Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କାବୁଲରେ ଭୟଙ୍କର ବିସ୍ଫୋରଣ, ୧୫ ନିହତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ଣରେ ଏକ ଭୟଙ୍କର ବିସ୍ଫୋରଣରେ କାବୁଲ ଦୋହଲିଥିଲା। ଏହି ବିସ୍ଫୋରଣଟି କାବୁଲର ସରଦାର ମହମ୍ମଦ ଦାଉଦ ଖାଲ ଡାକ୍ତରଖାନାରେ ହୋଇଥିବା ଜଣାପଡ଼ିଛି। ତେବେ ଏହି ବିସ୍ଫୋରଣରେ ପ୍ରାୟ ୧୫ ଜଣଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି। ସେପଟେ ଏହା ଏକ ଆତ୍ମଘାତି ବିସ୍ଫୋରଣ ବୋଲି ସୂଚନା ରହିଛି। ଏପରିକି ଡାକ୍ତରଖାନା ନିକଟରେ ଗୁଳି ମାଡ଼ ହେଉଥିବା ଖବର ମଧ୍ୟ ରହିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ପ୍ରଥମେ ଏକ ବିସ୍ଫୋରଣ ହୋଇଥିଲା ଓ ପରେ ଗୁଳିମାଡ଼ ହୋଇଥିବାର ଶବ୍ଦ ଶୁଣିବାକୁ ମିଳିଥିଲା।

ସେପଟେ କିନ୍ତୁ ଏହି ଘଟଣାକୁ ନେଇ ତାଲିବାନ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ। ଆଫଗାନିସ୍ତାର ଉପରେ ଅଗଷ୍ଟ ମାସରେ ତାଲିବାନ କବଜା କରିଥିଲା। ଏହା ପରଠାରୁ ଲଗାତାର ଭାବେ କାବୁଲ ଉପରେ ବିସ୍ଫୋରଣ, ଗୁଳିମାଡ଼ ଘଟି ଆସୁଛି। ଏହି ବିସ୍ଫୋରଣ ମଧ୍ୟରେ ଅଧିକାଂଶ ବିସ୍ଫୋରଣ ଆତଙ୍କୀ ସଂଗଠନ ଆଇଏସର ସହିତ ଜଡ଼ିତ ସଂଗଠନ ଗୁଡ଼ିକ କରୁଛନ୍ତି। ତାଲିବାନ ପକ୍ଷରୁ କୁହାଯାଇଛି କି ସେ ଆଇଏସଆଇ ଉପରେ ମଧ୍ୟ ନିଜର ଆଧିପତ୍ୟ ବିସ୍ତାର କରିବ। ଖୁବ ଶୀଘ୍ର ଦେଶରେ ଶାନ୍ତି ପ୍ରତିଷ୍ଠା ହେବ। ସେପଟେ କିନ୍ତୁ ଆଫଗାନିସ୍ତାନର ଉତ୍ତର ଭାଗରେ ଆଇଏସ ମଜଭୁତ ହେବାରେ ଲାଗିଛି।

ସୂଚନା ଯୋଗ୍ୟ ଅଗଷ୍ଟ ମାସରେ ତାଲିବାନ କବଜା କରିନେବା ପରେ କ୍ରମାଗତ ଭାବେ ବିସ୍ଫୋରଣ ଘଟି ଆସୁଛି। ଅଗଷ୍ଟ ମାସରେ ସବୁଠାରୁ ବଡ଼ ବିସ୍ଫୋରଣ କାବୁଲ ବିମାନ ବନ୍ଦରରେ ଘଟିଥିଲା। ୨୬ ଅଗଷ୍ଟରେ ହୋଇଥିବା ଏହି ବିସ୍ଫୋରଣରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top