Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ପହିଲାରୁ ରାତିରେ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର(ଓଡବ୍ଲ୍ୟୁ):୨୦୧୯ ଜାନୁଆରୀ ପହିଲାରୁ ରାଜ୍ୟର ସମସ୍ତ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ରାତିବେଳରେ ବି ୫ଟଙ୍କିଆ ଖାଦ୍ୟ ମିଳିବ।ସେହିପରି ଜାନୁଆରୀ ୨୬ ତାରିଖରୁ ରାଜ୍ୟର ସମସ୍ତ ୧୦୮ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି ଯେ, ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆହାର ଯୋଜନା ସମ୍ପର୍କରେ ଏତ ତର୍ଜମା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଆହାର କେନ୍ଦ୍ରଗୁଡ଼ିକରେ ଜନସାଧାରଣଙ୍କ ଭାଗିଦାରୀ ଉପରେ ଗୁରୁତ୍ଵାରୋପ ଜାରି କରିଥିଲେ।ଏବେ ରାଜ୍ୟର ୭୬ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଉପଲବ୍ଧ ରହିଛି। ଏ ଭିତରୁ ୫୪ ପୌରାଞ୍ଚଳରେ ଆହାର କେନ୍ଦ୍ର ଡାକ୍ତରଖାନା ନିକଟରେ ଖୋଲାଯାଇଛି। ରୋଗୀଙ୍କ ସମ୍ପର୍କୀଙ୍କ ସୁବିଧା ସକାଶେ ରାଜ୍ୟ ସରକାର ଏହିସବୁ କେନ୍ଦ୍ରରେ ରାତିବେଳା ଆହାର ଯୋଗାଣ ବ୍ୟବସ୍ଥା କରିବେ। ଏହାସହିତ ଯେଉଁମାନେ ଚାହିଁବେ ଏଣିକି ଆହାର କେନ୍ଦ୍ରକୁ ଦାନ ଦେଇପାରିବେ। ଏହି ଦାନ ପାଇଁ ଆୟକର ରିହାତି ମିଳିବ। ଅନ୍‌ଲାଇନ୍‌ ମାଧ୍ୟମରେ ଏହି ଦାନ ଗ୍ରହଣ କରାଯିବ।ବିଶେଷ ଉତ୍ସବ ଯେମିତି ଜନ୍ମଦିନ, ବିବାହ ବାର୍ଷିକୀ, ଶ୍ରାଦ୍ଧ ଉତ୍ସବ ଆଦି ଅବସରରେ ଜନସାଧାରଣ ଗରିବ ଲୋକଙ୍କ ଉଦ୍ଦେଶ୍ୟରେ ଆହାର କେନ୍ଦ୍ରରେ ଖାଦ୍ୟ ପାଇଁ ଅର୍ଥ ଯୋଗାଇପାରିବେ ବୋଲି କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top