Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଅମିତ୍ ଶାହଙ୍କୁ କଡ଼ା ଜବାବ ଦେଲା ବିଜେଡି

ଭୁବନେଶ୍ୱର : ସାଢ଼େ ୪ବର୍ଷ ପରେ ବି ‘ଆଚ୍ଛେଦିନ୍‍’ର ସ୍ୱରଶବ୍ଦ ଶୁଣାଯାଉନାହିଁ । ପେଟ୍ରୋଲ ଦର ପ୍ରତି ଲିଟର ୯୦ ଟଙ୍କା ଛୁଇଁଲାଣି, ଭାରତୀୟ ମୁଦ୍ରା ୧ ଡଲାର ମୁକାବିଲାରେ ୧୦୦ ଟଙ୍କା ଛୁଇଁଲା ଭଳି ଅନୁମାନ କରାଯାଉଛି।ବିଜେପି ୫ବର୍ଷରେ ଓଡ଼ିଶାକୁ ୧ନମ୍ବର ରାଜ୍ୟରେ ପରିଣତ କରିବାର ଦୃଢ଼ୋକ୍ତି ଅତ୍ୟନ୍ତ ହାସ୍ୟାସ୍ପଦ।
ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ଅରୁଣ କୁମାର ସାହୁ, ସଂଜୟ କୁମାର ଦାସବର୍ମା ଏବଂ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ଯେ,୨୦୧୯ ନିର୍ବାଚନ ଆଉ କିଛିମାସ ଥିଲାବେଳେ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହା ତାଙ୍କର ଚିରାଚରିତ ଭାବରେ ପୁରୀରେ ରାଜନୈତିକ ଉଦ୍‍ବୋଧନ ଦେଇ ନିଜର ଦଳୀୟ କାର୍ଯ୍ୟ କେବଳ କରିଛନ୍ତି।ଓଡ଼ିଶାର ବିକାଶ ଏବଂ ପ୍ରଗତି ଠାରୁ ବିଜେପି ଅନେକ ଦୂରରେ ଅଛି ଏବଂ ମହାନଦୀ, ପୋଲାଭରମ୍‍, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଏମ୍‍ଏସ୍‍ପିର ପ୍ରସଂଗ ଏବଂ କେନ୍ଦ୍ରୀୟ ଅନୁଦାନ କାଟ୍‍ ଭଳି ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ପ୍ରସଂଗଗୁଡିକରେ ନିରବଦ୍ରଷ୍ଟା ପାଲଟିଛନ୍ତି ।
ମହିଳାମାନଙ୍କ ଉପରେ ଅତ୍ୟାଚାର ଏକ ରାଷ୍ଟ୍ରୀୟ ସମସ୍ୟା ଏବଂ ଏହା ଏକ ସମ୍ବେଦନଶୀଳ ବିଷୟ।ମାନବିକ ଦୃଷ୍ଟିକୋଣରୁ ଏହି ପ୍ରକାର ଏକ ସ୍ପର୍ଶକାତର ବିଷୟକୁ ରାଜନୀତିକରଣ କରିବା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ । ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ଦୃଢ଼ତାର ସହିତ ଦମନ କରିବା ପାଇଁ ଓଡ଼ିଶାର ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ଏବଂ ଏହା ବିରୋଧରେ ଦୃଢ଼ତାର ସହିତ ସମସ୍ତେ ମିଶି ଲଢ଼ିବାର ଆବଶ୍ୟକତା ରହିଛି।ବିଜେପି ଭଳି ବିଜୁ ଜନତା ଦଳ ମହିଳାଙ୍କ ପ୍ରସଂଗକୁ ନେଇ ରାଜନୀତି କରିବା ଉଚିତ୍‍ ମନେ କରେନାହିଁ।ଆମେ ଆଶା କରିବୁ ଏହି ପ୍ରସଂଗ ଉପରେ ବିଜେପି ରାଜନୀତି କରିବା ବନ୍ଦ କରୁ।ବିଜେପି ଶାସିତ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ମହିଳାମାନେ ଅଧିକ ସୁରକ୍ଷିତ ଅଛନ୍ତି ଏବଂ ମହିଳାମାନଙ୍କ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ମମତା, ମିଶନ ଶକ୍ତି ଏବଂ ଅନେକ ପ୍ରକାର ଯୋଜନା ଦ୍ୱାରା ମହିଳାମାନଙ୍କର ବିକାଶ କରିଆସୁଛନ୍ତି । ଅମିତ ଶାହା ଆଜି ଅପରାଧ ବିଷୟରେ ଉଲ୍ଳେଖ କରି ପରୋକ୍ଷରେ ବିଜେପିକୁ ଲୋକଙ୍କର ପ୍ରଶ୍ନ ଘେର ମଧ୍ୟକୁ ଟାଣି ଆଣିଛନ୍ତି।ଅତୀତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସକୁ କଟକର ବାଇମୁଣ୍ଡି ଆଖ୍ୟା ଦେଇ ବିଜେପିର ଅପରାଧୀଙ୍କ ପ୍ରତି ଆସକ୍ତିକୁ ସ୍ପଷ୍ଟ ଭାବରେ ଜାହିର କରିଛନ୍ତି । ଛତ୍ରପୁରର ବିଜେଡି କାଉନ୍‍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡରେ ବିଜେପିର ନେତାମାନଙ୍କର ସଂପୃକ୍ତି ଏବଂ ସେହି ନେତାମାନେ କେଉଁ ନେତାଙ୍କର ଛତ୍ରଛାୟାରେ ଉତ୍ତରାଖଣ୍ଡର ଏକ ଗେଷ୍ଟହାଉସ୍‍ରେ ଲୁଚିଥିଲେ, ତାହା ଆଜି ମଧ୍ୟ ଜନସାଧାରଣଙ୍କୁ ଆନ୍ଦୋଳିତ କରୁଛି।ବିଜେପୁର ଉପନିର୍ବାଚନରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରେ ବିଜେପିର ନେତା ଓ କର୍ମୀଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ଏବଂ ଏହି ଘଟଣାରେ ବିଜେଡିର କର୍ମୀ ଦିଲେଶ୍ୱର ସାହୁଙ୍କୁ ହତ୍ୟା କରାଯାଇଥିବା ବିଜେପିର ଅପରାଧପ୍ରବଣତାକୁ ଦର୍ଶାଉଛି।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅହେତୁକ ଅନୁକମ୍ପା ଗ୍ୟାଙ୍ଗଷ୍ଟର ଟିଟୋଙ୍କ ପ୍ରତି ଜଣାପଡିଲା, ଯେତେବେଳେ ଏସ୍‍ଟିଏଫ୍‍ ଦ୍ୱାରା ଟିଟୋକୁ ଦୁଇଟି ପେଟ୍ରୋଲ ପମ୍ପ ଆବଣ୍ଟନ କରାଯାଇଛି ବୋଲି ମାମଲା ସମ୍ମୁଖକୁ ଆସିଲା।ଏକ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପାଇଁ ଦୁଇଟି ପେଟ୍ରୋଲ ପମ୍ପ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆବଣ୍ଟନ କରାଯାଇଥିଲା ଏବଂ ଏହାଦ୍ୱାରା ଧର୍ମେନ୍ଦ୍ର ଓ ଟିଟୋଙ୍କ ସଂପର୍କ ସ୍ପଷ୍ଟ ହୋଇଯାଇଛି।ଅମିତ ଶାହାଙ୍କ ଗସ୍ତ ତାଙ୍କର କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବାରେ ସୀମିତ ଏବଂ ଏହାର କୌଣସି ପ୍ରଭାବ ଓଡ଼ିଶାର ଜନସାଧାରଣଙ୍କ ଉପରେ ପଡିବ ନାହିଁ।୧୮ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଘଟିବା ସହିତ ମହିଳାମାନଙ୍କ ପାଇଁ ସଶକ୍ତିକରଣ ଓ ପ୍ରଗତିର ଅନେକ ଦ୍ୱାର ଫିଟାଇଛନ୍ତି।
ଓଡ଼ିଶାରେ ଏଲ୍‍ପିଜି ଗ୍ୟାସ୍‍ ସିଲିଣ୍ଡର ଉପଭୋକ୍ତା ୩୦ଲକ୍ଷ ଉଲ୍ଲେଖିତ ଥିବାବେଳେ ପାଖାପାଖି ୨୪ଲକ୍ଷ ସିଲିଣ୍ଡର ଦ୍ୱ୍‍ିତୀୟଥର ପାଇଁ ଗ୍ୟାସ୍‍ ଭରଣା କରାଯାଉନାହିଁ।ଏହି ୨୪ଲକ୍ଷ ଉପଭୋକ୍ତା ବାସ୍ତବରେ ଅଛନ୍ତି କି? ଯଦି ଅଛନ୍ତି ଏହି ୨୪ଲକ୍ଷ ସିଲିଣ୍ଡର ସେମାନେ ଉପଭୋଗ ନକରୁଥିଲା ବେଳେ କୌଣସି ସ୍ଥାନରେ କଳାବଜାରୀ ହେଉନାହିଁ ତ? ଏହି ଦୁର୍ନୀତି ଉପରେ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟୀକରଣ ନଦେଇ ନିଜର ଦାୟିତ୍ୱରୁ ଓହରିବାକୁ ଚେଷ୍ଟା କରିବା ନିନ୍ଦନୀୟ।ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶାକୁ ଅର୍ଥ କେନ୍ଦ୍ରରୁ ପଠାଉଥିବା କହିବା, କଟା ଘା’ରେ ଚୂନ ସଦୃଶ।କେନ୍ଦ୍ର ସରକାର ୮ଟି ଯୋଜନାକୁ ବନ୍ଦ କରିଦେଇଛନ୍ତି ଏବଂ ୩୩ଟି ଯୋଜନାରେ କେନ୍ଦ୍ରୀୟ ସହାୟତା ହ୍ରାସ କରି ରାଜ୍ୟ ଉପରେ ଆର୍ôଥକ ବୋଝ ଜବରଦସ୍ତି ଲଦି ଦେଇଛନ୍ତି । କେନ୍ଦ୍ରରୁ ଓଡ଼ିଶାକୁ ଅର୍ଥ ପଠାଇବା କଥା ଶ୍ରୀ ଶାହା କହିଲେ ମନେ ହୁଏ, ଯେମିତି ପ୍ରତି ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ବିଜେପି ପୂର୍ବ ଘୋଷିତ ଭାବରେ ପଠାଇ ସାରିଛି । ବିଜେପି ଶାସିତ ରାଜ୍ୟ, ଯଥା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଇତ୍ୟାଦିରେ ମହିଳାମାନଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ କ୍ରମାଗତ ଭାବରେ ବୃଦ୍ଧି ପାଉଛି ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top