Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡିରେ ଦଳଡିଆଁଙ୍କୁ ଗୁରୁତ୍ୱ

ଭୁବନେଶ୍ୱର : ବିଜେଡିରେ ଏବେ ଦଳଡିଆଁଙ୍କୁ ଅଧିକ ଗୁରୁତ୍ୱ ମିଳୁଛି । ଦଳରେ ଦୀର୍ଘବର୍ଷ ଧରି ପଡ଼ିରହିଥିବା କର୍ମୀ ଓ ସଂଗଠକମାନଙ୍କୁ ଅଣଦେଖା କରାଯାଇ ଯେଉଁମାନେ ଅନ୍ୟ ଦଳ ଛାଡ଼ି ଆସିଛନ୍ତି ସେମାନଙ୍କୁ ଅପେକ୍ଷାକୃତ ପ୍ରାଧାନ୍ୟ ଦିଆଯାଉଥିବା ଜଣାପଡ଼ିଛି । ଦଳ ପକ୍ଷରୁ ଆଜି ନିଆଯାଇଥିବା ନିଷ୍ପତିରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ।
ବିଜେଡି ପ୍ରେସ୍ ରିଲିଜ୍ ଅନୁସାରେ ‘ଆମ ଓଡ଼ିଶା ପାର୍ଟି’ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ, କଂଗ୍ରେସରୁ ଆସିଥିବା ଚନ୍ଦ୍ରଶେଖର ସାହୁ ଓ ଅଚ୍ୟୁତ ସାମନ୍ତଙ୍କୁ ଏବେ ଦଳ ପକ୍ଷରୁ ଗୁରୁଦାୟିତ୍ୱ ନ୍ୟସ୍ତ ହୋଇଛି । ସୌମ୍ୟ ଓ ଅଚ୍ୟୁତଙ୍କୁ ପୂର୍ବରୁ ରାଜ୍ୟସଭାକୁ ପଠାଇ ଦଳର ଅନ୍ୟ ଯୋଗ୍ୟ ନେତାମାନଙ୍କୁ ଉପେକ୍ଷିତ କରିଥିବା ବିଜେଡି ଆଜି ଅଚ୍ୟୁତଙ୍କୁ କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି । ରାଜନୀତି ଓ ସାଂଗଠନିକ ଦକ୍ଷତା ନଥିବା ଅଚ୍ୟୁତଙ୍କୁ ଏହି ଦୁଇ ଜିଲ୍ଲାର ଦଳୀୟ କର୍ମୀ ଓ ନେତାମାନେ କିଭଳି ଗୁରୁତ୍ୱ ଦେବେ ତଥା ଅଚ୍ୟୁତ କେଉଁ ଢଙ୍ଗରେ ସେମାନଙ୍କ ସହ ମିଶିବେ ତାକୁ ନେଇ ପ୍ରଶ୍ନ ଉଠିଲାଣି । ସେହିପରି ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ମହାନଦୀ ଓ ପୋଲାଭରମ୍କୁ ପ୍ରସଙ୍ଗ କରିବାକୁ ଚାହୁଁଥିବାରୁ ଆଜି ଏକ ଷ୍ଟିଅରିଂ କମିଟି ଗଠନ କରିଛି । ଏଥିରେ ଦଳର ଦୁଇ ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀପ୍ରସାଦ ମିଶ୍ରଙ୍କ ସମେତ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଚନ୍ଦ୍ରଶେଖର ସାହୁଙ୍କୁ ଷ୍ଟିଅରିଂ କମିଟିର ସଦସ୍ୟ ଭାବେ ସାମିଲ କରିଛି । ଦଳଡିଆଁ ନେତାଙ୍କ ଉପରେ ବିଜେଡି ସୁପ୍ରିମୋଙ୍କ ମାତ୍ରାଧିକ ଆସ୍ଥାକୁ ନେଇ ଏବେ ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି । ସୌମ୍ୟ ଏପର୍ଯ୍ୟନ୍ତ ନିଜର ‘ଆମ ଓଡ଼ିଶା ପାର୍ଟି’ର ବିଲୟ ବିଜେଡିରେ କରିନଥିବାବେଳେ ତାଙ୍କୁ ଦଳୀୟ ସଂଗଠନରେ ଏଭଳି ଗୁରୁତ୍ୱ ଦେବା ପଛରେ କ’ଣ କାରଣ ତାକୁ ନେଇ ପ୍ରଶ୍ନ ଉଠିଛି ।
ଅନ୍ୟପକ୍ଷରେ ଦଳର ଜଣେ କର୍ମକର୍ତା ଏହି ନିଯୁକ୍ତି ପ୍ରସଙ୍ଗରେ ସପକ୍ଷରେ ଯୁକ୍ତି ବାଢ଼ି କହିଛନ୍ତି ଯେ, ଯେହେତୁ ଉକ୍ତ ଦୁଇଜଣଙ୍କୁ ରାଜ୍ୟସଭା ପଠାଯାଇଛି,ସେମାନଙ୍କୁ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିବାକୁ ଦଳ ଚାହିଁଛି । ଅବଶ୍ୟ ଅଚ୍ୟୁତଙ୍କର ରାଜନୀତିକ କିମ୍ବା ଦଳୀୟ ସଂଗଠନ ସମ୍ପର୍କରେ କିଛି ଧାରଣା ନାହିଁ । କିନ୍ତୁ ଦଳର ସାଂସଦ ହୋଇଥିବାରୁ ତାଙ୍କର ରାଜନୀତିକ ଦକ୍ଷତାକୁ ସୁପ୍ରିମୋ ମଧ୍ୟ ପରଖିବାକୁ ଚାହୁଁଛନ୍ତି । ସୂଚନାଯୋଗ୍ୟ, ଦୀର୍ଘ ୨୦ବର୍ଷ ଧରି ଦଳ ପାଇଁ କାର୍ଯ୍ୟ କରୁଥିବା ଶତାଧିକ ଆଗଧାଡ଼ିର ନେତାଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଛି । ସେମାନଙ୍କୁ ଦଳୀୟ ସାଂଗଠନିକ ପଦପଦବୀ କିମ୍ବା ରାଜନୀତିକ ପଦପଦବୀରେ ମଧ୍ୟ ଥଇଥାନ କରାଯାଉ ନଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top