Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଗିରଫ

ଲକ୍ଷ୍ନୌ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ। ୧୪୪ ଧାର ଉଲ୍ଲଂଘନ ଓ ଶାନ୍ତି ଭଙ୍ଗ କରିବା ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ପୋଲିସ ଧାରା ଲଗାଇ ମାମଲା ରୁଜୁ କରିଛି। ତାଙ୍କୁ ଆଜି ମାଜିଷ୍ଟ୍ରେଟ ସାମ୍ନାରେ ହାଜର କରାଯିବ। ୟୁପି ପୋଲିସ ପ୍ରିୟଙ୍କାଙ୍କ ବ୍ୟତୀତ ଦିପେନ୍ଦ୍ର ହୁଡ୍ଡା, ଅଜୟ ଉଲ୍ଲୁଙ୍କ ସହିତ ସାତ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏମାନଙ୍କ ଉପରେ ମଧ୍ୟ ଶାନ୍ତି ଭଙ୍ଗ ଓ ୧୪୪ ଧାରା ଉଲ୍ଲଂଘନ ଅଭିଯୋଗ କରିଛି ପୁଲିସ।

ସୂଚନାଯୋଗ୍ୟ ଲଖିମପୁର ଖେରି ହିଂସାକୁ ମୃତକଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ ପ୍ରିୟଙ୍କା। ମାତ୍ର ସୀତାପୁର ଠାରେ ତାଙ୍କୁ ପୁଲିସ ଅଟକାଇଥିଲା। ତେବେ ୩୬ ଘଣ୍ଟା ଅଟକ ରଖିବା ପରେ ତାଙ୍କୁ ଆଜି ଗିରଫ କରିଛି। ପ୍ରିୟଙ୍କାଙ୍କୁ ସୀତାପୁରର ଗେଷ୍ଟ ହାଉସରେ ରଖାଯାଇଛି। କିଛି ସମୟ ପୂର୍ବରୁ ଜେଲରେ ପ୍ରିୟଙ୍କା ଗାନ୍ଧୀ ତାଙ୍କ କୋଠରୀ ସଫା କରୁଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। କୁହାଯାଉଛି ଯେ ପ୍ରିୟଙ୍କା ଗାନ୍ଧୀଙ୍କୁ କେଉଁଠାରେ ରଖାଯାଇଥିଲା, ସେଠାରେ ଡ୍ରୋନ୍ ସାହାଯ୍ୟରେ ନଜର ରଖାଯାଇଥିଲା। ପ୍ରିୟଙ୍କାଙ୍କୁ ଯେଉଁ ଗେଷ୍ଟ ହାଉସରେ ରଖାଯାଇଛି, ତାହାର ଏକ ଭିଡ଼ିଓ ସାମ୍ନାକୁ ଆସିଛି।

ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ବିମାନକୁ ମଙ୍ଗଳବାର ସକାଳୁ ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ ପାଇଁ ଅନୁମତି ମିଳିନଥିଲା। ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥାନ୍ତେ ବଘେଲ। ଶ୍ରୀ ବଘେଲ ଟ୍ବିଟ କରି ଲେଖିଛନ୍ତି କି ବିନା କୌଣସି ଅନୁମତିରେ ଲକ୍ଷ୍ନୌ ବିମାନବନ୍ଦରରୁ ବାହାରକୁ ଯିବାରେ ରୋକାଯାଉଛି। ଫଟୋରେ ବଘେଲ ଧଳା କୁର୍ତ୍ତା ପାଇଜାମା ପିନ୍ଧିଥିବା ଦେଖିବାକୁ ମିଳିଛି। ତେବେ ଶେଷ ରିପୋର୍ଟ ମୁତାବକ ବଘେଲ ବିମାନବନ୍ଦରରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି।

ସେପଟେ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଗିରଫଦାରୀକୁ ସମ୍ପୂର୍ଣ୍ଣ ଭାବେ ବେଆଇନ କହିଛନ୍ତି। ସେ ମଙ୍ଗଳବାର କହିଛନ୍ତି କି ଏଥିରୁ ପ୍ରମାଣିତ ହେଉଛି କି ଉତ୍ତରପ୍ରଦେଶରେ କାନୁନୀ ନାଁରେ କୌଣସି ଶାସନ ନାହିଁ। ସେ ଅଭିଯୋଗ କରିଛନ୍ତି କି ୟୁପି ପୋଲିସ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାନୁନ ଓ ଆଦେଶ ପାଳନ କରୁଥିବା ଦେଖିବାକୁ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top