ଜୁନ ୧୮ ତାରିଖରେ ଖୋଲିବାକୁ ଯାଉଛି ରାଜ୍ୟର ସମସ୍ତ ବିଦ୍ୟାଳୟ। ସ୍କୁଲ୍ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ। ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଯେପରି କେହି ବି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ସରକାର ତାଗିଦ୍ କରାଯାଇଛି ।
ସୂଚନା ମୁତାବକ, ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଆସନ୍ତା ୧୮ ତାରିଖରୁ ଖୋଲିବ ସ୍କୁଲ୍। ତାପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ବଳକା ରହିଥିବା ଚାଉଳ, ତେଲ, ଡାଲି, ସୋୟାବଢ଼ି ସମେତ ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଠିକ୍ ଅଛି କି ନାହିଁ ଯାଞ୍ଚ କରିବାକୁ କୁହାଯାଇଛି। ରୋଷେୟା କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ରାନ୍ଧିବାକୁ ଦେବା ପୂର୍ବରୁ ଭଲ ଭାବେ ଚାଖିବେ। ସାମଗ୍ରୀଗୁଡ଼ିକ ଖାଇବା ଯୋଗ୍ୟ ନଥିଲେ ନଷ୍ଟ କରିବା ଦିଗରେ ପଦକ୍ଷେପ ନେବେ ସ୍କୁଲ ପ୍ରଧାନଶିକ୍ଷକ।ସିଆରସିସି ଓ ବିଇଓମାନେ ତାହାକୁ ଯାଞ୍ଚ କରିବେ ଓ ସୁନିଶ୍ଚିତ କରାଇବେ।


