Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ମହିଳା ନିର୍ଯାତନାରେ ଓଡ଼ିଶା ଏକନମ୍ବର: ଅମିତ୍ ଶାହ

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିବାର ଦିନକ ପରେ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ମହିଳା ଓ ଚାଷୀ ସମସ୍ୟାକୁ ନେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି।
ପୁରୀରେ ବିଜେପିର ଶକ୍ତିକେନ୍ଦ୍ରସ୍ତରୀୟ ମହିଳା ମୋର୍ଚ୍ଚା ପ୍ରତିନିଧି ସଭାକୁ ସମ୍ବୋଧିତ କରି ଶ୍ରୀ ଶାହ କହିଛନ୍ତି ଯେ, ରାଜ୍ୟରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିଚାଲିଛି।ମହିଳାବିରୋଧୀ ହିଂସାରେ ରାଜ୍ୟରେ ୩୯ପ୍ରତିଶତ ବଢ଼ିଛି।ମହିଳାଙ୍କୁ ଅସଦାଚରଣରେ ଦେଶରେ ଏକ ନମ୍ବର, ଯୌତୁକ ନିର୍ଯାତନାରେ ଚାରି ନମ୍ବର।ଗଣଦୁଷ୍କର୍ମରେ ୫ନମ୍ବରରେ ଥିବାବେଳେ ଏସିଡ୍ ମାଡ଼ରେ ୬ ନମ୍ବର ହୋଇଛି ଓଡ଼ିଶା।ବିକାଶରେ ଏକ ନମ୍ବର ହେବା ବଦଳରେ ଓଡ଼ିଶା ଏବେ ନାରୀ ନିର୍ଯାତନାରେ ନମ୍ବରୱାନ ହୋଇଛି।ଆଜିର ମହିଳା ସମାବେଶକୁ ପ୍ରଶଂସା କରି ଶ୍ରୀ ଶାହ କହିଛନ୍ତି ଯେ ଭାରତରେ ପ୍ରଥମଥର ପାଇଁ ଏଭଳି ସମ୍ମିଳନୀ ହେଉଛି।ଆଜିର ସମାବେଶ ହିଁ ନବୀନ ସରକାର ବିରୋଧରେ ଥିବା ଜନଆକ୍ରୋଶର ପ୍ରତିବିମ୍ବ।ଆଜିର ସମାବେଶ ନବୀନ ସରକାର ପାଇଁ ମୃତ୍ୟୁର ଘଂଟି।


ସେହିପରି ସମଗ୍ର ଦେଶରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେଉଛି।ଏଥିରେ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ମିଳିବ ଓ ଗରିବ ଉପକୃତ ହେବେ।କିନ୍ତୁ ଓଡ଼ିଶାବାସୀ ପାଇବେ ନାର୍ହିଁ ।ନବୀନବାବୁ ଭୟ କରୁଛନ୍ତି କାଳେ ଏହି ଯୋଜନା ଯୋଗୁ ମୋଦିଙ୍କ ଲୋକପ୍ରିୟତା ବଢ଼ିଯିବ।ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ନୁହେଁ ବରଂ କ୍ଷମତା କଥା ଚିନ୍ତା କରିବାରେ ଲାଗିଛନ୍ତି ।ଶାସନ ଗାଦିରେ ବସିବାର ଅଧିକାର ନବୀନବାବୁ ହରାଇ ସାରିଲେଣି ।
ନବୀନଙ୍କୁ ପରୋକ୍ଷରେ ଚେତାବନୀ ଦେଇ ଶ୍ରୀ ଶାହ କହିଛନ୍ତି ଯେ ୨୦୧୯ରେ ଓଡ଼ିଶାରେ ନିର୍ବାଚନ ହେବ।ଆଉ ବିଜେଡିକୁ ହଟାଇ ବିଜେପି ରାଜ୍ୟରେ ଶାସନ କରିବ ଓ ସେତେବେଳେ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରାଯିବ।
ଶ୍ରୀ ଶାହ ଦଳର ମହିଳା କର୍ମୀମାନଙ୍କୁ ଉତ୍ସାହିତ କରି ନିର୍ବାଚନ ପ୍ରସ୍ତୁତି ପାଇଁ ଲାଗିପଡ଼ିବାକୁ ଆହ୍ୱାନ ଦେଇଛନ୍ତି।ମୋଦିଙ୍କ ଦୂତ ସାଜି ଗାଁ ଗାଁକୁ ଯାଇ ଦଳକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ୨୦୧୪ରୁ ଆଜି ସୁଦ୍ଧା ଆମର ୧୪ଜଣ କର୍ମକର୍ତାଙ୍କୁ ରାଜ୍ୟରେ ହତ୍ୟା କରାଯାଇଛି।କିନ୍ତୁ ଏଥିରେ ବିଜେପି ଚପିଯିବନି।ବିଜେପିର ଇତିହାସ ହେଉଛି, ଯେତିକି ଦମନ କରିବାକୁ ଚେଷ୍ଟା କରାଯିବ ଦଳ ସେତେ ସୁଦୃଢ଼ ହେବ।
ଓଡ଼ିଶାରେ ନବୀନ ଶାସନ ବହୁତ ହୋଇଗଲା।ଓଡ଼ିଶାବାସୀ ନବୀନଙ୍କୁ ୧୮ବର୍ଷ ହେଲା ଶାସନ କ୍ଷମତା ଦେଇଛନ୍ତି।ଥରେ ମୋଦିଜୀଙ୍କୁ ଓଡ଼ିଶାର ଦାୟିତ୍ୱ ଦିଅନ୍ତୁ।୫ବର୍ଷ ମଧ୍ୟରେ ଓଡ଼ିଶାକୁ ବିକାଶ କ୍ଷେତ୍ରରେ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରାଯିବ ବୋଲି ଶ୍ରୀ ଶାହ ଆହ୍ୱାନ ଦେଇଛନ୍ତି।
ଏହି ସମାବେଶରେ ଜାତୀୟ ଓ ରାଜ୍ୟ ମହିଳା ମୋର୍ଚ୍ଚାର ପଦାଧିକାରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଓ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top