ବିଜେପିରେ ଆସି ଯୋଗ ଦିଅ ନହେଲେ ଗିରଫ ହେବ। ବିଜେପି ଏଭଳି ଧମକ ଦେଇଥିବା ଦାବି କଲେ ଆପ୍ ନେତ୍ରୀ ଅତିଶି ମାର୍ଲେନା। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିଜେପି ବିରୋଧରେ ଏହି ଭଳି ଅଭିଯୋଗ ଆଣିଛନ୍ତି । ଅତିଶୀ କହିଛନ୍ତି, ‘ମୋତେ କୁହାଯାଇଛି ଯେ, ମୋର ରାଜନୈତିକ କ୍ୟାରିଅରକୁ ବିଜେପିରେ ଯୋଗ ଦେଇ ବଞ୍ଚାଇବାକୁ, ଯଦି ମୁଁ ଦଳରେ ଯୋଗ ନ ଦେବି, ତେବେ ଆସନ୍ତା ମାସରେ ମୋତେ ଇଡି ଗିରଫ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ ବିଜେପି ନିଷ୍ପତ୍ତି ନେଇସାରିଛନ୍ତି ଯେ ସେମାନେ ଆମ୍ ଆଦମୀ ପାର୍ଟି ଏବଂ ଏହାର ସମସ୍ତ ନେତାଙ୍କୁ ତଳିତଳାନ୍ତ କରିବେ ଓ ଜେଲ୍ ପଠାଇବେ। ମୋର ଅତି ଘନିଷ୍ଠ ବ୍ୟକ୍ତି ମୋତେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ଆପ୍ ନେତାଙ୍କୁ ଜେଲ ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କଠାରୁ ଆରମ୍ଭ କରି ଏବେ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ଅନ୍ୟ ଚାରିଜଣ ବରିଷ୍ଠ ନେତାଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି। ସେମାନେ ହେଲେ ରାଘବ ଚଢ଼ା, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ ଏବଂ ମୁଁ।” । ସେମାନେ ଭାବୁଥିଲେ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଆମ୍ ଆଦମୀ ପାର୍ଟି ବିଚ୍ଛିନ୍ନ ହୋଇଯିବ ।


