ଭୁବନେଶ୍ୱର: ଓଡ଼ିଶା ପ୍ରତି ଆପତିଜନକ ମନ୍ତବ୍ୟ ଦେଇ ବିବାଦରେ ଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ର ନିଜର ମନ୍ତବ୍ୟ ପାଇଁ ପୁଣିଥରେ କ୍ଷମା ପ୍ରାର୍ଥନା କରିଛନ୍ତି।ସେ ଆସନ୍ତା ୨୩ତାରିଖରେ ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହେବେ ବୋଲି ସୂଚନା ଦେଇଛନ୍ତି।
ଶ୍ରୀ ଆୟର କହିଛନ୍ତି ଯେ, ପବ୍ଲିକ ପ୍ଲାଟଫର୍ମରେ ନିରବ ରହିବା ବୋଧହୁଏ ସବୁଠୁ ଭଲ ଓ ଯାହା କହିବା ତାହା ଅଧିକ ପରିପକ୍ୱ ହେବା ଉଚିତ୍ ବୋଲି ସେ ଏବେ ଅନୁଭବ କରୁଛି।ଅକ୍ଟୋବର ୨୩ତାରିଖରେ ଓଡ଼ିଶା ବିଧାନସଭା ସମ୍ମୁଖରେ ହାଜର ହେବି।ମୁଖ୍ୟମନ୍ତ୍ରୀ, ତାଙ୍କ କାର୍ଯ୍ୟାଳୟ, ବିଧାନସଭା ସମ୍ପର୍କରେ ସେ କିଛି ଖରାପ କଥା କହିଛନ୍ତି । ଏଥିପାଇଁ ଏବେ ଚାପଗ୍ରସ୍ତ ଅଛନ୍ତି ଓ ଏସବୁ ପାଇଁ ଆନ୍ତରିକ କ୍ଷମା ପ୍ରାର୍ଥନା କରୁଛନ୍ତି।ସେ ଓଡ଼ିଶାକୁ ଭଲ ପାଆନ୍ତି ଓ ସର୍ବଦା ରାଜ୍ୟର ପ୍ରଶଂସା କରିଥାନ୍ତି ବୋଲି କହିଛନ୍ତି । ସୂଚନାଯୋଗ୍ୟ ଅକ୍ଟୋବର ୫ ତାରିଖରେ ସୁପ୍ରିମକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।ଏହାପରଠୁ ତାଙ୍କୁ ଗିରଫ କରିବାର ମାର୍ଗ ପ୍ରଶସ୍ତ ହୋଇଛି।କିନ୍ତୁ ପୁଲିସ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରିନାହିଁ।
ଓଡ଼ିଶା ସପକ୍ଷରେ ମତ ରଖି ଶ୍ରୀ ଆୟର କହିଛନ୍ତି ଯେ, ସେ ଓଡ଼ିଶାକୁ ଭଲ ପାଆନ୍ତି ଓ ସର୍ବଦା ରାଜ୍ୟର ପ୍ରଶଂସା କରିଥାନ୍ତି।ଯଦି ତାଙ୍କର ଗବେଷଣାତ୍ମକ ଲେଖାକୁ କେହି ପଢ଼ିବେ ସେଥିରେ ଓଡ଼ିଶା ସମ୍ପର୍କରେ ଅନେକ ପ୍ରଂଶସା କରାଯାଇଛି । ଓଡ଼ିଶା ପ୍ରତି ସର୍ବଦା ଉଚ୍ଚ ସମ୍ମାନ ରହିଛି।ଓଡ଼ିଶା ବୁଲିବାର ମୁଖ୍ୟ କାରଣ ହେଉଛି ଇତିହାସକୁ ଜାଣି ତାକୁ ଭାରତୀୟ ସଂସ୍କୃତିରେ ଯୋଗଦାନ କରିବା।ଓଡ଼ିଶାକୁ ବହୁତ ଭଲ ପାଏ । ତାଙ୍କର ଟ୍ୱିଟର ଆକାଂଉଟ ପେଷାଦାର ନୁହେଁ ବରଂ କେବଳ ମଉଜମସ୍ତି ପାଇଁ ବୋଲି ଶ୍ରୀ ଆୟର କହିଛନ୍ତି।
ସୂଚନାଯୋଗ୍ୟ, ଚଳିତମାସ ୫ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ । ସେ ଧାର୍ମିକ ଭାବନାକୁ ଉସକାଇଥିବା ଯୋଗୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।


