Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଭୁବନେଶ୍ୱର ନୂଆ ଷ୍ଟେସନକୁ ଉଦଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ଭୁବନେଶ୍ୱର : ଆଜି ଉପକଣ୍ଠ କଳାରାହାଙ୍ଗରେ ଭୁବନେଶ୍ୱର ନୂଆ ଷ୍ଟେସନକୁ ବିଧିବଦ୍ଧ ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକଙ୍କ ସମେତ ସଂସ୍କତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମ୍ମୁଖଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ଏହି ଉତ୍ସବରେ କେହି ଯୋଗ ଦେଲେ ନାହିଁ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଭିଡିଓ ବ୍ରିଜ୍ ଜରିଆରେ ଖୋର୍ଦ୍ଧା ନିକଟରେ ମେମୁ ରକ୍ଷଣାବେକ୍ଷଣ କାରଖାନା, ଭୁବନେଶ୍ୱର ରେଳଷ୍ଟେସନର ପାଦଚଲା ଓଭରବ୍ରିଜ୍, ପୁରୀର ବଗଲା ଧର୍ମଶାଳାରେ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ଏବଂ ଯାତ୍ରୀ ସୁବିଧା ସେବା ତଥା ରଥଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ମୋବାଇଲ ଆପ୍କୁ ଲୋକାର୍ପଣ କରିଥିଲେ । ଏହି ଅବସରରେ ବାରଙ୍ଗଠାରେ ଅନୁଷ୍ଠିତ ଉଦ୍ଘାଟନୀ ସମାବେଶରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଭୁବନେଶ୍ୱର ନୂଆ ଷ୍ଟେସନ, ବାଣୀବିହାର ଷ୍ଟେସନ, ମଂଚେଶ୍ୱର ଏବଂ ଭୁବନେଶ୍ୱର ଷ୍ଟେସନର ଆଧୁନିକୀକରଣ ଦ୍ୱାରା ଆଖପାଖ ଅଂଚଳର ଲୋକଙ୍କ ସାମାଜିକ- ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ଏବେ ରେଳ ମନ୍ତ୍ରଣାଳୟ ବିଦ୍ୟୁତଚାଳିତ ଟ୍ରେନ୍ ସହ ସ୍ୱଚ୍ଛତା ରକ୍ଷା ଲାଗି ପ୍ରତି ଟ୍ରେନ୍ରେ ବାୟୋ ଟଏଲେଟ୍ ବ୍ୟବସ୍ଥା କରୁଛନ୍ତି । ପର୍ଯ୍ୟଟକମାନଙ୍କ ସୁବିଧା ଲାଗି ନନ୍ଦନକାନନ ଏବଂ ଭୁବନେଶ୍ୱର ଷ୍ଟେସନ ମଧ୍ୟରେ ଲିଙ୍କ୍ ଲାଇନ୍ ନିର୍ମାଣ ସକାଶେ ମଧ୍ୟ ପ୍ରସ୍ତାବ ରହିଛି । ଏଥିଲାଗି ରାଜ୍ୟ ସରକାର ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଂଚଳରେ ଟ୍ରାଫିକ୍ ଭିଡ଼ କମାଇବା ପାଇଁ ଖୋର୍ଦ୍ଧାର ରାମେଶ୍ୱର ନିକଟରୁ ଛତିଆ ପର୍ଯ୍ୟନ୍ତ ୧୨୦ କିଲୋମିଟର ଦୀର୍ଘର ଏକ ବାଇପାସ୍ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ସରକାର ନୀତିଗତ ମଞ୍ଜୁରୀ ଦେଇଛନ୍ତି ଏବଂ ଏହାର ସର୍ଭେ କାର୍ଯ୍ୟ ଜାରି ରହିଛି । ସେହିପରି କାଇପଦର ଏବଂ ରାଜା ଆଠଗଡ଼ ମଧ୍ୟରେ ପ୍ରାୟ ୫୦ କିଲୋମିଟର ଦୀର୍ଘର ରେଳପଥ ନିର୍ମାଣ ପ୍ରସ୍ତାବକୁ ପୂର୍ବତଟ ରେଳବାଇ କର୍ତୃପକ୍ଷ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ ।
ଶ୍ରୀ ପ୍ରଧାନ କହିଥିଲେ ଯେ ଭୁବନେଶ୍ୱର ନୂଆ ଷ୍ଟେସନର ନିର୍ମାଣ ପାଇଁ ୨୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଭୁବନେଶ୍ୱର ନୂଆ ଷ୍ଟେସନରେ ଏଣିକି ୫୮୦୦୧/୫୮୦୦୨ ପୁରୀ-ହାୱଡ଼ା-ପୁରୀ ପାସେଞ୍ଜର, ୫୮୧୩୧/୫୮୧୩୨ ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଏବଂ ୬୮୫୩୪/୬୮୫୩୩ କଟକ-ବ୍ରହ୍ମପୁର-କଟକ ମେମୁ ଟ୍ରେନ୍ ରହଣି କରିବ । ପ୍ରତି କୋଚ୍ରେ ୮୦ଜଣ ଯାତ୍ରୀଙ୍କ ପାଇଁ ବସିବା ବ୍ୟବସ୍ଥା ରହିଛି ଏବଂ ପ୍ରତି ବଗିରେ ବାୟୋ ଶୌଚାଳୟ ନିର୍ମିତ ହୋଇଛି, ଯାହାକି ଯାତ୍ରୀଙ୍କ ପାଇଁ ସୁବିଧା ପ୍ରଦାନ କରିବ । ସେହିପରି ଖୋର୍ଦ୍ଧାରୋଡ୍ ନିକଟରେ ମେମୁ ରକ୍ଷଣାବେକ୍ଷଣ କାରଖାନାର ନିର୍ମାଣ କାର୍ଯ୍ୟ ଲାଗି ପ୍ରାୟ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଠାରେ କଟକ-ବ୍ରହ୍ମପୁର-କଟକ ଏବଂ ଅନୁଗୁଳ-ପୁରୀ-ଅନୁଗୁଳ ମେମୁ ଟ୍ରେନ୍ର ରକ୍ଷଣାବେକ୍ଷଣ କରାଯିବ ।
ପୁରୀ ରଥଯାତ୍ରା ଲାଗି ସ୍ୱତନ୍ତ୍ର ମୋବାଇଲ ଆପ୍ ଲୋକାର୍ପଣ କରିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଯାତ୍ରୀ ତଥା ପର୍ଯ୍ୟଟକମାନେ ଏହି ଆପ୍ ଜରିଆରେ ଉଭୟ ସଂରକ୍ଷିତ ଓ ଅସଂରକ୍ଷିତ ଟିକେଟ୍ କରିପାରିବେ । ଏହାସହ କ୍ୟାଟରିଂ, ଅନୁସନ୍ଧାନ, ଆପତି ଅଭିଯୋଗ ସେବା ମଧ୍ୟ ଏହି ଆପ୍ରେ ଉପଲବ୍ଧ ହେବ । ଏପରିକି ରେଳ ଷ୍ଟେସନରେ ଥିବା ଡର୍ମିଟାରୀ ଏବଂ ରିଟାୟାରିଂ ରୁମ୍ ଲାଗି ମଧ୍ୟ ଯାତ୍ରୀମାନେ ଏହି ମୋବାଇଲ ଆପ୍ ଜରିଆରେ ବୁକ୍ କରିପାରିବେ । ଶ୍ରୀ ପ୍ରଧାନ କହିଥିଲେ ଯେ ଏ ବର୍ଷ ରଥଯାତ୍ରା ଲାଗି ମାତ୍ର ୧୮୪ଯୋଡ଼ା ଟ୍ରେନ୍ ଚଳାଚଳ କରିବାର ପ୍ରସ୍ତାବ ରହିଛି । ତେବେ ଏହି ସଂଖ୍ୟାକୁ ଆହୁରି ବଢାଇବା ଲାଗି ସେ ପୂର୍ବତଟ ରେଳବାଇ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top