Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ପାରାଦୀପ ବିଜେଡି ଏକଜୁଟ : ଦାମ ଫୁସ୍, ବିଷ୍ଣୁ ଚିନ୍ତାରେ

ଭୁବନେଶ୍ୱର: ଦଳରୁ ବହିଷ୍କାର ହେବାପରେ କୁଜଙ୍ଗରେ ସମର୍ଥକଙ୍କ ବିଶାଳ ମେଳି କରିବା ପାଇଁ ସଜବାଜ ହେଉଥିବା ଡାକ୍ତର ଦାମୋଦର ରାଉତଙ୍କୁ ଆଜି ପୁଣିଥରେ ଶକ୍ତ ଧକ୍କା ଲାଗିଛି । ପାରାଦୀପ ନିର୍ବାଚନମଣ୍ଡଳୀର ଆଗଧାଡ଼ିର ବିଜେଡି କର୍ମୀମାନେ ଆଜି ବିଜେଡି ରାଜ୍ୟ ମୁଖ୍ୟାଳୟରେ ଏକଜୁଟ ହୋଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ଦଳ ଆଗାମୀ ଦିନରେ ଯାହାକୁ ନେତା ବାଛିବ ସେମାନେ ତାକୁ ସ୍ୱୀକାର କରିବେ ବୋଲି ଘୋଷଣା କରିଛନ୍ତି ।
ତେବେ ନିଜର ଦୀର୍ଘଦିନର ସମର୍ଥକ ତଥା ଦଳର ଛାମୁଆ କର୍ମୀମାନଙ୍କର ଏଭଳି ଆଭିମୁଖ୍ୟ ଦାମଙ୍କୁ ନିରାଶ କରିଥିବାବେଳେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କ ଚିନ୍ତା ମଧ୍ୟ ବଢ଼ାଇ ଦେଇଛି । ଦାମଙ୍କ ପ୍ରତି ବିମୁଖତା ଓ ଦଳ ପ୍ରତି ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିବା ପାରାଦୀପର ଦଳୀୟ କର୍ମୀମାନେ ଆଜିର ବୈଠକରେ ବିଷ୍ଣୁଙ୍କ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଥିଲେ । ବୈଠକରେ ତିର୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ସମେତ ପାରାଦୀପ ଅଂଚଳର କିଛି କର୍ମୀ ସଭାମଂଚରୁ ବିଷ୍ଣୁଙ୍କ ବିରୁଦ୍ଧରେ ବିଷ ଓଗାଳିବାକୁୁ ପଛାଇ ନଥିଲେ । ପାରାଦୀପର କିଛି କର୍ମୀ ଆଜି ବୈଠକ ସ୍ଥଳରେ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ପ୍ରତାପ ଜେନାଙ୍କୁ ମଧ୍ୟ ବିଷ୍ଣୁଙ୍କ ବିରୁଦ୍ଧରେ ଏକ ସ୍ମାରକପତ୍ର ଦେଇଥିବା ଜଣାପଡ଼ିଛି ।
ବିଷ୍ଣୁ କେଉଁ ପରିସ୍ଥିତିରେ ସାଂଗଠନିକ କାର୍ଯ୍ୟକ୍ରମରେ ଦଳୀୟ ନେତା ପଚାରୁନାହାନ୍ତି ଓ ପାରାଦୀପରେ ଜଣେ କଂଗ୍ରେସ ନେତାଙ୍କୁ ଧରି କିପରି ସେଠାରେ ରାଜନୀତିକ ଗତିବିଧି ଜାରି ରଖିଛନ୍ତି ତାହା ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି ।
ବୈଠକରେ ସମସ୍ତେ ଏକସ୍ୱରରେ ଦଳ ପାଇଁ କାର୍ଯ୍ୟ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ଆଜିର ବୈଠକରେ ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସମେତ ସମୁନ୍ତ ବିଶ୍ୱାଳ(ପାରାଦୀପ ବିଜେଡି ସଭାପତି), କୁମର ନାୟକ ଓ ପ୍ରାୟ ୪୦୦ରୁ ଅଧିକ ଆଗଧାଡ଼ିର କର୍ମୀ ଏକଜୁଟ ହୋଇ ଦାମଙ୍କ ବିକଳ୍ପ ଭାବେ ଦଳର ସୁପ୍ରିମୋ ଯାହାକୁ ଚୂଡ଼ାନ୍ତ କରିବେ ସେମାନେ ତାଙ୍କୁ ସ୍ୱୀକାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦଳ ବିରୁଦ୍ଧରେ ଯିଏ କାମ କରିବ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିବା ସହ ଦାମଙ୍କ ନାଁ ନେଇ ଅନେକ ନେତା ନିଜର ଭାଷଣରେ ତାଙ୍କ ଉପରେ ବର୍ଷିଥିଲେ । ତେବେ ଆଗାମୀ ଦିନରେ ଯିଏ ଦଳବିରୋଧୀ କାର୍ଯ୍ୟ କରିବ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ମୀମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି ।
ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ସାମଲ କହିଥିଲେ ଯେ, ନେତା ଦଳ ଛାଡ଼ିଲେ ବା ତାଙ୍କୁ ବାହାର କରାଗଲେ ତା’ର ପ୍ରଭାବ କର୍ମୀମାନଙ୍କ ଉପରେ ପଡ଼େନି । କର୍ମୀମାନେ ସର୍ବଦା ଦଳ ସହ ରହିଥାନ୍ତି । ଦାମ ରାଉତଙ୍କ ପାଇଁ ବିଜେଡି ଆଦୌ ବିବ୍ରତ ନୁହେଁ । କୁଜଙ୍ଗ ଓ ପାରାଦୀପର ଆଗଧାଡ଼ିର କର୍ମୀମାନେ ଆଜି ବୈଠକକୁ ଆସିଥିଲେ । ଆଶାଠୁ ଅଧିକ କର୍ମୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ସହପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ସ୍ୱଳ୍ପ ସମୟ ମଧ୍ୟରେ ଏହି ବୈଠକ ଡାକିଥିଲେ, ଯାହାକି ସଫଳ ହୋଇଛି । ଶ୍ରୀ ଜେନାଙ୍କ ସାଂଗଠନିକ ଦକ୍ଷତାକୁ ଶ୍ରୀ ସାମଲ ପ୍ରଶଂସା କରିବାକୁ ପଛାଇ ନଥିଲେ ।
ଉଲ୍ଲେଖଯୋଗ୍ୟ ଆଜିର ବୈଠକରେ ଜିଲ୍ଲାର ଦୁଇ ପର୍ଯ୍ୟକ୍ଷେକଙ୍କ ସମେତ ଜିଲ୍ଲା ସଭାପତି ବିଷ୍ଣୁ ଦାସ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ମୁଦୁଲି, ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ଆରମ୍ଭ ହେବାର ପ୍ରାୟ ଘଂଟାଏ ପରେ ଜିଲ୍ଲା ସଭାପତି ବିଷ୍ଣୁ ଦାସ ଆସିଥିଲେ । ଦାମଙ୍କୁ ବହିଷ୍କାର କରାଯିବା ପରେ ପ୍ରଥମଥର ପାଇଁ ଦଳ ପକ୍ଷରୁ ଏଭଳି ବୈଠକ ଡକାଯାଇଥିଲା । କୁଜଙ୍ଗ ବ୍ଲକର ୭ଟି ପଂଚାୟତର ନିର୍ବାଚିତ ବିଜେଡି ପ୍ରତିନିଧିଙ୍କୁ ଛାଡ଼ିଦେଲେ ଅନ୍ୟମାନେ ବୈଠକରେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top