Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୧ ଲକ୍ଷ ଟନ୍ ପିଆଜର ଆମଦାନୀ କରିବେ ସରକାର

ପିଆଜର ବର୍ଦ୍ଧିତ ମୂଲ୍ୟକୁ ନିୟନ୍ତ୍ରଣ କରିବା ଲାଗି ସରକାର ୧ ଲକ୍ଷ ଟନ୍ ପିଆଜର ଆମଦାନୀ କରିବେ। ଦିଲ୍ଲୀ ସମେତ କେତେକ ସ୍ଥାନରେ ଖୁଚୁରା ବଜାରରେ ପିଆଜ ମୂଲ୍ୟ କିଲୋ ପ୍ରତି ପ୍ରାୟ ୧୦୦ ଟଙ୍କାରେ ପହଞ୍ଚିଛି।

ନୂଆଦିଲ୍ଲୀ: ପିଆଜର ବର୍ଦ୍ଧିତ ମୂଲ୍ୟକୁ ନିୟନ୍ତ୍ରଣ କରିବା ଲାଗି ସରକାର ୧ ଲକ୍ଷ ଟନ୍ ପିଆଜର ଆମଦାନୀ କରିବେ। ଦିଲ୍ଲୀ ସମେତ କେତେକ ସ୍ଥାନରେ ଖୁଚୁରା ବଜାରରେ ପିଆଜ ମୂଲ୍ୟ କିଲୋ ପ୍ରତି ପ୍ରାୟ ୧୦୦ ଟଙ୍କା ପର‌୍ୟ୍ୟନ୍ତ ପହଞ୍ଚିଛି। ସରକାରୀ କମ୍ପାନୀ ଏମ୍ଏମଟିସିକୁ ନଭେମ୍ବର ୧୫ରୁ ଡିସେମ୍ବର ୧୫ ମଧ୍ୟରେ ଆମଦାନୀ କରିବାର ଦାୟିତ୍ୱ ଦିଆଯାଇଥିବାବେଳେ ସହକାରୀ ସଂସ୍ଥା ନାଫେଡ୍ଦ ପ୍ରତିଟି କୋଣରେ ଥିବା ଘରୋଇ ବଜାରରେ ଏହାର ଯୋଗାଣ କରିବ।
ବଜାର ଉପରେ ନଜର ରଖୁଥିବା ସଚିବମାନଙ୍କ କମିଟି ବୈଠକରେ ଶନିବାର ଆମଦାନିରେ ନିର୍ଣ୍ଣୟ ନିଆଯାଇଛି। ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶୱାନ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, ପିଆଜର ବର୍ଦ୍ଧିତ ମୂଲ୍ୟକୁ ନିୟନ୍ତ୍ରଣ କରିବା ଲାଗି ସରକାର ୧ ଲକ୍ଷ ଟନ୍ ପିଆଜ ଆମଦାନୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ନଭେମ୍ବର ୧୫ରୁ ଡିସେମ୍ବର ୧୫ ମଧ୍ୟରେ ଏହାର ଆମଦାନୀ କରିବା ଏବଂ ଘରୋଇ ବଜାରରେ ବିତରଣ ପାଇଁ ଏହାକୁ ଉପଲବ୍ଧ କରିବା ନେଇ ଏମ୍ଏମଟିସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।
ଅପରପକ୍ଷେ ପିଆଜର ଘରୋଇ ଯୋଗାଣ ବଢ଼ାଇବା ଲାଗି ୟୁଏଇ ସମେତ ଅନ୍ୟ ଦେଶଗୁଡ଼ିକରେ ପର‌୍ୟ୍ୟାପ୍ତ ମାତ୍ରାରେ ଏହାର ଆମଦାନୀ କରିବା ଲାଗି କେନ୍ଦ୍ର ସରକାର ଗତ ସପ୍ତାହରେ କହିଥିଲେ। ବର୍ତ୍ତମାନ ସମୟରେ ପିଆଜ ଦର ହୁ–ହୁ ହୋଇ ବଢ଼ିଚାଲିଛି। ବ୍ୟବସାୟିକ ରିପୋର୍ଟ ମୁତାବକ, ରାଜଧାନୀ ଦିଲ୍ଲୀରେ ପିଆଜ ମୂଲ୍ୟ କିଲୋପ୍ରତି ୧୦୦ ଟଙ୍କା ଆଖପାଖରେ ପହଞ୍ଚିଥିବାବେଳେ ଅନ୍ୟ ସହରମାନଙ୍କରେ କିଲୋପ୍ରତି ଏହା ୬୦ରୁ ୮୦ ଟଙ୍କା ମଧ୍ୟରେ ରହିଛି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ବର୍ଷା ହୋଇଥିବାରୁ ପିଆଜ ଉତ୍ପାଦନରେ ବାଧା ସୃଷ୍ଟି ହୋଇ ୩୦– ୪୦% ହ୍ରାସ ପରିଲକ୍ଷିତ ହୋଇଥିଲା। ଫଳରେ ବଜାରରେ ଏବେ ପିଆଜର ଅଭାବ ସହିତ ମୂଲ୍ୟବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top