Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସୌମ୍ୟଙ୍କ ମୃତ୍ୟୁ ରହସ୍ୟ : ବିଦ୍ୟା ବଖାଣିବେ ସତ!

ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): ପାରଳାଖେମୁଣ୍ଡିରୁ ଖିଅ ପାଇଛି କ୍ରାଇମବ୍ରାଞ୍ଚ । କପ୍ତିପଦାରୁ ଅଧିକ ତଥ୍ୟ ଜୁଟାଇବ । ବିଦ୍ୟା ବଖାଣିବେ ସତ । ତାଙ୍କୁ ଜେରା ପାଇଁ ପ୍ରଶ୍ନବାଣ ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ । ସେଦିନ ଘଟଣା ପଛର ରହସ୍ୟ ଭେଦିବାକୁ ମାରାଥନ ଜେରାର ସାମନା କରିବେ ବିଦ୍ୟା । ସୌମ୍ୟ ପୋଡ଼ି ହେଲେ କେମିତି ? ତାଙ୍କ ମୁହଁରୁ କ୍ରାଇମବ୍ରାଞ୍ଚ ସତ ଉଗାରିବ ତଦନ୍ତକାରୀ ଟିମ୍‌ । ପାରଳାଖେମୁଣ୍ଡିରେ ଗୋଟିଏ ରାଉଣ୍ଡ ଜେରା ସରିବା ପରେ କ୍ରାଇମବ୍ରାଞ୍ଚର ପରବର୍ତ୍ତୀ ମିଶନ କପ୍ତିପଦା । ଖୁବଶୀଘ୍ର ସେଠାକୁ ଟିମ୍‌ ଯିବ । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ବିଦ୍ୟା ଓ ତାଙ୍କ ପରିବାରକୁ ପଚରାଉଚରା ସହ ବୟାନ ରେକର୍ଡ ହେବ । ଅନେକ ପ୍ରଶ୍ନ ଏବେବି ଅସମାହିତ । ଦାମ୍ପତ୍ୟ ସମ୍ପର୍କରେ ଫାଟ ଥିଲା କି? ଯଦି ଥିଲା କାରଣ କ’ଣ? କାହିଁକି ହେଟ୍‌ ଲେଟର ଲେଖୁଥିଲେ ବିଦ୍ୟା? ସମ୍ପତ୍ତି ଏଗ୍ରିମେଣ୍ଟର ରହସ୍ୟ କ’ଣ? ଏସବୁ ଉତ୍ତର ହିଁ କହିପାରିବେ ବିଦ୍ୟା । ବିଶେଷକରି ସୌମ୍ୟ କେମିତି ପୋଡ଼ି ହେଲେ ସେକଥା ଜଣାପଡ଼ିଲେ ଅନେକ ଗୁମର ଖୋଲିବା ଆଶା କରାଯାଉଛି ।
ସୌମ୍ୟଙ୍କ ପରିବାରକୁ ବି ପଚରାଉଚରା କରାଯିବ । ସେମାନେ ଆଣୁଥିବା ଅଭିଯୋଗ ବାବଦରେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ ଟିମ୍‌ । ଡିଏଫଓଙ୍କ ସହ ବିଦ୍ୟାଙ୍କ ଅନୈତିକ ସମ୍ପର୍କ ଥିବା ସୌମ୍ୟଙ୍କ ପରିବାର ଅଭିଯୋଗ ଆଣିଥିଲେ । ବିଦ୍ୟାଙ୍କୁ ଜେରା ପରେ କ୍ରାଇମବ୍ରାଞ୍ଚ କୌଣସି ନିଷ୍ପର୍ଷରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏଯାଏ କ୍ରାଇମବ୍ରାଞ୍ଚ ପାଖାପାଖି ୧୫ ଜଣଙ୍କୁ ଜେରା କରିସାରିଲାଣିି । ପାରଳାରୁ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ିଛି । ସେସବୁକୁ ମେଳ କରୁଛି ତଦନ୍ତକାରୀ ଟିମ୍‌ । ବିଦ୍ୟାଙ୍କୁ ଜେରା ପରେ ସେସବୁ ଆଉ ଥରେ ଯାଞ୍ଚ କରିବ । ଆବଶ୍ୟକ ହେଲେ ପୁଣି ଡିଏଫଓ, ରୋଷେୟା ଓ ସେଦିନ ଘଟଣାସ୍ଥଳରେ ଯେଉଁମାନେ ଥିଲେ ସେମାନଙ୍କୁ ତୃତୀୟ ପର୍ଯ୍ୟାୟ ଜେରା କରିପାରି କ୍ରାଇମବ୍ରାଞ୍ଚ । ଡିଏଫଓ, ରୋଷେୟା ଓ ବିଦ୍ୟାଙ୍କୁ ମୁହାଁମୁହିଁ ବି ପଚରାଉଚରା ହୋଇପାରେ ।
ମାସେ ତଦନ୍ତ କରିଥିଲେ ବି ସୌମ୍ୟରଞ୍ଜନଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ କରି ପାରିଲାନି ଗଜପତି ପୋଲିସ । କଣ ଲୁଚି ରହିଛି, ଯାହା ପୋଲିସ ଠଉରାଇ ପାରିଲାନି ସେଠି କ୍ରାଇମବ୍ରାଞ୍ଚ ପହଞ୍ଚି ପାରିବ ତ ? କେବେ ସୌମ୍ୟଙ୍କ ଡେଥ୍‌ ସସପେନ୍ସ ଖୋଲିବ ତାଉପରେ ଏବେ ନଜର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top