Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ ଲୁଟ୍‌ଥିଲା ୱେବ ସାମ୍ୱାଦିକ, ଏବେ ପୁଲିସ ଜାଲରେ

ଝାରସୁଗୁଡ଼ା, (ଓଡ଼ିଶା ଓ୍ବେୟାର): ପ୍ରତାରକ ୱେବ ସାମ୍ୱାଦିକ! ଫ୍ରେସ୍‌ବୁକ୍‌ରେ ପ୍ରେମ ନିବେଦନ କଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ନିଜ ପ୍ରମ ଜାଲରେ ଫସାଇଲେ ଯୁବତୀଙ୍କୁ। ତା’ପରେ ତାଙ୍କ ଆକାଉଣ୍ଟରୁ ଲୁଟି ଥିଲେ। ଏପରି ଅଭିଯୋଗ ଝାରସୁଗୁଡ଼ା ଜିଲ୍ଲାରୁ ଆସିଛି। ଏବେ ପୁଲିସ ଜାଲରେ ପଡ଼ିଛି ପ୍ରତାରକ ସାମ୍ୱାଦିବ। ପୁଲିସ ତାଙ୍କର ଓ ତାଙ୍କ ପ୍ରଥମ ପତ୍ନୀଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରି ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁସାରେ ସେ ଏକାଧିକଙ୍କ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଏପରି ଲୁଟ୍‌ କରିଥିବା ଅଭିଯୋଗ ହେଉଛି।
ରାଉରକେଲା ଅଞ୍ଚଳର ଦୀପକ ଦେହୁରୀ। ତାଙ୍କର ଗୋଟିଏ ୱେବ ଚ୍ୟାନେଲ୍‌ ରହିଛି। ସେ ସୋଶାଲ୍‌ ମିଡ଼ିଆ ଫେସ୍‌ବୁକ୍‌ରେ ବଡ଼ମାଲ୍‌ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟ ପରସ୍ପରକୁ ଭଲ ପାଇଥିଲେ। ଏପରିକି ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରେମିକଙ୍କଠାରୁ ଏମିତି ପ୍ରତିଶ୍ରୁତି ପାଇବା ପରେ ଯୁବତୀ ଜଣକ ନିଜ ଘର ଛାଡ଼ି ପଳାଇ ଆସିଥିଲେ।
ପ୍ରେମିକ ଦୀପକ ଓ ସେ ଏକାଠି ବିଭିନ୍ନ ସ୍ଥାନରେ ବୁଲି ଥିଲେ। ଏହି ସମୟରେ ଯୁବତୀଙ୍କ ଆକାଉଣ୍ଟରୁ ଦୀପକ ଅଢ଼େଇ ଲକ୍ଷ ଟଙ୍କା ନିଜ ପତ୍ନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଜଣକ ଜାଣିବାକୁ ପାଇଲେ ଦୀପକ ବିବାହିତ ଓ ତାଙ୍କର ସ୍ତ୍ରୀ ଅଛି। ଏପରିକି ସେ ଏକାଧିକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିବା ଜାଣିବାକୁ ପାଇଲେ ଯୁବତୀ।
ଦୀପକଙ୍କ ସମ୍ପର୍କରେ ଏପରି ସାଙ୍ଘାତିକ ତଥ୍ୟ ପାଇବା ପରେ ଯୁବତୀ ଜଣକ ଖସିବା ପାଇଁ ସୁଯୋଗ ଖୋଜିଥିଲେ। ଆଉ ସମୟ ସୁବିଧା ଦେଖି ଯୁବତୀ ଜଣକ ଦୀପକଙ୍କ ଜାଲରୁ ଖସିବାରେ ସଫଳ ହୋଇଥିଲେ। ପରେ ସେ ଏନେଇ ନିଜ ମାଆଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ଝିଅଠାରୁ ସବୁ କଥା ଶୁଣିବା ପରେ ତାଙ୍କ ମାଆ (ଯୁବତୀଙ୍କ ମାଆ) ଏନେଇ ବଡ଼ମାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେପଟେ ଥାନାରେ ଅଭିଯୋଗ ହୋଇଥିବା ଜାଣିବାକୁ ପାଇଁ ଚମ୍ପଟ ମାରିଥିଲା। ଆଇଆଇସି ଅମିତାଭ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ମାତ୍ର ଧରିବାରେ ସଫଳ ହୋଇନଥିଲା।
ଆଜି ଅଭିଯୁକ୍ତ ଦୀପକ ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲିଠାରେ ଥିବା ଜାଣିବାକୁ ପାଇଥିଲା ପୁଲିସ। ପରେ ତାକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ତା’ ପାଖରୁ ଏକ ପୋର୍ଟାଲର ସାମ୍ବାଦିକ ପରିଚୟପତ୍ର, ବିଭିନ୍ନ ସନ୍ଦିଗ୍ଧ କାଗଜପତ୍ର ଜବତ କରାଯାଇଥିବା ଝାରସୁଗୁଡ଼ା ଏସ୍‌ଡିପିଓ ନିର୍ମଳ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏସ୍‌ଡିପଓ ଆହୁରି କହିଛନ୍ତି-“ଦୀପକ ନିଜର ୱେବ ଚ୍ୟାନେଲ୍‌ରେ ବିଭ୍ରାନ୍ତିକର ଖବର ପରିବେଷଣ କରନ୍ତି। ଏହାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହାଛଡ଼ା ଦୀପକ ଓ ତାଙ୍କ ପ୍ରଥମ ପତ୍ନୀଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଛି। ମାତ୍ର ବର୍ତ୍ତମାନ ସେହି ଆକାଉଣ୍ଟରେ ଟଙ୍କା ନଥିବା ଜଣାପଡ଼ିଛି।”

Click to comment

Leave a Reply

Your email address will not be published. Required fields are marked *

Most Popular

To Top