Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ରଥଯାତ୍ରାରେ ମୁତୟନ ହେବେ ୧୬୭ ଡାକ୍ତର , ଖୋଲିବ ୭୦ଟି ଆଶୁ ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର : ପୁରୀ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବଜାୟ ରଖିବା ଏବଂ ଏ ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି ।
ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେଥି ପାଇଁ ୩୧ ଜଣ ବିଶେଷଜ୍ଞ ଡାକ୍ତରଙ୍କ ସମେତ ମୋଟ ୧୬୭ ଜଣ ଅଧିକ ଡାକ୍ତରଙ୍କୁ ମୁତୟନ କରାଯାଉଛି । ସେହିପରି ୧୬୦ ଜଣ ପାରାମେଡିକ , ୨୦ ଜଣ ଷ୍ଟାଫନର୍ସ ଏବଂ ୧୯୪ ଆଟେଣ୍ଡାଂଟ ମୋଟ ୩୭୪ ଜଣଙ୍କୁ ମୁତୟନ କରାଯିବ । ପୁରୀ ସହର ସମେତ ଆଖପାଖ ଅଂଚଳ ଓ ଜାତୀୟ ରାଜପଥରେ ୭୦ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲିବ । ସେଥିରୁ ସରକାରଙ୍କ ତରଫରୁ ୩୪ ଟି ଏବଂ ବିଭିନ୍ନ ସ୍ୱଚ୍ଛାସେବୀ ସଂଗଠନ ପକ୍ଷରୁ ୩୬ ଟି ଖୋଲିବ । ସମସ୍ତ ଆଶୁଚିକିତ୍ସା କେନ୍ଦ୍ରରେ ଆବଶ୍ୟକୀୟ ଔଷଧ ଏବଂ ଜରୁରୀକାଳୀନ କିଟ୍ ଉପଲବ୍ଧ ରହିବ । ସେହିପରି ୬୮ ଟି ଆମ୍ବୁଲାନ୍ସ ନିର୍ଦ୍ଧାରିତ ସ୍ଥାନମାନଙ୍କର ମୁତୟନ ହେବ । ସେଥିରୁ ୩୦ଟି ସରକାରୀ ଆମ୍ବୁଲାନ୍ସ ଏବଂ ୩୮ ଟି ବିଭିନ୍ନ ସ୍ୱଚ୍ଛାସେବୀ ସଂସ୍ଥା ମାନଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ପାଇଁ ୨ଟି ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା ହୋଇଛି । ୧୫ ଟି ହଇୁଲ୍ ଚେୟାର ଏବଂ ୩୦ଟି ଷ୍ଟ୍ରେଚର ମଧ୍ୟ ରଖାଯାଇଛି । ଚିକିତ୍ସା ପାଇଁ ଯଦି ରକ୍ତର ଆବଶ୍ୟକ ପଡେ ସେଥିପାଇଁ ଯଥେଷ୍ଟ ପରିମାଣର ରକ୍ତ ମହଜୁଦ ରଖାଯିବାର ବ୍ୟବସ୍ଥା ହୋଇଛି । ସଦର ମହକୁମା ଡାକ୍ତରଖାନା ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମୋଟ ୮୧ଟି ଅଧିକ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ନିରାମୟ ଯୋଜନାରେ ବିନାମୂଲ୍ୟରେ ରୋଗୀଙ୍କୁ ଔଷଧ ଯୋଗାଇ ଦିଆଯିବ । ପାନୀୟ ଜଳ ଉଚ୍ଛଗୁଡିକର ବିଶୋଧନ ଯୁଦ୍ଧକାଳୀନ ଭିବତିରେ କରାଯାଉଛି । ପାନୀୟ ଜଳ ଏବଂ ଖାଦ୍ୟପଦାର୍ଥ ଯାଂଚ ଆରମ୍ଭ ହୋଇଯାଇଛି । ଇତିମଧୟରେ ୯୧୩ ଟି ହୋଟେଲ , ଫାଷ୍ଟଫୁଡ୍ ସେଂଟର ଯାଂଚ କରାଯା ୬୧୯ କେଜି ବାସିଖାଦ୍ୟ ନଷ୍ଟ କରାଯାଇଛି । ଭ୍ରାମ୍ୟମାଣ ଯାଂଚ ଦଳ ୧୨୬ ଟି ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ବେଳେ ୯୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ଏବଂ ୨୯,୬୯୦ ଟଙ୍କା ଜୋରିମାନା ଆଦାୟ କରାଗଲାଣି । ତେବେ ଏହି ଯାଂଚ ପ୍ରକ୍ରିୟାକୁ ଅଧିକ କଡାକଡି କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଛନ୍ତି ।
ସଚିବାଳୟଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ
ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ , ପୁରୀ ଜିଲ୍ଲାପାଳ ଅରବିନ୍ଦ
ଅଗ୍ରୱାଲ , ଅତିରିକ୍ତ ଶାସନ ସଚିବ ହରିବଲ୍ଲଭ ମିଶ୍ର , ଶରତ ମିଶ୍ର , ଯୁଗ୍ମ ଶାସନ ସଚିବ ସୁବାନନ୍ଦ ମହାପାତ୍ର , ଆୟୁଷ୍
ନିର୍ଦ୍ଦେଶକ , ପରିବାର କଲ୍ୟାଣ ନିର୍ଦ୍ଦେଶକ ,ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ,
ଉପ ଭେଷଜ ନିୟନ୍ତ୍ରକ ଓ ପୁରୀ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ
ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top