ଭୁବନେଶ୍ବର, (ଓଡ଼ିଶା ୱେୟାର) : ରାଜ୍ଯରେ ଅ।ହୁରି ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୧୪କୁ ବୃଦ୍ଧି ପାଇଛି। ନୂଆ ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ନେଇ ଅାଇଏଲ୍ଏସ୍ ପକ୍ଷରୁ ସୂଚନା ଦିଆଯାଇଛି । ୫ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି । ସମସ୍ତଙ୍କ ବୟସ ୨୨ରୁ ୪୪ ବର୍ଷ ବୟସ ମଧ୍ୟରେ ରହିଛି । ତେବେ ୪ ଜଣ କତାର, କଙ୍ଗୋ, ୟୁଏଇରୁ ଫେରିଥିବା ସୂଚନା ମିଳିଛି ଜଣେ ବ୍ଯକ୍ତିଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ବ୍ଯକ୍ତି ଜଣଙ୍କ ରାୟପୁର ଓ ହାଇଦ୍ରାବାଦକୁ ଯାଇଥିଲେ । ସୂଚନା ଥାଉକି, ଗତ ଓଡିଶାରେ ୨୧ ତାରିଖରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ କିନ୍ତୁ ମାତ୍ର ୧୦ ଦିନ ଭିତରେ ୧୪ ଜଣ ଚିହ୍ନଟ ହୋଇସାରିଲେଣି ଅାଇଏଲ୍ଏସ୍ ପକ୍ଷରୁ ରାଜ୍ଯ ସ୍ବାସ୍ଥ୍ୟ ବିଭାଗକୁ ଏନେଇ ଅବଗତ କରାଯାଇଛି।


