Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଢେଙ୍କାନାଳରେ ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବେ ବିଜୟ

ଢେଙ୍କାନାଳ : ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେଡି ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ରାଜ୍ୟ ବିଜେପିର ଆତ୍ମଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲା ଢେଙ୍କାନାଳରେ ବିଜେପି ସଂଗଠନକୁ ସୁଦୃଢ଼ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ଏହାର ମୁକାବିଲା ପାଇଁ ଶ୍ରୀ ନାୟକଙ୍କୁ ସେଠାରେ ସହପର୍ଯ୍ୟବେକ୍ଷକ ଭାବେ ଅବସ୍ଥାପିତ କରାଯାଇଛି।ଏହାଛଡ଼ା ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ପୂର୍ବରୁ ଢେଙ୍କାନାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିବାରୁ ତାଙ୍କ ସହ କିଛି ଦଳୀୟ ନେତା ଯୋଗସୂତ୍ରରେ ଥାଇପାରନ୍ତି ବୋଲି ଦଳ ଆଶଙ୍କା କରିଛି।
ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ସେହିପରି ଢେଙ୍କାନାଳ ଜିଲ୍ଲାର ସଭାପତି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଯୁକ୍ତି ମିଳିଥିବାବେଳେ ସଭାପତି ଥିବା ମନ୍ତ୍ରୀ ଡଃ ନୃସିଂହ ସାହୁଙ୍କୁ ସାଧାରଣ ସମ୍ପାଦକ ଭାବେ ଅବସ୍ଥାପିତ କରାଯାଇଛି।ଡଃ ସାହୁ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ଭାବେ କାର୍ଯ୍ୟ କରୁଥିଲେ।ଅପରପକ୍ଷରେ ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ଗତ କିଛିମାସ ପୂର୍ବରୁ ନିଯୁକ୍ତି ମିଳିଥିଲେ ମଧ୍ୟ ସେ ପ୍ରଭାବଶାଳୀ ଢଙ୍ଗରେ ସାଂଗଠନିକ କାର୍ଯ୍ୟ କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରୁନାହାନ୍ତି।ଦୀର୍ଘ ୬ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ସେ ଦଳୀୟ ସଂଗଠନ ବାହାରେ ରହିଥିବାରୁ ଜିଲ୍ଲାରେ କାର୍ଯ୍ୟ କରିବା ତାଙ୍କ ପକ୍ଷେ ସହଜ ହେଉନାହିଁ । ନିଜର ଦକ୍ଷତା ବଳରେ ଅନେକ ସାଂଗଠନିକ କାର୍ଯ୍ୟକୁ ସୁଚାରୂ ରୂପେ ସମ୍ପାଦନ କରି ଦଳୀୟ ସୁପ୍ରିମୋଙ୍କ ଆସ୍ଥାଭାଜନ ହୋଇଥିବା ଶ୍ରୀ ନାୟକଙ୍କ ମାଧ୍ୟମରେ ତୃତୀୟ ମହଲା ସିଧାସଳଖ ଜିଲ୍ଲା ସଂଗଠନ ଉପରେ ନଜର ରଖିବାକୁ ରଣନୀତି ପ୍ରସ୍ତୁତ କରିଛି।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ପ୍ରସଙ୍ଗରେ ବିଜେଡି, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ସମାଲୋଚନା କରିବା ପରେ ବିଜେଡି ପକ୍ଷରୁ ତାଙ୍କୁ ‘ଡାକ ପିଅନ’ ଆଖ୍ୟା ଦିଆଯାଇଥିଲା।୨୦୧୬ ଜୁନ୍ ମାସରେ ଶ୍ରୀ ନାୟକ ହିଁ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ତୀବ୍ର ସମାଲୋଚନା କରି ‘ଡାକପିଅନ ମନ୍ତ୍ରୀ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି’ ବୋଲି କହିବାକୁ ପଛାଇ ନଥିଲେ।ଯାହାକୁ ପରବର୍ତୀ ସମୟରେ ଶ୍ରୀ ପ୍ରଧାନ ସ୍ୱୀକାର କରିବା ସହ ଗତ ୩ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମଧ୍ୟ ଏହା ଉଲ୍ଲେଖ କରିବାକୁ ପଛାଇ ନଥିଲେ।ଏହା ବ୍ୟତୀତ ଢେଙ୍କାନାଳ ଜିଲ୍ଲା ସଂଗଠନର କିଛି ନେତା ଏବେ ବହିଷ୍କୃତ ନେତା ଡାକ୍ତର ରାଉତଙ୍କ ସହ ଯୋଗାଯୋଗରେ ରହିଥିବା ଦଳ ଆଶଙ୍କା କରୁଛି।ସୂଚନାଯୋଗ୍ୟ ଗତ ଡିସେମ୍ବର ମାସରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ପଦବୀରୁ ହଟାଇ ଦିଆଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top