ଭୁବନେଶ୍ୱର(ଓଡବ୍ଲ୍ୟୁ): ପୂର୍ବତନ ବିଧାୟକ, ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କର ୨ୟ ଶ୍ରାଦ୍ଧ ବାର୍ଷିକୀ ଆଜି ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବନେଶ୍ୱର ରୋଟାରୀ ଭବନ ଠାରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ ସ୍ୱର୍ଗତ ଲୁଲୁ ବାବୁ ଜଣେ ନିର୍ଭୀକ, ଦୃଢ଼ମନା ନେତା ଥିଲେ । ରାଜନୀତିରେ ସତ୍ୟରୁ ସେ କେବେ ବିଚ୍ୟୁତ ହେଉନଥିଲେ । କଂଗ୍ରେସ ଦଳ କିପରି ଅଧିକ ସଂଗଠିତ ଓ ଜନପ୍ରିୟ ହୋଇପାରିବ ସେ ସବୁବେଳେ ଉଦ୍ୟମ ଜାରି ରଖିଥିଲେ । ଆଜିର ଯୁବ ସମାଜ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।
ସମ୍ମାନୀତ ଅତିଥି ଭାବରେ କଂଗ୍ରେସ ନେତୃବୃନ୍ଦ ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସୁମିତ୍ରା ଜେନା, ଗୁରୁପଦ ନନ୍ଦ ପ୍ରମୁଖ ଯୋଗଦେଇ କହିଲେ ଯେ ଲୁଲୁ ବାବୁ ଜଣେ ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ସତ୍ୟବାଦୀତା ଓ ନିର୍ଭୀକତା ଯୁବକମାନଙ୍କୁ ଆକୃଷ୍ଟ କରୁଥିଲା । ବିଧାୟକ ଭାବରେ ସେ ନିଜ ଅଂଚଳର ବହୁ କାର୍ଯ୍ୟ କରିଛନ୍ତି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ବୈଠକ ପ୍ରାରମ୍ଭରେ ହିମାଂଶୁ ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଜାନକୀ ବଲ୍ଲଭ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ଦୀପକ ସାହୁ, ଆଲୋକ ମହାନ୍ତି, ମନୋଜ ସାହୁ, ଘନ ମହାନ୍ତି, ବିଶ୍ୱଭୂଷଣ ଦାସ, ସରୋଜ ପରିଡା, ଦୀପକ ମହାପାତ୍ର, ଗୌରପ୍ରସାଦ ନନ୍ଦ, କିରଣ ସାହୁ, ରଜତ ଚୌଧୁରୀ, ମନୋଜ ବିଶ୍ୱାଳ, ତରୁଣ ମିଶ୍ର, କୀର୍ତନାନନ୍ଦ ଦାସ, ଅମିତ ମହାନ୍ତି, ସୁନିଲ ମହାନ୍ତି, ରିଚି ଦାସ, ସଂଜୟ ପଟ୍ଟନାୟକ, କିଶୋର ଜେନା, ଅଜୟ ସାମଲ, ଅଜୟ ମହାପାତ୍ର, ନିରଞ୍ଜନ ରାଉତ, ରବିନ୍ଦ୍ର ଆଚାର୍ଯ୍ୟ ଓ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସ୍ମୃତିସଭାରେ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ ଏବଂ ଚିନ୍ମୟ ପ୍ରସାଦ ବେହୁରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।


