ଭୁବନେଶ୍ୱର(ଓଡବ୍ଲ୍ୟୁ): ଦେଶରେ ସର୍ବାଧିକ ଡାଟା ଉପଯୋଗ ଓଡ଼ିଶାରେ ହେଉଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି । ଏହା ସହିତ ଆସନ୍ତା ୩ବର୍ଷ ମଧ୍ୟରେ ରିଲାଏନ୍ସ ଓଡ଼ିଶାରେ ୩ହଜାର କୋଟି ଟଙ୍କା ନିବେଶ କରିବ ବୋଲି ସେ ଘୋଷଣା କରିଛନ୍ତି ।
ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେଇ ଶ୍ରୀ ଅମ୍ବାନୀ କହିଛନ୍ତି ଯେ ଏହି ନିବେଶ ମୁଖ୍ୟତଃ ଡିଜିଟାଲ କ୍ଷେତ୍ରରେ ହେବ । ରାଜ୍ୟର ଯୁବପୀଢ଼ୀଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଧିକରୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରିଲାଏନ୍ସ କରିବ । ଏବେ ରିଲାଏନ୍ସ ସହ ନିଯୁକ୍ତି କ୍ଷେତ୍ରରେ ରାଜ୍ୟର ୩୦ହଜାର ଯୁବକଯୁବତୀ ଯୋଡ଼ି ହୋଇ ରହିଛନ୍ତି । ଓଡ଼ିଶାରେ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ କ୍ଷେତ୍ରରେ ବିପ୍ଲବ ଆଣିବାରେ ରିଲାଏନ୍ସ ଜିଓ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରିଲାଏନ୍ସ ଜିଓ ଏବେ ୪୩ହଜାର ଗାଁ ସହ ଯୋଡ଼ି ରହିଛି । ତେବେ ଗ୍ରାମାଂଚଳରେ ଅଧିକ ଉନ୍ନତି ଆଣିବା ଦିଗରେ ରିଲାଏନ୍ସ କାମ ଜାରି ରଖିଛି । ଜିଓ ଫାଇବାର ବ୍ରଡବ୍ରାଣ୍ଡ ଜରିଆରେ ଇଂଟରନେଟ ସହ ସମସ୍ତଙ୍କୁ ଯୋଡ଼ିବ । ଏହା ସହ ଇଜି ଅଫ ଡୁଇଙ୍ଗ୍ ଜରିଆରେ କୁଟୀର ଓ କ୍ଷୁଦ୍ର ଶିଳ୍ପକୁ ରିଲାଏନ୍ସ ପ୍ରୋତ୍ସାହନ ଯୋଗାଇବ।

ସେହିପରି ବିର୍ଲା ଗ୍ରୁପ୍ ମୁଖ୍ୟ କୁମାର ମଙ୍ଗଳମ ବିର୍ଲା ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ରାଜ୍ୟରେ ୨ବର୍ଷ ମଧ୍ୟରେ ୨ବିଲିୟନ ଡଲାର ନିବେଶ କରିବେ ବୋଲି ଘୋଷଣା କରିଛନ୍ତି ।
ସେହିପରି ଜିନ୍ଦଲ ଷ୍ଟିଲ ମୁଖ୍ୟ ନବୀନ ଜିନ୍ଦଲ ମଧ୍ୟ ଓଡ଼ିଶାରେ ତାଙ୍କ ଇସ୍ପାତ କାରଖାନା ମଧ୍ୟ ଉତ୍ପାଦନ ବୃଦ୍ଧି କରିବ।୨୦୩୦ ସୁଦ୍ଦା ୨୦ ମିଲିୟନ ଟନ୍ ଉତ୍ପାଦନ ବୃଦ୍ଧି ପାଇ ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶିଳ୍ପପତିମାନଙ୍କ ସହ ବ୍ରେକଫାଷ୍ଟ କରିବା ସହ ସେମାନଙ୍କ ସହ ୱାନଟୁ ୱାନ୍ ଆଲୋଚନା କରିଥିଲେ ।


