Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଏସିଆର ନଂ ୱାନ୍ ଧନୀ ମୁକେଶ ଅମ୍ବାନୀ

ମୁମ୍ବାଇ : ଏସିଆର ନଂ ୱାନ୍ ଧନୀ ମୁକେଶ ଅମ୍ବାନୀ। ଦୁନିଆର ଟପ୍ ୧୦ ଧନୀ ତାଲିକାରେ ବି ସାମିଲ୍‌। ଅମାପ ସମ୍ପତ୍ତିକୁ ବଡ଼ ବଡ଼ ଘର। ଦେଖିଲେ ଲାଖିଯିବ ଆଖି। ଅମ୍ବାନୀଙ୍କ ସମ୍ପତ୍ତି ବିଷୟରେ ପ୍ରାୟ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। କିନ୍ତୁ କିଛି ନିର୍ଦ୍ଦିଷ୍ଟ ସମ୍ପତ୍ତି ଯାହା ତାଙ୍କୁ ନଂ୧ ଧନୀର ମାନ୍ୟତା ଦେଇଛି। ବିପୁଳ ଅର୍ଥ , ଜଓଖ ଅଧୀନରେ ବହୁ ସଂଖ୍ୟକ କମ୍ପାନୀ, ଅସଂଖ୍ୟ ବିଳାସପୂର୍ଣ୍ଣ କାର, କୋଟି କୋଟି ଡଲାର ବିନିଯୋଗ ଓ ବିଭିନ୍ନ ସ୍ଥାନରେ ଥିବା ବଙ୍ଗଲୋ। ତେବେ ଆସନ୍ତୁ ଜାଣିବା ତାଙ୍କର ସବୁଠୁ ଦାମୀ ବଙ୍ଗଲୋ ବିଷୟରେ।

ମୁମ୍ବାଇରେ ରହିଛି ପ୍ରସିଦ୍ଧ ବିଳାଶପୂର୍ଣ୍ଣ ଏଣ୍ଟିଲିଆ। ଯେଉଁଠି ମୁକେଶ ଅମ୍ବାନୀ ପୂରା ପରିବାର ସହ ରୁହନ୍ତି। ଏହି ବଙ୍ଗଲୋ ୨୭ ମହଲା ବିଶିଷ୍ଟ। ଏହା ୪୦୦,୦୦୦ ସ୍କୋୟାର ଫିଟରେ ନିର୍ମିତ। ଏଥିରେ ଅଛନ୍ତି ୬୦୦ କର୍ମଚାରୀ। ୬ଫ୍ଲୋର ପାର୍କିଂ। ଯେଉଁଠି ପ୍ରାୟ ପାର୍କିଂ ହୋଇପାରିବେ ୧୬୮ରୁ ଅଧିକ କାର୍‌। ସେଠି ସିନେମା ହଲ୍‌, ଆଉଟଡୋର୍ ଗାର୍ଡେନ୍‌, ସ୍ପା ଓ ମନ୍ଦିର ବି ରହିଛି। ଏହା ସହ ରହିଛି ୟୋଗା ଷ୍ଟୁଡିଓ, ଆଇସକ୍ରିମ୍ ପାର୍ଲର ଓ ୩ରୁ ଅଧିକ ସୁଇମିଂ ପୁଲ୍ ।

ଲଣ୍ଡନରେ ମୁକେଶ ଅମ୍ବାନୀଙ୍କର ରହିଛି ଏକ ୯୦୦ ବର୍ଷ ପୁରୁଣା ହୋଟେଲ । ପ୍ରାୟ ୫୯୨ କୋଟି ଟଙ୍କା ଦେଇ କିଣିଛନ୍ତି। ଯାହାର ନାଁ ରହିଛି ଷ୍ଟୋକ୍ ପାର୍କ। ଏହା ୪୯ଶଯ୍ୟା ବିଶିଷ୍ଟ। ଏଥିରେ ୧୩ଟି ଟେନିସ୍ କୋର୍ଟ ଏବଂ ୧୪ଟି ଘରୋଇ ଉଦ୍ୟାନ । ଯେତେ ବଡ଼ ଯାଗା ସେତେ ବିଳାଶପୂର୍ଣ୍ଣ।
ମୁକେଶ ଅମ୍ବାନୀ ନ୍ୟୁୟର୍କରେ କିଣିଛନ୍ତି ମାଣ୍ଡାରିନ୍ ଓରିଏଣ୍ଟାଲ୍ ହୋଟେଲ୍ । ଏହାକୁ ଅମ୍ବାନୀ ୭୨୮ କୋଟିରେ କିଣିଛନ୍ତି। ୨୪୮ ରୁମ୍ ବିଶିଷ୍ଟ ଏହି ହୋଟେଲ୍‌। ଖୁବ୍ ବିଳାସପୂର୍ଣ୍ଣକୁ ରହିଛି ସମସ୍ତ ସୁବିଧା। ଏହି ହୋଟେଲରେ ଆର୍ଟ ମ୍ୟୁଜିୟମ୍‌, ପ୍ରମିୟମ୍ ସାଉଣ୍ଡ୍ ସିଷ୍ଟମ୍‌, ଲକ୍ଜରୀ ବାର୍ । ଯେଉଁଠି ଲୋକେ ମନଭରି ଉପଭୋଗ କରନ୍ତି। ଏଥିରେ ଶୁଟିଂ ବି ହୋଇଛି ଅନେକ ହଲିଉଡ୍ ମୁଭି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top