Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମନ୍ତ୍ରୀଙ୍କ ହତ୍ୟାକାରୀ ପୁଲିସ ଏଏସଆଇଙ୍କୁ ଚାକିରିରୁ ବରଖାସ୍ତ

Gopal Das, ASI, Odisha Police, Naba Das

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି ମାରି ହତ୍ୟା କରିଥିବା ପୁଲିସ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ସମ୍ବିଧାନର ଧାରା-୩୧୧ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ଝାରସୁଗୁଡ଼ା ଏସପି ରାହୁଲ ଜୈନ ଆଜି ଗୋପାଳ ଦାସଙ୍କୁ ପୁଲିସ ଚାକିରିରୁ ବରଖାସ୍ତ କରିଛନ୍ତି ।
ସୂଚନା ଅନୁସାରେ, ରବିବାର ମନ୍ତ୍ରୀ ନବ ଦାସଙ୍କୁ ନିଜ ସର୍ଭିସ ବନ୍ଧୁକରୁ ଗୁଳି ମାରି ହତ୍ୟା କରିଥିବା ଗୋପାଳ ଦାସଙ୍କୁ ପୁଲିସ ଗତକାଲିଠୁ ଗିରଫ କରି କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିଛି । ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧି ଛକ ଫାଣ୍ଡି ଅଫିସର ଭାବେ ଗୋପାଳ କାର୍ଯ୍ୟ କରୁଥିଲେ ଓ ଗତକାଲି ମନ୍ତ୍ରୀ ଶ୍ରୀ ଦାସଙ୍କ ସୁରକ୍ଷା ଦାୟିତ୍ୱ(ଟ୍ରାଫିକ ମ୍ୟାନେଜମେଂଟ)ରେ ରହିଥିଲେ । ଗୋପାଳଙ୍କୁ କ୍ରାଇମବ୍ରାଂଚ ଏବେ ସୁନ୍ଦରଗଡ଼ ରିଜର୍ଭ ପୁଲିସ ବାରାକରେ ରଖି ଜେରା କରୁଛି ।
ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁରର ବାସିନ୍ଦା ଗୋପାଳ ୧୯୯୨ ମସିହା ଜୁଲାଇ ୮ତାରିଖରେ ପୁଲିସ କନେଷ୍ଟବଳ ଭାବେ ଗଞ୍ଜାମ ଜିଲ୍ଲାରେ ଚାକିରି ଆରମ୍ଭ କରିଥିଲେ । ୨୦୦୯ ସେପ୍ଟେମ୍ବର ୯ତାରିଖରେ ସେ ହାବିଲଦାରରୁ ଏଏସଆଇକୁ ପଦୋନ୍ନତି ପାଇଥିଲେ । ନିକଟ ଭବିଷ୍ୟତରେ ସେ ପୁଲିସ ଏସଆଇ ପାହ୍ୟାକୁ ପଦୋନ୍ନତି ପାଇଥାନ୍ତେ । ଗୋପାଳ ଗତ ୧୨ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି । ସେ ନିଜର କାର୍ଯ୍ୟ ଦକ୍ଷତା ଓ ପ୍ରଦର୍ଶନ ପାଇଁ ୧୨ଥର ପୁରସ୍କାର, ୧୮ଟି ମେଡାଲ ସହ ୮ଥର ଆର୍ଥିକ ପୁରସ୍କାର ନିଜ ପୁଲିସ ବିଭାଗରୁ ପାଇଛନ୍ତି । ସେ ମାନସିକ ରୋଗୀ ବୋଲି ତାଙ୍କ ପରିବାର ସଦସ୍ୟ କହୁଥିଲେ ମଧ୍ୟ ତାଙ୍କ ସର୍ଭିସ ବୁକରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଫିଟ୍ ବୋଲି ଉଲ୍ଲେଖ ରହିଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top