ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ମିଶିଛନ୍ତି । ବିଜେଡି ଛାଡ଼ିବା ପରେ ବିଜେପିରେ ମିଶିଛନ୍ତି ସାଂସଦ ଅନୁଭବ ମହାନ୍ତି । ନିକଟରେ ସେ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପର୍ଦାନ କରିଥିଲେ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି ।
ଦଳର ବରିଷ୍ଠ ନେତା ବିନୋଦ ତାୱଡ଼େ ଅନୁଭବ ମହାନ୍ତିଙ୍କୁ ଦଳରେ ସ୍ବାଗତ କରିଛନ୍ତି। ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ଦେବା ପରେ ଅନୁଭବ କେଉଁ ଦଳକୁ ଯିବେ ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା। କିନ୍ତୁ ଆଜି ଅନୁଭବ ବିଜେପିରେ ମିଶିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜର ଇସ୍ତଫାପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ। ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଥିଲା।


