Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବାଲେଶ୍ୱର ଓ ତିର୍ତ୍ତୋଲର ଗାଁକୁ ଯାଇ କୃତଜ୍ଞତା ଜଣାଇବେ ବିଜେଡି ନେତା

ଭୁବନେଶ୍ୱର(ଓଡ଼ିଶା ୱେୟାର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହେବାପରେ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବିଧାନସଭାମଣ୍ଡଳୀର ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହିତ ନିର୍ବାଚନ ପରିଚାଳନା ପାଇଁ ଦଳର ଯେଉଁ ନେତାମାନେ ପଂଚାୟତର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ସେମାନଙ୍କୁ ସେସବୁ ଅଂଚଳକୁ ଯାଇ ଲୋକଙ୍କୁ ଭେଟି ଧନ୍ୟବାଦ ଜଣାଇବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଲୋକଙ୍କ ସମସ୍ୟା କ’ଣ ରହିଛି ତାହା ମଧ୍ୟ ତାଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ୱର(ଓଡ଼ିଶା ୱେୟାର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହେବାପରେ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବିଧାନସଭାମଣ୍ଡଳୀର ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହିତ ନିର୍ବାଚନ ପରିଚାଳନା ପାଇଁ ଦଳର ଯେଉଁ ନେତାମାନେ ପଂଚାୟତର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ସେମାନଙ୍କୁ ସେସବୁ ଅଂଚଳକୁ ଯାଇ ଲୋକଙ୍କୁ ଭେଟି ଧନ୍ୟବାଦ ଜଣାଇବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଲୋକଙ୍କ ସମସ୍ୟା କ’ଣ ରହିଛି ତାହା ମଧ୍ୟ ତାଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ ଦେଇଛନ୍ତି।
ଆଜି ସନ୍ଧ୍ୟାରେ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ବିଜୟୀ ପ୍ରାର୍ଥୀ, ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ନେତାଗଣ ଓ ସମ୍ପୃକ୍ତ ଦୁଇ ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କରୋନାର କଠିନ ପରିସ୍ଥିତିରେ ପ୍ରଚାର କାର୍ଯ୍ୟ ସହଜ ନଥିଲା। କିନ୍ତୁ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଦଳର କର୍ମୀ,ନେତା ଓ ପର୍ଯ୍ୟବେକ୍ଷକମାନେ କଠିନ ପରିଶ୍ରମ କରିଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିର୍ବାଚନବେଳେ ଯେଉଁ ପ୍ରତିଶ୍ରୁତି ବିଜେଡି ଦେଇଛି ତାକୁ ପାଳନ ପାଇଁ ଉଦ୍ୟମ କରାଯିବ। ବିଜେଡି କଥାରେ ନୁହେଁ କାମରେ ବିଶ୍ୱାସ କରେ। ଯେଉଁ ଦଳୀୟ ପର୍ଯ୍ୟବେକ୍ଷକମାନେ ପଂଚାୟତ ଦାୟିତ୍ୱରେ ରହି ନିର୍ବାଚନ ପରିଚାଳନା କରୁଥିଲେ ସେମାନେ ସେସବୁ ଅଂଚଳକୁ ଯାଇ ବୁଲନ୍ତୁ, ସେଠାର ଲୋକଙ୍କୁ ଭେଟି ତାଙ୍କ ତରଫରୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କର ସମସ୍ୟା କ’ଣ ଅଛି ବୁଝନ୍ତୁ । ସେମାନେ କ’ଣ ଚାହୁଁଛନ୍ତି ତାହା ବୁଝି ତାଙ୍କୁ ଜଣାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ନବନିର୍ବାଚିତ ବିଧାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ଲୋକଙ୍କ କଲ୍ୟାଣ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା (ଟିମ୍ ତିର୍ତ୍ତୋଲ) ନେତାମାନେ ଯଥା- ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଶାନ୍ତ ମୁଦୁଲି, ରାଜଶ୍ରୀ ମଲ୍ଲିକ, ଦେବାଶୀଷ ସାମନ୍ତରାୟଙ୍କ ସମେତ ଅନ୍ୟ ନେତାମାନେ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ । ସେହିପରି ଟିମ୍ ବାଲେଶ୍ୱର ଭାବେ ଦେବୀପ୍ରସାଦ ମିଶ୍ର, ପ୍ରତାପ ଦେବ ଓ ପ୍ରତାପ ଜେନାଙ୍କ ସହ ରବୀନ୍ଦ୍ର ଜେନା ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ଉଭୟ କାର୍ଯ୍ୟକ୍ରମରେ ନବନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ କୁମାର ଦାସ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top