Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଭିନ୍ନ ନଦୀର ଜଳସ୍ତର କମୁଛି

ଭୁବନେଶ୍ୱର (ଓଡ଼ିଶା ୱେୟାର) : ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବର୍ଷା କମିବା ପରେ ସେଗୁଡ଼ିକର ଜଳସ୍ତର ହ୍ରାସ ପାଉଛି। ମହାନଦୀରେ ଜଳସ୍ତର କମୁଥିବା ବେଳେ ବୁଢ଼ାବଳଙ୍ଗ, ଇବ୍, ଋଷିକଲ୍ୟା, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ବୈତରଣୀ ସମେତ ପ୍ରାୟ ସବୁ ନଦୀର ଜଳସ୍ତର ହ୍ରାସ ପାଉଛି।
ହୀରାକୁଦର ଜଳସ୍ତର ହ୍ରାସପାଉଥିବା ବେଳେ ଜଳଭଣ୍ଡାରର ଆଉ ୪ଟି ଗେଟକୁ ବନ୍ଦ କରି ଦିଆଯାଇଛି। ଏବେ୮ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଉପରମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମିଛି। ଆଜି ସକାଳ ୬ଟା ସୁଦ୍ଧା ସେଠାରେ ୧୨ଟି ଗେଟ୍ ଖୋଲା ଥିଲା। ଆଉ ସେତେବେଳେ ଜଳଭଣ୍ଡାରକୁ ୨ ଲକ୍ଷ ୩୭ ହଜାର ୫୮୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୨୪ ହଜାର ୮୭୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା।
ବିଭିନ୍ନ ନଦୀରେ ଜଳ ପତ୍ତନ ହ୍ରାସ ପାଉଥିଲେ ମଧ୍ୟ ବନ୍ୟାଜଳ ନିଷ୍କାସନ ହୋଇପାରୁ ନଥିବାରୁ ବିଭିନ୍ନ ଗାଁକୁ ଏବେବି ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି। ନଦୀ କୂଳରେ ରହିଥିବା ବହୁ ଗାଁ ପାଣିଘେରରେ ରହିଥିବାରୁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟାପକ ଅଞ୍ଚଳରେ ଚାଷଜମି ପ୍ରଭାବିତ ହୋଇଥିବାରୁ ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି।
ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଯାଇଛି। ଜିଲ୍ଲାର ରେମୁଣା, ବସ୍ତା, ବାଲିଆପାଳ, ଭୋଗରାଇ ଓ ବାଲେଶ୍ୱର ସଦର ବ୍ଲକରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ମାଡ଼ିଯାଇଛି। ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।
ଲଗାଣ ବର୍ଷା ଯୋଗୁ ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଦେବୀ ଓ ତା’ର ଶାଖାନଦୀର ବନ୍ଧରେ ବିଭିନ୍ନ ସ୍ଥାନରେ ମାଟି ଧୋଇଯାଇଛି। ଫଳରେ ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ୬ ଦିନ ହେଲା ଏହି ନଦୀବନ୍ଧ ଧସେଇ ପଡ଼ିଥିବା ବେଳେ ସ୍ଥାନୀୟ ଜଳ ସମ୍ପଦ ବିଭାଗ ଏପର୍ଯ୍ୟନ୍ତ ବନ୍ଧ ମରାମତି କରିନଥିବା ଯୋଗୁ ଆଖପାଖ ଅଞ୍ଚଳର ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି। ବିଶେଷକରି ଅସ୍ତରଙ୍ଗର ଅସନ, କାଳିଆକଣ ଆଦି ଏକାଧିକ ସ୍ଥାନରେ ଦେବୀ ନଦୀବନ୍ଧ ଭୁଶୁଡି ପଡିଛି। ଝାଡ଼ଲିଙ୍ଗ ଲୁଣାବନ୍ଧରେ ବିଭିନ୍ନ ସ୍ଥାନରେ ମଧ୍ୟ ବନ୍ଧ ଖାଇ ଯାଇଥିବା ଦେଖିବାକୁ ମିଳିଛି। ତେବେ ଏନେଇ ସ୍ଥାନୀୟ ଜଳସମ୍ପଦ ବିଭାଗ ପକ୍ଷରୁ କୋଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top