Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଗଠିତ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଉଦ୍ୟମରେ ‘ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ’ ଗଠନ ହୋଇଛି । ଆଜିର ଏହି ପ୍ରଥମ ସମ୍ମିଳନୀରେ ୩୧୪ଟି ବ୍ଲକ, ୧୧୦ଟି ମ୍ୟୁନିସିପାଲିଟି, ଏନ୍‍ଏସି ଓ ୫ଟି ମହାନଗର ନିଗମରୁ ୨୦୦୦ରୁ ଊଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେଇଥିଲେ । ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରମିଳା ମଲିକଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ । କଟକ-ବାରବଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ସୁଦାମ ମାର୍ଣ୍ଡି, ଶ୍ରୀକାନ୍ତ ସାହୁ, ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ଅଙ୍ଗନବାଡ଼ି ନେତ୍ରୀ ନନ୍ଦିନୀ ପଣ୍ଡା, ମନୋରମା ନନ୍ଦୀ, ରଶ୍ମୀବାଳା ମହାନ୍ତି, ମଞ୍ଜୁଲତା ଦାସ, ସୁଶ୍ରୀ ସଂଗୀତା ମହାପାତ୍ର, ଜୟପ୍ରଭା ଜେନା, ବୀଣାପାଣି ରାଉତ ପ୍ରମୁଖ ଭାଷଣ ଦେଇ କହିଥିଲେ ଯେ ଅଙ୍ଗନବାଡ଼ି କର୍ମୀମାନଙ୍କ ପ୍ରତି କେନ୍ଦ୍ର ସରକାର ୪୩ବର୍ଷ ଧରି ଘୋର ଅବିଚାର କରିଚାଲିଛନ୍ତି । ଜାତିସଂଘ ଦ୍ୱାରା ଗୃହୀତ ପ୍ରସ୍ତାବକୁ ଉପେକ୍ଷା କରି କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ ନକରିବା, ନିଜ ଦେୟ ୬୦ ଭାଗ ପ୍ରଦାନ ନକରିବା ଫଳରେ କର୍ମୀମାନେ ୯ ହଜାର ଟଙ୍କା ପାଇବା ପରିବର୍ତ୍ତେ ବର୍ତ୍ତମାନ ୬ ହଜାର ଟଙ୍କା ପାଉଛନ୍ତି । ଆଜି ଦିନରେ ରାଜ୍ୟ ସରକାର ୭୦ ଭାଗ ଓ କେନ୍ଦ୍ର ସରକାର ୩୦ ଭାଗ ପ୍ରଦାନ କରି ଅଙ୍ଗନବାଡ଼ି ଭଉଣୀମାନଙ୍କୁ ପ୍ରତାରିତ କରାଯାଉଛି । ପେନ୍‍ସନ୍‍ ବ୍ୟବସ୍ଥା ନକରିବା, ସ୍ଥାୟୀ ନିଯୁକ୍ତି ପ୍ରତି କୌଣସି ଗୁରୁତ୍ୱ ନଦେବା, ଅବସରକାଳୀନ ବୟସ ସୀମା ବୃଦ୍ଧି କରିବା କ୍ଷେତ୍ରରେ କେନ୍ଦ୍ର ସରକାର ଏହି କେନ୍ଦ୍ରୀୟ ଯୋଜନାର କୌଣସି ଆଇନ୍‍ଗତ ବ୍ୟବସ୍ଥା ନକରି ଓଡ଼ିଶାର ୭୬ ହଜାର ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରତାରିତ କରିଆସୁଛନ୍ତି ବୋଲି ଆଜି ଏହି ପ୍ରଥମ ସମ୍ମିଳନୀରେ ବକ୍ତାମାନେ ଅଭିଯୋଗ ଉପସ୍ଥାପନ କରିଥିଲେ ।

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ଉପରେ ଚାପ ପକାଇବା ସଂଗେ ସଂଗେ ପେନ୍‍ସନ୍‍ ବ୍ୟବସ୍ଥା ଲାଗୁ କରିବା, ଅବସରକାଳୀନ ସମୟ ସୀମା ବୃଦ୍ଧି କରିବା, ସ୍ଥାୟୀ ଚାକିରି ପାଇଁ କେନ୍ଦ୍ରକୁ ଚିଠି ଲେଖିବା, ପଦୋନ୍ନତି କ୍ଷେତ୍ରରେ ଅଧିକ ସୁବିଧା ପ୍ରଦାନ କରିବା, ଗ୍ରୀଷ୍ମକାଳୀନ ଛୁଟି ବ୍ୟବସ୍ଥା ଲାଗୁ କରିବା କ୍ଷେତ୍ରରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବକ୍ତାମାନେ ନିବେଦନ କରିଥିଲେ । ବଜାର ଦର ଅନୁଯାୟୀ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ମୂଲ୍ୟ ବୃଦ୍ଧି କରିବା କ୍ଷେତ୍ରରେ ସଠିକ୍‍ ପଦକ୍ଷେପ ନେବାକୁ ବକ୍ତାମାନେ ଦାବି କରିଥିଲେ ।
ଏହି ସମ୍ମିଳନୀରେ ସର୍ବସମ୍ମତିକ୍ରମେ ନନ୍ଦିନୀ ପଣ୍ଡା ସଭାପତି ଭାବେ, ମଞ୍ଜୁଲତା ଦାସ ସାଧାରଣ ସଂପାଦିକା ଭାବେ ଓ ସୁଶ୍ରୀ ସଂଗୀତା ମହାପାତ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଉପ-ସଭାପତି ଭାବରେ ଜ୍ୟୋତ୍ସ୍ନାରାଣୀ ମିଶ୍ର, ମଞ୍ଜୁଲତା ପଟ୍ଟନାୟକ, ମନୋରମା ନନ୍ଦୀ, ରଶ୍ମୀବାଳା ମହାନ୍ତି, ପ୍ରଭାତ ନନ୍ଦିନୀ ଜେନା, ଭାନୁମତି ନାୟକ, ସ୍ୱର୍ଣ୍ଣଲତା ସାହୁ, ଜୟପ୍ରଭା ଜେନା, ସବିତା ପରିଡ଼ା, ଧାର୍ମିକା ହରିଜନ, ଉଷାରାଣୀ ମହାନ୍ତି, ସୁକାନ୍ତି ସୁନା ନିର୍ବାଚିତ ହୋଇଛନ୍ତି । ସେହିପରି ସଂପାଦିକା ଭାବେ ପ୍ରଜ୍ଞାପରିମିତା ଜେନା, ପ୍ରଭାତୀ ରାୟସିଂହ, ଶ୍ରୀମତୀ ଇ. ପୂର୍ଣ୍ଣିଆମ୍ମା, ମଞ୍ଜୁଳା କୁମାରୀ ଦେବୀ, ବବିନା ବେହେରା, ତୃପ୍ତିମୟୀ ପାଇକରାୟ, ବୀଣାପାଣି ରାଉତ, ସଂଯୁକ୍ତା ମହାନ୍ତି, ଶାନ୍ତିଲତା କର, ଝୁନୁ ମହାନ୍ତି, ଜୟଶ୍ରୀ ଦାସ, ସ୍ମୃତିଶ୍ରୀ ଷଡ଼ଙ୍ଗୀ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଉପଦେଷ୍ଟା ଭାବରେ ପ୍ରମିଳା ମଲିକ ଓ ସୁବାସ ସିଂହ ନିର୍ବାଚିତ ହୋଇଛନ୍ତି । କାଗଜପତ୍ର ପରିଚାଳନା କରିବା ପାଇଁ ସୁରେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ୫୦ ଜଣିଆ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top