ଭଦ୍ରକ: ବିଜେଡିରୁ ଇସ୍ତଫା ଦେଲେ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ଅସିତ୍ ପଟ୍ଟନାୟକ ଓରଫ୍ ବୁଲୁ ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର । ସେ ତାଙ୍କର ଇସ୍ତଫା ପତ୍ର ବିଜେଡ଼ି ଦଳର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଏହି ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେଉଁଠି ସମ୍ମାନ ନାହିଁ ସେ ଦଳରେ ରହିବି କାହିଁକି।
ଅସିତଙ୍କୁ ୨୦୧୯ ମସିହାରେ ବିଜେଡ଼ି ଦଳ ଟିକେଟରୁ ବଞ୍ଚିତ କରିଥିଲା। ତାଙ୍କୁ ନିର୍ବାଚନରେ ଦଳ ରାଜ୍ୟ ମତ୍ସ୍ୟ ନିଗମରେ ଅଧ୍ୟକ୍ଷ ପଦ ଦେଇ ସନ୍ତୁଷ୍ଟ କରିଥିଲା। ୨୦୨୪ ରେ ଅସିତଙ୍କୁ ଦଳ ଟିକଟ ନା ଦେଇ ଏଠାରୁ ଭଣ୍ଡାରିପୋଖରୀର ବିଧାୟକ ଥିବା ପ୍ରଫୁଲ୍ଲ ସାମଲଙ୍କୁ ପ୍ରାର୍ଥୀ କରିଛି। ଅସିତଙ୍କୁ ଦଳ ଦୁଇ ଦୁଇ ଟି ନିର୍ବାଚନରେ ଟିକଟ ନ ଦେବା ଘଟଣା ପରେ ଅସିତ ବିଜେଡ଼ି ଦଳରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ଆସିତ ପଟ୍ଟନାୟକ ଓ ତାଙ୍କର ବହୁ ସମର୍ଥକ କଂଗ୍ରେସରେ ଯୋଗ ଦେଇ ପାରନ୍ତି ବୋଲି ଭଦ୍ରକରେ ଚର୍ଚ୍ଚା ଜୋର ଧରିଛି। ଗୁରୁବାର ବୁଲୁ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବୁଲୁ କାଳେ ଭଦ୍ରକ ବିଧାନ ସଭା ପାଇଁ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ନେଇ ଭଦ୍ରକରେ ଚର୍ଚ୍ଚା ହେଉଛି।


