Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଫଗାନିସ୍ତାନରେ ମସଜିଦ ସମ୍ମୁଖରେ ବୋମା ବିସ୍ଫୋରଣ, ଏକାଧିକ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବିସ୍ଫୋରଣ। କାବୁଲରେ ଥିବା ଏକ ମସଜିଦ ସମ୍ମୁଖରେ ଗତ ରବିବାର ଏହି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହା ସହିତ ଆଇଏସଆଇର କମାଣ୍ଡରଙ୍କ ମଧ୍ୟ ମୃତ୍ୟ ହୋଇଥିବା ନେଇ ତାଲିବାନ ସରକାରର ଗୃହ ମନ୍ତ୍ରଳାୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ତେବେ ଏଥିରେ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ମନ୍ତ୍ରଳାୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ତାଲିବାନର ପ୍ରବକ୍ତା ବିଲାଲ କରିମି କହିଛନ୍ତି କି ତିନି ଜଣ ସନ୍ଦିଗ୍ଧକୁ ଗିରଫ କରାଯାଇଛି। କାବୁଲରେ ରହିଥିବା ଇଦଗାଇ ମସିଜଦକୁ ଟାର୍ଗେଟ କରି ଏହି ବିସ୍ଫୋରଣକୁ ରୂପ ଦିଆଯାଇଥିଲା। ଏହି ମସଜିଦରେ ତାଲିବାନର ମୁଖପାତ୍ର ଜବିଉଲଲହା ମୁଜାହିଦଙ୍କ ମା’ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା।

ତାଲିବାନର ପ୍ରବକ୍ତା ବିଲାଲ କରିବି ଏସୋସିଏଟେଡ଼ ପ୍ରେସକୁ କହିଥିଲେ କି ତାଲିବାନ ସେନାଙ୍କୁ କୌଣସି ପ୍ରକାର କ୍ଷତି ହୋଇ ନାହିଁ। ଏହି ବିସ୍ଫୋରଣରେ ନିହତମାନେ ମସଜିଦର ଦ୍ବାର ନିକଟରେ ଛିଡ଼ା ହୋଇଥିଲେ। ତେବେ ମୃତକଙ୍କ ସଂଖ୍ୟା ସଠିକ ରୂପରେ ସେ କହି ପାରିନଥିବା ବେଳେ ତଦନ୍ତ ଜାରି ରହିଥିବା ନେଇ ସେ ସୂଚନା ଦେଇଛନ୍ତି। କାବୁଲରେ ଇଟାଲି ଦ୍ବାରା ପରିଚାଳିତ ଏକ ଡାକ୍ତରଖାନା ପକ୍ଷରୁ ଟ୍ବିଟ କରି କୁହାଯାଇଛି କି ଏହି ବିସ୍ଫୋରଣରେ ଚାରୁ ଜଣ ଆହତଙ୍କୁ ସେଠାକୁ ଅଣାଯାଇଥିଲା। ମସଜିଦ ନିକଟରେ ଘେରାବନ୍ଦି କରିଦିଆଯାଇଥିବା ନେଇ ସେ ସୂଚନା ଦେଇଥିଲେ।

ତେବେ ଏହି ବିସ୍ଫୋରଣ ପାଇଁ କୌଣସି ଅନୁଷ୍ଠାନ ବର୍ତ୍ତମାନ ପର୍ଯ୍ୟନ୍ତ ନିଜକୁ ଦାୟି କରିନାହାନ୍ତି। ଅଗଷ୍ଟ ୧୫ରେ ଆଫଗାନିସ୍ତାନରେ ତାଲିବାନ ନିଜର କବଜା କରିବା ପରେ ଆଫଗାନିସ୍ତାନରେ ଆଇଏସଆଇର କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ତେବେ ଉଭୟ ଆତଙ୍କୀ ସଂଗଠନ ତାଲିବାନ ଓ ଆଇଏସଆଇ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଅଘଟଣ ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top