Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କଥା ପ୍ରତାପ ଦେବ ଜାଣିଲେ କେମିତି : ଧର୍ମେନ୍ଦ୍ର

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ହୋଇଛି ବୋଲି ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ ଦେଇଥିବା ବୟାନ ଏବେ ତାଙ୍କୁ ମହଙ୍ଗା ପଡ଼ିଛି । ଦୁର୍ବ୍ୟବହାର କଥା ପ୍ରତାପ ଦେବ ଜାଣିଲେ କେମିତି ଓ କେଉଁ ଆଧାରରେ ଗଣମାଧ୍ୟମକୁ ବୟାନ ଦେଲେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରଶ୍ନ କରିଥିବାବେଳେ ଏହି ସମସ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିରରେ ସେଭଳି କୌଣସି ଘଟଣା ହୋଇଥିବା ସେ ଜାଣିନାହାନ୍ତି । ରାଷ୍ଟ୍ରପତିଙ୍କ ଅଫିସ୍ ମଧ୍ୟ ଏଭଳି କିଛି ଲିଖିତ ଅଭିଯୋଗ ମଧ୍ୟ କରିବାର ପ୍ରଶ୍ନ ଉଠୁନି । ମୁଖ୍ୟମନ୍ତ୍ରୀଙ୍କ ବିନା ନିର୍ଦ୍ଦେଶରେ ପ୍ରତାପ ଦେବ ମନ୍ତବ୍ୟ ରଖିବା ସମ୍ଭବପର ନୁହେଁ । ତେଣୁ ଏହା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ଓ ଷଡ଼ଯନ୍ତ୍ର କରି ଜନମତକୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା ହେଉଛି । ବିଜେଡି ହୀନ ଉଦ୍ଦେଶ୍ୟ ନେଇ ରାଜନୀତି କରାଯାଉଛି ବୋଲି କହିଛନ୍ତି । ତୃତୀୟ ମହଲାର ବିନା ଅନୁମତିରେ ଏଠି ପତ୍ର ବି ହଲେନି । କାହା ନିର୍ଦ୍ଦେଶରେ ସେ ଏଭଳି କଥା କହିଥିଲେ ତାହା ସେ ସ୍ପଷ୍ଟ କରନ୍ତୁ । ଏହି ଦୁର୍ବ୍ୟବହାର ପ୍ରସଙ୍ଗରେ ପ୍ରତାପ ଦେବ ଓ ମୁଖ୍ୟ ସଚିବଙ୍କ ମନ୍ତବ୍ୟ ମଧ୍ୟରୁ କାହାର ଠିକ୍ ତଥା ସତ କ’ଣ ତାହା ବି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି । ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଶ୍ରୀ ଦେବ କହିଛନ୍ତି ଯେ, ସେ ନିଜ ଆଡ଼ୁ ଏଭଳି ବୟାନ ଦେଇନଥିଲେ । ଗଣମାଧ୍ୟମ ତାଙ୍କର ପ୍ରତିକ୍ରିୟା ନେଇଥିଲା ଓ ସେ ମତ ରଖିଥିଲେ । ତେଣୁ ଏହି ପ୍ରସଙ୍ଗ କେଉଁଠି ଆସିଲା ତାହା ଧର୍ମେନ୍ଦ୍ର ବାବୁ ଗଣମାଧ୍ୟମକୁ ପ୍ରଶ୍ନ କଲେ ଠିକ୍ ଉତ୍ତର ପାଇପାରନ୍ତେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top