Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ହାଇଦର ଏନକାଉଣ୍ଟର ନେଇ ଚାଲିଛି ଘଣ୍ଟାଚକଟା

ଭୁବନେଶ୍ୱର ,(ଓଡ଼ିଶା ୱେୟାର): ହାଇଦରକୁ କାହିଁକି ଏନକାଉଣ୍ଟର କଲା ପୁଲିସ। ଏହାକୁ ନେଇ ଘଣ୍ଟାଚକଟା ଚାଲିଥିବାବେଳେ ସିମୁଳିଆ ଥାନାରେ ଏସକର୍ଟ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଦେଇଥିବା ଏଫଆଇର କିନ୍ତୁ ବଖାଣିଛି ଏକ ରୋଚକ କାହାଣୀ । ଆଉ ଜେଲ୍ ବିଭାଗ ଡିଜି କହିଛନ୍ତି ହାଇଦର୍ ଅନ୍ୟ ଅପରାଧୀଙ୍କ ସହ ମିଶି ଆଉ କିଛି କାଣ୍ଡ ଘଟାଇବାର ଖବର ପାଇ କୋର୍ଟଙ୍କ ଅନୁମତି ନେଇ ସେଦିନ ତାକୁ ବାରିପଦା ଜେଲ୍ ନିଆଯାଉଥିଲା । ଏପଟେ ହାଇଦରକୁ ଏନକାଉଣ୍ଟର ଘଟଣାରେ ନିଜ ଆଡୁ ମାମଲା ରୁଜୁ କରି ୪ ସପ୍ତାହ ଭିତରେ ଉତ୍ତର ରଖିବାକୁ ଗୃହ ବିଭାଗ ଏସିଏସ୍, ପୋଲିସ ଡିଜି ଓ ପୋଲିସ କମିଶନରଙ୍କୁ ନୋଟିସ୍ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ।
କାହିଁକି ଓ କେଉଁ ପରିସ୍ଥିତିରେ ଗ୍ୟାଙ୍ଗଷ୍ଟର ହାଇଦରକୁ ହେଲା ଏନକାଉଣ୍ଟର ? ସାଧାରଣରେ ଉଙ୍କି ମାରୁଥିବା ଏଭଳି ଅସମାହିତ ପ୍ରଶ୍ନ ଭିତରେ ପୁଲିସ ବଖାଣିଛି ଘଟଣା ପଛର କାହାଣୀ । ଶନିବାର ହାଇଦର ଏସକର୍ଟ ଦାୟିତ୍ୱରେ ଥିବା ପୁଲିସ ଇନସପେକ୍ଟର ଗଙ୍ଗାଧର ଶାସେନି, ସିମୁଳିଆ ଥାନାରେ ଦେଇଥିବା ଏଫଆରଆରରେ ବିସ୍ତୃତ ଭାବେ ବଖାଣିଛନ୍ତି ଘଟଣାବେଳର ଚିତ୍ର। ଶାସେନି ଲେଖିଛନ୍ତି-୨୪ ତାରିଖ ମଧ୍ୟାହ୍ନ ୧୨ଟା ୪୦ ମିନିଟରେ ଚୌଦ୍ୱାର ଜେଲରୁ ହାଇଦରକୁ ବାରିପଦା ସର୍କଲ ଜେଲ୍ ନିଆଯାଉଥିଲା। ସୁରକ୍ଷା ଦାୟିତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଆଇ ଅସିତ୍ ରଞ୍ଜନ ଜେନା ଓ ଆଉ ୯ଜଣ ସୁରକ୍ଷାକର୍ମୀ ଥିଲେ । ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସିମୁଳିଆ ପାଖାପାଖି ଏକ ସ୍ଥାନରେ ପରିସ୍ରା ଯିବାକୁ କହି ଗାଡ଼ି ଅଟକାଇବାକୁ ହାଇଦର କହିଥିଲା । ହେଲେ ସୁରକ୍ଷା ଦୃଷ୍ଟିରୁ ମନା କରାଯାଇଥିଲା । କିନ୍ତୁ ସେ ମଧୁମେହ ରୋଗୀ ହୋଇଥିବା ଦର୍ଶାଇ ବିରକ୍ତି ପ୍ରକାଶ କରିବାରୁ ସିମୁଳିଆ ହନୁମାନ ମନ୍ଦିର ନିକଟ ଡାଇଭରସନରେ ଗାଡ଼ି ରଖି ତାକୁ ସୁରକ୍ଷାକର୍ମୀ ପରିସ୍ରା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ । ଏହି ସମୟରେ ତାର ଗୋଟିଏ ହାତରୁ ହ୍ୟାଣ୍ଡକପ୍ ଖୋଲା ଯାଇଥିଲା । ସେତିକିବେଳେ ହାଇଦର, ହଠାତ୍ ଜଣେ ହାବିଲଦାରଙ୍କଠୁ ଏକେ-୪୭ ବନ୍ଧୁକ ଛଡ଼ାଇ ଫାୟାରିଂ ଧମକ ଦେଇଥିଲା । ତାସହ ପୂର୍ବଥର ଫେରାର ବେଳେ ତାକୁ ଧରି ଦେଇଥିବାରୁ ଏଥର ଆଉ ସମ୍ଭବ ନୁହେଁ ବୋଲି କହି କୁଭାଷା ବି ପ୍ରୟୋଗ କରିଥିଲା । ସେତେବେଳେ ଏସଆଇ ଅସିତ୍ ଜେନା ଓ ମୁଁ ମିଶି ହାଇଦରକୁ ଆତ୍ମସମର୍ପଣ ପାଇଁ କହିଥିଲୁ। ହେଲେ ସେ ନଶୁଣିବାରୁ ଶେଷରେ ସୁରକ୍ଷାକର୍ମୀଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ଏସଆଇ ଅସିତ୍ ଜେନା ତାଙ୍କ ସର୍ଭିସ୍ ପିସ୍ତଲରୁ ହାଇଦର ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ।
ତେଣେ ପୁଲିସ ଗୁଳିରେ ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ମାମଲା ରୁଜୁ ସହ ଗୃହ ବିଭାଗ ଏସିଏସ୍, ପୁଲିସ ଡିଜି, ଜେଲ୍ ବିଭାଗ ଡିଜି ଓ ଟୁଇନ ସିଟି ପୋଲିସ କମିଶନରଙ୍କୁ ବି ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ମାନବାଧିକାର କର୍ମୀ କହିଛନ୍ତି ଏହାଦ୍ୱାରା ହାଇଦର ମୃତ୍ୟୁ ଏନକାଉଣ୍ଟର ନା ହତ୍ୟା ତାହା ସ୍ପଷ୍ଟ ହୋଇଯିବ । ସେପଟେ ଆଜି ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟୟ ବି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି-ଅପରେସନ କ୍ଲିନ ଅପ୍ ଲକ୍ଷ୍ୟରେ ଗୋଟିଏ ଜେଲରେ ଯେପରି ଅଧିକ ଦୁର୍ଦ୍ଦାନ୍ତ ଅପରାଧୀ ଠୁଳ ନହୁଅନ୍ତି ସେଥିପାଇଁ ଡିସିପିଙ୍କ ମତାମତ ଓ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇଦରକୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଇଥିଲା । କାରଣ ହାଇଦର୍ ସେଠି କେନ୍ଦ୍ରାପଡ଼ା ଅଞ୍ଚଳର ଅନ୍ୟ ଅପରାଧୀଙ୍କ ସହ ମିଶି କିଛି ଅପରାଧ ଘଟାଇବାର ଆଶଙ୍କା ଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top