Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ହକିରୁ ବୀରେନ୍ଦ୍ରଙ୍କ ସନ୍ନ୍ୟାସ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ୱେୟାର): ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିବା ଓଡ଼ିଆ ପୁଅ ବୀରେନ୍ଦ୍ର ଲାକା ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଛନ୍ତି। ବୀରେନ୍ଦ୍ର ତତ୍କାଳ ପ୍ରଭାବରେ ହକିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ୩୧ ବର୍ଷୀୟ ଲାକ୍ରା ୨୦୧ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ବୀରେନ୍ଦ୍ରଙ୍କ ସନ୍ନ୍ୟାସ ନେଇ ହକି ଇଣ୍ଡିଆ ଟ୍ୱିଟ୍ କରି ସୂଚନା ଦେଇଛି।
ଲାକ୍ରା ଭାରତୀୟ ହକି ଟିମର ଷ୍ଟାର୍ ଡିଫେଣ୍ଡର ଥିଲେ। ସେ ଦୁଇଥର ଭାରତ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି। ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ଖେଳିଥିବା ବେଳେ ୨୦୧୬ରେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ହେଁ ଆହତ କାରଣରୁ ଖେଳି ନଥିଲେ। ତେବେ ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ୍‌ କରାଯାଇଥିଲା। ସେ ମଧ୍ୟ ଅଲିମ୍ପିକ୍ସରେ ଭାରତୀୟ ଦଳର ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତି ପାଇଥିଲେ। ଟୋକିଓରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତି ୪୧ ବର୍ଷର ଖାଲି ସ୍ଥାନ ପୂରଣ କରିଥିଲା।
ଭାରତୀୟ ହକି ପ୍ରତି ବୀରେନ୍ଦ୍ରଙ୍କ ଅବଦାନ ଅତୁଳନୀୟ ରହିଛି। ତାଙ୍କ ଭଳି ଡିଫେନ୍ସ ହୁଏତ ଅନ୍ୟ ଓଡ଼ିଆଙ୍କ ପକ୍ଷେ ଦେଖିବାକୁ ମିଳେ ନାହିଁ। ବୀରେନ୍ଦ୍ରଙ୍କ ସନ୍ନ୍ୟାସ ଘୋଷଣା କରିବା ଭାରତୀୟ ହକି ପାଇଁ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆସନ୍ତାବର୍ଷ ଭାରତୀୟ ହକି ଟିମର ବ୍ୟସ୍ତବହୂଳ କାର୍ଯ୍ୟକ୍ରମ ରହିଛି। ଆହତ ସମସ୍ୟା ଲାକ୍ରାଙ୍କ ପାଇଁ ସବୁବେଳେ ସମସ୍ୟା ସୃଷ୍ଟି କରିଆସୁଛି। ଏହାଛଡ଼ା ଆଗାମୀ ଟୁର୍ଣ୍ଣାମେଣ୍ଟ ଗୁଡ଼ିକରେ ହକି ଇଣ୍ଡିଆ ଲାକ୍ରାଙ୍କ ଭଳି ସିନିୟର ଖେଳାଳିଙ୍କ ବଦଳରେ ଜୁନିୟର ଖେଳାଳିଙ୍କୁ ଟିମ୍‌ରେ ସ୍ଥାନ ଦେଇପାରନ୍ତି। ବୋଧହୁଏ ଏହି ଦୁଇଟି କାରଣ ପାଇଁ ଲାକ୍ରା ମାତ୍ର ୩୧ ବର୍ଷରେ ହକି ଜଗତକୁ ଅଲବିଦା କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top