ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): ଏଣିକି ପ୍ରଥମ ଥର ପାଇଁ ଟ୍ରାଫିକ ନିୟମ ଖିଲାପ କଲେ ନିସ୍ତାର ନାହିଁ। ସିଧା ଲାଇସେନ୍ସ ରଦ୍ଦ କରିବ ଆରିଟିଓ। । ଆରଟିଓର ୮ ଟି ନିୟମ ଉଲଂଘନ କଲେ ତିନି ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ ରାଜ୍ୟର ସବୁ ପରିବହନ ଅଧିକାରୀ-ଆରଟିଓ ମାନଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର ।
କେଉଁ କେଉଁ ନିୟମ ଉଲଂଘନ କଲେ ଲାଇସେନ୍ସ ରଦ୍ଦ ହେବ
• ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ
• ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ
• ମଦ ପିଇ ଗାଡି ଚଳାଇଲେ ଏବଂ ଅଧିକ ବେଗରେ ଗାଡି ଚଳାଇଲେ
• ମାଲବାହୀ ଗାଡିରେ ଯାତ୍ରୀ ପରିବହନ କଲେ,
• ଅଧିକ ମାଲ୍ ପରିବହନ କଲେ
• ଟ୍ରାଫିକ ପଏଣ୍ଟରେ ରେଡ ସିଗନାଲ ଭାଙ୍ଗିଲେ
• ଭୁଲ୍ ଦିଗରୁ ଗାଡି ଚଳାଇଲେ
• ରେଡ ଲାଇଟ ଉଲଂଘନ ଓ ରଙ୍ଗରୁଟରେ ଗାଡି ଚଳାଇଲେ
ଆରଟିଓ ମାନଙ୍କୁ ଚିଠି ଲେଖି ପରିବହନ କମିଶନର କହିଛନ୍ତି ସୁପ୍ରିମକୋର୍ଟ କମିଟି ଏହି ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହାକୁ କଡାକଡି ଭାବେ ଲାଗୁ କରାଯିବ ।