ଭୁବନେଶ୍ୱର(ଓଡବ୍ଲ୍ୟୁ): ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କ ହାଜତ ମିଆଦ ଆଉ ୧୪ଦିନ ବୃଦ୍ଧି ହୋଇଛି। ଆଜି ଝାରପଡ଼ା ଜେଲରେ ବସିଥିବା କ୍ୟାମ୍ପ୍ କୋର୍ଟ ତାଙ୍କର ହାଜତ ମିଆଦକୁ ବୃଦ୍ଧି କରିଛନ୍ତି।
ଓଡ଼ିଶାର ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଶ୍ରୀ ଆୟର ଗତ ମାସ ୨୩ତାରିଖରେ ଗିରଫ ହୋଇଥିଲେ। ତାଙ୍କର ଜାମିନ ଆବଦେନ ଖାରଜ ହେବାପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସେବେଠୁ ସେ ଝାରପଡ଼ା ଜେଲରେ ଅଛନ୍ତି।
ବିଧାୟକଙ୍କ ପ୍ରତି ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ ପୂର୍ବରୁ କ୍ଷମା ପ୍ରାର୍ଥନା କରିଥିବା ଶ୍ରୀ ଆୟର ଇତିମଧ୍ୟରେ ୩ଥର ବିଧାନସଭାର ସ୍ୱତନ୍ତ୍ର କମିଟି ଆଗରେ ହାଜର ହୋଇଛନ୍ତି। ଏହାସହିତ ସତ୍ୟପାଠ ଆକାରରେ ନିଜର ପକ୍ଷ ରଖିବା ସହ କ୍ଷମା ମଧ୍ୟ ମାଗିଛନ୍ତି।


