶ୍ବର ରେ ଗ୍ରାହକ ଓ ପର୍ଯ୍ୟଟକ ଙ୍କ ବିଶ୍ଵାସ ଜିତି ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସୁ ଥିବା ଓଟିଡିସି ପକ୍ଷରୁ ନିର୍ମିତ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ଆଜି ପୁରୀ ରେ ମଧ୍ୟ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏହାକୁ ଲୋକାର୍ପଣ କରିଛନ୍ତି। ଗତ ସେପ୍ଟମ୍ବର ମାସ ୩ ତାରିଖରେ ଭୁବନେଶ୍ଵର ରେ ‘ନିମନ୍ତ୍ରଣ’ ଉଦଘାଟିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ କରକମଳରେ ଲୋକାର୍ପିତ ହୋଇଥିବା ଏହି ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ର ଉଦ୍ଦେଶ୍ଯ ଥିଲା ଗ୍ରାହକ ଓ ପର୍ଯ୍ୟଟକ ଙ୍କୁ ସମ୍ପୂର୍ଣ୍ଣ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସିଦେବା। ଆଉ ଆରମ୍ଭ ହେବା ଦିନଠାରୁ ହିଁ ଉତ୍ତମ ଖାଦ୍ୟ ଓ ସେବା ପ୍ରଦାନ କରି ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟି ଯାଇଥିବା ‘ନିମନ୍ତ୍ରଣ’, ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ବେଶ୍ ସଫଳତା ହାସଲ କରିପାରିଛି। ‘ନିମନ୍ତ୍ରଣ’ ବିଗତ ତିନି ମାସ ମଧ୍ୟରେ ପାଖାପାଖି ୭୫ ଲକ୍ଷ ଟଙ୍କା ର ବ୍ୟବସାୟ କରିଥିବା ବେଳେ , ମାସିକ ହାରାହାରି ୨୦ ଲକ୍ଷ ଟଙ୍କା ଲାଭ କରିଛି। କେବଳ ସେତିକି ନୁହଁ ଭୁବନେଶ୍ବର ସ୍ଥିତ ନିମନ୍ତ୍ରଣ ରେଷ୍ଟୁରାଣ୍ଟ ସମେତ ଭିତରକନିକା, ହ୍ୱାଇଟ କ୍ରାବ୍, ଚନ୍ଦ୍ରଭାଗା ଓ କଟକ ର ସିଲଭର ସିଟି ବୋଟ୍ କ୍ଲବ୍ ରେ ପାଖାପାଖି ୭୫ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ୫୦୦ ରୁ ଉର୍ଦ୍ଧ ପରୋକ୍ଷ ନିଯୁକ୍ତି ଦେବା ସହ ଓଟିଡିସି ରାଜ୍ୟରେ ଏକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

ତେବେ ଭୁବନେଶ୍ଵର ରେ ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଲୋକାର୍ପଣ ସମୟରେ ଖୁବ୍ ଶୀଘ୍ର ପୁରୀ ଓ ସମ୍ବଲପୁର ରେ ମଧ୍ୟ ନିମନ୍ତ୍ରଣ ଆରମ୍ଭ କରିବାକୁ କଥା ଦେଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଆଜି ତାହା ପୂରଣ ହୋଇଛି । କେବଳ ନିମନ୍ତ୍ରଣ ନୁହଁ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ର ପ୍ରଚାର ଓ ପ୍ରସାର ପାଇଁ ଓଟିଡିସି ପକ୍ଷରୁ ଗତବର୍ଷ ଭଳି ଏବର୍ଷ ମଧ୍ୟ ‘ଆମ ଘର ଆମ ହାଣ୍ଡିଶାଳ’ ର ପରବର୍ତ୍ତୀ ସଂସ୍କରଣ ର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ଶ୍ରୀମତୀ ମିଶ୍ର ମତବ୍ୟକ୍ତ କରିଥିଲେ । ରାଜ୍ୟରେ ପର୍ଯ୍ୟଟନ ର ବିକାଶ ସହ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ର ସୁଦୂର ପ୍ରଚାର ଓ ପ୍ରସାର କରିବାରେ ଓଟିଡିସି ସଦା ଚେଷ୍ଟିତ ବୋଲି କହିଥିଲେ ପର୍ଯ୍ୟଟନ ବିଭାଗ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଚିନ୍ ଆର୍ ଯାଦବ । ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା , ଡିଏଫଓ ପି. ରାମସ୍ଵାମୀ, ଓଟିଡିସି ର ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି, କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ ପଣ୍ଡା, ଚିଫ୍ ସେଫ୍ ସଞ୍ଜୟ ସରକାର, ପୁରୀ ପାନ୍ଥନିବାସ ର ୟୁନିଟ୍ ହେଡ୍ ଚନ୍ଦ୍ରକାନ୍ତ ଦାସ ଏବଂ ଓଟିଡିସି ର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top