Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜ୍ୟରେ ଆଜି ୪ ଲକ୍ଷ ଲୋକ ନେଲେ ଟିକା

ଭୁବନେଶ୍ୱର, (ଓଡ଼ିଶା ୱେୟାର):
ମହାମାରୀ କରୋନା ବିରୋଧ ଲଢ଼େଇରେ ଜିତିବାକୁ ହେଲେ ଟିକା ହିଁ ଏକମାତ୍ର ଅସ୍ତ୍ର। ଯାହାକୁ ଲକ୍ଷ୍ୟ କରି ସରକାର ଟିକାକରଣକୁ ବ୍ୟାପକ କରୁଛନ୍ତି। ଆଜି ଗୋଟିଏ ଦିନରେ ରେକର୍ଡ଼ ସ୍ତରରେ ଓଡ଼ିଶାରେ ୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଏହାକୁ ସଫଳ କରିବାରରେ ପ୍ରମୁଖ ଭୂମିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ସହଯୋଗ କରିଥିବା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ।
ଆଜି ମହାମାରୀ କରୋନାରୁ ୩୩୨୬ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୯୪୧୦୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି।
ଆଜି ଆରୋଗ୍ୟଙ୍କ ଭିତରେ ଖୋର୍ଦ୍ଧାରୁ ସର୍ବାଧିକ ୫୪୦ ଜଣ ଅଛନ୍ତି।ସେହିପରି କଟକରୁ ୫୨୮, ଯାଜପୁରରୁ ୨୫୬, ବାଲେଶ୍ୱରରୁ ୨୨୦, ପୁରୀରୁ ୨୧୦, ଭଦ୍ରକରୁ ୧୫୭, ମୟୂରଭଞ୍ଜରୁ ୧୫୩, ଜଗତସିଂହପୁରରୁ ୧୫୨, ନୟାଗଡ଼ରୁ ୧୫୦, କେନ୍ଦ୍ରାପଡ଼ାରୁ ୧୩୦, କେନ୍ଦୁଝରରୁ ୧୧୨, ମାଲକାନଗିରିରୁ ୭୮, ଅନୁଗୋଳରୁ ୭୧, ସୁନ୍ଦରଗଡ଼ରୁ ୬୬, କୋରାପୁଟରୁ ୫୧, ଢେଙ୍କାନାଳରୁ ୪୬, ରାୟଗଡ଼ାରୁ ୪୧, ବୌଦ୍ଧରୁ ୩୨, କନ୍ଧମାଳରୁ ୩୨, ନବରଙ୍ଗପୁରରୁ ୩୧, ସମ୍ୱଲପୁରରୁ ୨୮, ସୋନପୁରରୁ ୨୭, ବରଗଡ଼ରୁ ୨୬, ବଲାଙ୍ଗିରିରୁ ୨୨, ଗଜପତିରୁ ୨୨, କଳାହାଣ୍ଡିରୁ ୧୬, ଗଞ୍ଜାମରୁ ୧୪, ଝାରସୁଗୁଡ଼ାରୁ ୯, ଦେବଗଡ଼ରୁ ୩, ନୂଆପଡ଼ାରୁ ୩ ଓ ଷ୍ଟେଟ୍ପୁଲରୁ ୧୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top