Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଟି-୨୦ ବିଶ୍ୱକପ ହାତେଇଲା ଅଷ୍ଟ୍ରେଲିଆ

ଦୁବାଇ: ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପ ଭଳି ୨୦୨୧ ଟି-୨୦ ବିଶ୍ୱକପ ଫାଇନାଲରେ ପରାଜୟର ସ୍ୱାଦ ଚାଖିଛି କିୱି ଟିମ୍‌। ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି ଅଷ୍ଟ୍ରେଲିଆ। ଏଥିସହ ଅଷ୍ଟ୍ରେଲିଆ ସପ୍ତମ ଦଳ ଭାବେ ଉଭୟ ଦିନିକିଆ ଓ ଟି-୨୦ ବିଶ୍ୱକପ ଜିତିବାର ଗୌରବ ଅର୍ଜନ କରିଛି । ଏହା ପୂର୍ବରୁ କଙ୍ଗାରୁ ଟିମ୍ ପାଞ୍ଚ ଥର ଦିନିକିଆ ବିଶ୍ୱକପ ଜିତିଥିଲେ ହେଁ, ଥରେ ବି ଟି-୨୦ ବିଶ୍ୱକପ ଟାଇଟଲ୍ ହାସଲ କରିପାରିନଥିଲା।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ୱିଲିୟମସନଙ୍କ ବିସ୍ଫୋରକ ଇନିଂସ ବଳରେ ୪ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ଏହାର ଜବାବରେ ମିଶେଲ ମାର୍ଶଙ୍କ ଅପରାଜିତ ୭୭ ରନ୍‌ ବଳରେ ଅଷ୍ଟ୍ରେଲିଆ ୭ ବଲ ପୂର୍ବରୁ ମ୍ୟାଚ୍‌ ସହ ଟ୍ରଫି ଜିତିଛି।

ମାର୍ଶ ଶେଷ ଯାଏ ୭୭ ଓ ଗ୍ଲେକ ମ୍ୟାକ୍ସୱେଲ ୨୮ ରନ୍‌ କରି ଅପରାଜିତ ରହିଥିଲେ। ଡେଭିଡ ୱାର୍ଣ୍ଣର ୫୩ ଓ ଆରୋନ ଫିଞ୍ଚ ୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଅଷ୍ଟ୍ରେଲିଆ ୧୭୩ ରନ୍‌ର ପିଛା କରୁଥିବା ବେଳେ ମାତ୍ର ୧୫ ରନ୍‌ରେ ପ୍ରଥମ ୱିକେଟ ହରାଇଥିଲା। କିନ୍ତୁ ୱାର୍ଣ୍ଣର ଓ ମାର୍ଶ ଯୋଡ଼ି ସ୍ଥିତି ସମ୍ଭାଳିବା ସହ ଦ୍ୱିତୀୟ ୱିକେଟ ପାଇଁ ୯୨ ରନ୍‌ ଯୋଡ଼ିଥିଲେ।

ୱାର୍ଣ୍ଣର(୫୩) ଆଉଟ ହେବା ପରେ ମାର୍ଶ ଓ ମ୍ୟାକ୍ସୱେଲ ବାକି କାମ କରିଥିଲେ। ସେମାନେ ତୃତୀୟ ୱିକେଟ ପାଇଁ ବାକି ରନ୍‌ ଯୋଡ଼ି ଦଳକୁ ଚାମ୍ପିୟନ କରାଇଛନ୍ତି।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କେବଳ ଟ୍ରେଣ୍ଟ ବୋଲ୍ଟଙ୍କୁ ଛାଡ଼ି ଦେଲେ ଆଉ କୌଣସି ବୋଲର ଆଦୌ ପ୍ରଭାବ ଦେଖାଇ ପାରିନାହାନ୍ତି। ସେ ଦଳର ଏକମାତ୍ର ବୋଲର ଭାବେ ୨ଟି ଯାକ ୱିକେଟ ନେଇଛନ୍ତି।

ପୂର୍ବରୁ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ଭଲ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍ ପାଇଁ ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ ଓ ଡାରିଏଲ୍ ମିଚେଲ୍ ୨୮ ରନ୍ ଯୋଡ଼ିଥିଲେ। ପାକିସ୍ତାନ ବିପକ୍ଷରେ ୭୨ ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ମିଚେଲ୍ ଆଜି ମାତ୍ର ୧୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମିଚେଲଙ୍କ ଆଉଟ୍ ପରେ କିୱି ଟିମର ରନ୍ ଗତି ହ୍ରାସ ପାଇଥିଲା। ଯେଉଁ କାରଣରୁ ଦଳ ୧୦ ଓଭରରେ ମାତ୍ର ୫୭ ରନ୍ କରିପାରିଥିଲା।

ତେବେ ଏହା ପରଠାରୁ ୱିଲିୟମସନ୍ ଗିୟର ବଦଳାଇଥିଲେ। ଅନ୍ୟପଟେ ଗପ୍ଟିଲ ବଡ଼ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ସେ ୨୮ ରନ୍ କରି ଆଡାମ ଜାମ୍ପାଙ୍କ ଶିକାର ହୋଇଥିଲେ। ଏହା ପରେ ୱିଲିୟମସନଙ୍କୁ ଭରପୂର ସାଥ୍ ଦେଇଥିଲେ ଗ୍ଲେନ୍ ଫିଲିପ୍ସ। ୱିଲିୟମସନ୍ ମାତ୍ର ୩୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

ୱିଲିୟମସନ୍ ଓ ଫିଲିପ୍ସ ତୃତୀୟ ୱିକେଟ୍ ପାଇଁ ୩୬ ବଲରେ ୭୮ ରନର ଭାଗିଦାରୀ କରିଥିଲେ। ଫିଲିପ୍ସ (୧୮)ଙ୍କୁ ଜୋଶ ହେଜଲଉଡ୍ ଆଉଟ୍ କରିଥିଲେ। ଏହା ପରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ୱିଲିୟମସନଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ ହେଜଲଉଡ୍। ୱିଲିୟମସନ୍ ମାତ୍ର ୪୮ ବଲରେ ୮୫ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୦ ଚୌକା ଓ ୩ ଛକା ସାମିଲ୍ ଥିଲେ। ୱିଲିୟମସନଙ୍କ ଆଉଟ୍ ପରେ ଦଳର ରନ୍ ଗତି ହ୍ରାସ ପାଇଥିଲା।

ଏହା ପରେ ଜେମ୍ସ ନିଶାମ ଓ ଟିମ୍ ସିଫର୍ଟ ମିଶିକି କିୱି ଟିମକୁ ୧୭୨ ରନରେ ପହଞ୍ଚାଇଥିଲେ। ନିଶାମ ୧୩ ଓ ସିଫର୍ଟ ୮ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍ ୪ ଓଭରରେ ମାତ୍ର ୧୬ ରନ୍ ନେଇ ୩ଟି ୱିକେଟ୍ ନେଇଥିଲେ। ଅନ୍ୟପଟେ ମିଚେଲ୍ ଷ୍ଟାର୍କ ସବୁଠାରୁ ମହଙ୍ଗା ବୋଲର ଭାବେ ୪ ଓଭରରେ ୬୦ ରନ୍ ବ୍ୟୟ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top