Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଗୃହ ମୁଲତବୀ

ଭୁବନେଶ୍ୱର(ଓଡବ୍ଲ୍ୟୁ): ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆଜି ଆରମ୍ଭ ହୋଇଛି । ପଞ୍ଚଦଶ ବିଧାନସଭାର ଚର୍ତୁଦଶ ଅଧିବେଶନର ଆରମ୍ଭରେ ଶୋକପ୍ରସ୍ତାବ ଆଗତ କରିବା ପରେ ହଟ୍ଟଗୋଳ ଯୋଗୁଁ ଗୃହ ଆସନ୍ତାକାଲି ଯାଏ ମୁଲତବୀ ହୋଇଛି ।

ଗୃହ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପାଲ, ପୂର୍ବତନ ବିଧାୟକ ବଂଶୀଧର ସାହୁ, ସହିଦ ଯବାନ ଚମ୍ପେଶ୍ୱର ମହାକୁଡ଼ ଓ ବ୍ରଜମୋହନ ବେହେରା,ଦୂରଦର୍ଶନର କ୍ୟାମେରାମାନ ଅଚ୍ୟୁତାନନ୍ଦ ସାହୁଙ୍କ ଶୋକପ୍ରସ୍ତାବ ଆଗତ କରିଥିଲେ। ବିରୋଧୀଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରସ୍ତାବକୁ ସମର୍ଥନ କରି ଦିବଙ୍ଗତ ଆତ୍ମାଗୁଡ଼ିକୁ ସମ୍ମାନ ଜଣାଇ ଶୋକପ୍ରସ୍ତାବ ଆଗତ କରିଥିଲେ।ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦୀପ ଅମାତ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା ପାଇଁ ଉପସ୍ଥିତ ବିଧାୟକମାନଙ୍କ ଅନୁରୋଧ କରିଥିଲେ।ନିରବ ପ୍ରାର୍ଥନା ପରେ ଗୃହରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିବାରୁ ବାଚସ୍ପତି ଶ୍ରୀ ଅମାତ ଗୃହକୁ ୧୨ଟା ୧୪ ମିନିଟ ଯାଏ ମୁଲତବୀ ରଖିଥିଲେ।

ପରେ ବିଧାନସଭାରେ ବିରୋଧୀ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର‌୍ୟ୍ୟ ଚାଲି ପାରି ନାହିଁ । ଚାଷୀ ମାରଣ ନୀତି ପ୍ରସଙ୍ଗକୁ ନେଇ ଗୃହ ମଧ୍ୟଭାଗରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରେ ଚଢ଼ି ଯାଇଥିଲେ । କଂଗ୍ରେସର ପ୍ରସ୍ତାବକୁ ବିଜେପି ବିଧାୟକ ସମର୍ଥନ କରିଥିଲେ । ଶୋକପ୍ରସ୍ତାବ ଆଗତ ପରେ ବିରୋଧୀ ଦଳ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହ ସରକାର ବିରୋଧରେ ନାରାବାଜି କରିଛନ୍ତି । ପ୍ରଶ୍ନକାଳ ବାତିଲ କରି ଚାଷୀ ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ବିଧାୟକମାନେ ଦାବି କରି ହଟ୍ଟଗୋଳ କରିଥିଲେ।ଆଜି ମାତ୍ର ଗୃହ ୧୪ ମିିନିଟ୍ ଚାଲିପାରିଛି ।ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ

।ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ସରକାର ଚାଷୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି ।ଚାଷୀ ସମସ୍ୟା ସମାଧାନ ପାଇଁ ପ୍ରଶ୍ନକାଳ ବାତିଲ କରି ଚାଷୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ । କିନ୍ତୁ ଏହାକୁ ସରକାର ଗ୍ରହଣ ନକରିବାରୁ ବିରୋଧୀ ହଟ୍ଟଗୋଳ କରିଥିଲେ । ଫଳରେ ଆସନ୍ତାକାଲି ଯାଏ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ମୁଲତବୀ ରଖିଥିଲେ ।ପୁନର୍ବାର ୧୨ଟା ୧୫ ମିନିଟ୍‌ ରେ ଗୃହକାର‌୍ୟ୍ୟ ଆରମ୍ଭ ହେବା ମାତ୍ରେ ପୁଣି କଂଗ୍ରେସ ସଦସ୍ୟମାନେ ଗୃହରେ ହୋ ହଲ୍ଲା କରିବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ ରଖିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top