Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ହୃଦଘାତରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଦେହାନ୍ତ

ମୁମ୍ବାଇ: ବିଗବସ-୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଆଜି ହୃଦଘାତରେ ଦେହାନ୍ତ ହୋଇଯାଇଛି । ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଟିଭି ପରଦାରେ ସିଦ୍ଧାର୍ଥ ବେଶ ସକ୍ରିୟ ରହିଥିଲେ । ସୋସିଆଲ ମିଡ଼ିଆରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ ମଧ୍ୟ କରିଥିଲେ ।

ମିଳିଥିବା ସୂଚନା ମୁତାବକ ସିଦ୍ଧାର୍ଥ ଗତକାଲି କିଛି ଔଷଧ ଖାଇଥିଲେ । ତେବେ ଔଷଧ ଖାଇବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସିଦ୍ଧାର୍ଥଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକ ତଥା ପରିବାର ଲୋକଙ୍କୁ ବେଶ ଝଟକା ଲାଗିଛି ।

ଏଠାରେ କହି ରଖୁକି ମୁମ୍ବାଇରେ ୧୯୮୦ ମସିହା ଡିସେମ୍ବର ୧୨ ତାରିଖରେ ସିଦ୍ଧାର୍ଥଙ୍କ ଜନ୍ମ । କ୍ୟାରିୟର ଆରମ୍ଭରୁ ସେ ମଡେଲିଂ କରୁଥିବା ବେଳେ ୨୦୦୪ ମସିହାରେ ସିନେ ଜଗତରେ ପଦ ଥାପିଥିଲେ । ୨୦୦୮ ମସିହାରେ ‘ବାବୁଲ କା ଆଙ୍ଗନ ଛୁଟେ’ ନାମକ ଏକ ଟିଭି ଶୋ ମାଧ୍ୟମରେ ଛୋଟ ପରଦାରେ କ୍ୟାରିୟର ଆରମ୍ଭ କରିଥିଲେ।ବାଳିକା ବଧୁରେ ଶିବ ଚରିତ୍ରରେ ସେ ବେଶ ପ୍ରସିଦ୍ଧି ଲାଭ କରିଥିଲେ । ତେବେ ଏହା ପରେ ତାଙ୍କୁ ଅନେକ ସିରିଏଲରେ କାମ କରିବାର ସୁଯୋଗ ମିଳିଥିଲା । ଏହା ବ୍ୟତୀତ ସେ ରିଆଲିଟି ସୋ ଖତରୋ କେ ଖିଲାଡ଼ି ଓ ବିଗବସର ବିଜେତା ମଧ୍ୟ ହୋଇଥିଲେ ।

ନିକଟରେ ସେ ବ୍ରୋକେନ ବଟ ବିୟୁଟିଫୁଲ ନାମକ ଏକ ଓ୍ୱେବ ସିରିଜରେ ମଧ୍ୟ କାମ କରିଥିଲେ । ଏହି ଓ୍ୱେବ ସିରିଜଟି ବେସ ଲୋକପ୍ରିୟତା ହାସଲ କରିଥିଲା । ସେହିପରି ତାଙ୍କୁ କରଣ ଜୋହର ପ୍ରଯୋଜିତ ବମ୍ପଟି ଶର୍ମାକି ଦୁଲହନିଆରେ ଦେଖିବାକୁ ମିଳିଥିଲା । ଶେଷଥର ପାଇଁ ସିଦ୍ଧାର୍ଥଙ୍କୁ ଡାନ୍ସ ଦିଓ୍ୱାନାରେ ଦେଖିବାକୁ ମିଳିଥିଲା । ତାଙ୍କର ଏପରି ଅଚାନକ ମୃତ୍ୟୁରେ ପରିବାର ଓ ପ୍ରଂଶସକମାନଙ୍କ ବେଶ ଝଟକା ଲାଗିଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top