ଭୁବନେଶ୍ୱର(ଓଡବ୍ଲ୍ୟୁ): ଆଜି ବରିଷ୍ଠ ଓଏଏସସ୍ତରରେ ଛୋଟଧରଣର ଅଦଳବଦଳ ହୋଇଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ବିଶ୍ୱଜିତ୍ କେଶରୀ ଦାସଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିବାବେଳେ ଶରତ କୁମାର ପୁରୋହିତଙ୍କୁ ଜଗତସିଂହପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ନରେନ୍ଦ୍ର କୁମାର ମନ୍ତ୍ରୀଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ, କନକଚମ୍ପା ମେହରଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣରେ ଉପସଚିବ ଓ ବିବେକାନନ୍ଦ ସାହୁଙ୍କୁ ଜଳସମ୍ପଦ ବିଭାଗର ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ(ଲକ୍ଷ୍ମୀପୋଷୀ ଡିଭିଜନ) ଭାବେ ବଦଳି କରାଯାଇଛି ।
ନୂଆବର୍ଷରୁ ଚାଷୀ ପଞ୍ଜିକରଣ: ମିଳିବ ୟୁନିକ୍ ନମ୍ବର ଓ ଡିଜିଟାଲ ଚାଷୀ କାର୍ଡ
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ସମସ୍ତ ଚାଷୀଙ୍କ କୁଣ୍ଡଳୀ ସରକାରଙ୍କ ପାଖରେ ରହିବ । ଏଥିପାଇଁ ସମସ୍ତ ଚାଷୀଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି...