Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କ୍ରିକେଟ ଖେଳିବେ ମିସେସ୍ କୋହଲି

ମୁମ୍ବାଇ: ବ୍ୟାଟ୍ ଧରି ପଡିଆକୁ ଓହ୍ଲାଇବେ ମିସେସ୍ କୋହଲି। ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଳିଙ୍କ ଭଳି ସେ ମଧ୍ୟ ମାରିବେ ଚଉକା ଛକା । ବିରୋଧୀ ଦଳ ବଲ୍ର କରିବେ ସାମ୍ନା। ପଡିଆରେ କରିବେ ରନ୍ର ବର୍ଷା। ସେହିପରି ବଲିଂ କରି ଅନ୍ୟ ଦଳକୁ କରିବେ କ୍ଲିନ୍ ବୋଲ୍ଡ। ଅଭିନେତ୍ରୀରୁ କ୍ରିକେଟର ପାଲଟିବେ ଅନୁଷ୍କା ଶର୍ମା।
ଭାରତୀୟ ମହିଳା କ୍ରିକେଟର ଝୁଲନ୍ ଗୋସ୍ୱାମୀଙ୍କ ବାୟୋପିକ୍ରେ ନଜର ଆସିବେ ଅନୁଷ୍କା। ଦୀର୍ଘ ଦିନ ପରେ ସେ ଏହି ଫିଲ୍ମରେ ବଡ ପରଦାକୁ ବ୍ୟାକ୍ କରିବେ। ଏହି ଫିଲ୍ମରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଅନୁଷ୍କା। ହାତରେ ବଲ୍ ଏବଂ ବ୍ୟାଟ୍ ଧରି ପଡିଆରେ ଏବେ ଠାରୁ ହିଁ ଅଭ୍ୟାସ କରୁଛନ୍ତି ମିସେସ୍ କୋହଲି।
ଝୁଲନ୍ ଗୋସ୍ୱାମୀଙ୍କ ଜର୍ସି ପିନ୍ଧି ଅନୁଷ୍କାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ଝୁଲନ୍ ଏବଂ ଅନୁଷ୍କା ଉଭୟଙ୍କୁ ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟ ମୁତାବକ କୁହାଯାଉଛି ଯେ, ଏହି ବାୟୋପିକ ଫିଲ୍ମର ସୁଟିଂ ଚଳିତ ବର୍ଷ ଡିସେମ୍ବରରୁ ଆରମ୍ଭ ହେବ। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଔପଚାରିକ ରୂପେ କୌଣସି ଘୋଷଣା କରାଯାଇନାହିଁ।
ଝୁଲନ୍ ଗୋସ୍ୱାମୀ ହେଉଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ୍ର ଜଣେ ଦକ୍ଷ ବୋଲର୍। ସେ ‘ଚକ୍ଦହା’ ଏକ୍ସପ୍ରେସ୍ ରୂପେ ବେଶ୍ ପରିଚିତ। ଝୁଲନ୍ ନିଜ ନାଁରେ ଅନେକ ରେକର୍ଡ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୧୯ ବର୍ଷ ପୂରଣ କରିସାରିଥିବା ଝୁଲନ୍ ନିଜ କ୍ୟାରିଅର୍ରେ ୩୦୦ରୁ ଅଧିକ ୱିକେଟ ହାତେଇ ସାରିଛନ୍ତି। ଝୁଲନ୍ ଇଣ୍ଟରନ୍ୟାସନାଲ କ୍ରିକେଟରେ ୩୩୩, ୧୦୮ଟି ୱାନ୍ ଡେ’ ମ୍ୟାଚ୍ରେ ୨୩୬ଟି ୱିକେଟ ହାସଲ କରିଥିବା ପ୍ରଥମ ମହିଳା କ୍ରିକେଟ ଭାବେ ଇତିହାସ ରଚି ସାରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top