Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଶିଳ୍ପ ଉପରେ ୩୪୪୦ କୋଟିର ଜଳକର ବାକି, ଓଡ଼ିଶାକୁ ନୋଟିସ୍

ଭୁବନେଶ୍ୱର, ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନ ଉପରେ ୩୪୪୦କୋଟି ଟଙ୍କାର ଜଳକର ଅନାଦେୟ ହେବା ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆରସି) ନୋଟିସ୍ ଜାରି କରିଛନ୍ତି । ରାଜ୍ୟ ମୁଖ୍ୟ ସଚିବ ଓ ଜଳସମ୍ପଦ ସଚିବଙ୍କୁ ୪ ସପ୍ତାହ ମଧ୍ୟରେ ଏନେଇ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ନଦୀ ଜଳ ଉପଯୋଗ କରୁଥିବା ବିଭିନ୍ନ ଶିଳ୍ପ ସଂସ୍ଥାଠୁ ବର୍ଷ ବର୍ଷ ଧରି ଜଳକର ଆଦାୟ ହେଉନଥିବା ନେଇ ମାନବାଧିକାର କର୍ମୀ ଅଖଣ୍ଡଙ୍କ ଆବେଦନ ଉପରେ କମିଶନ ଏହି ନୋଟିସ୍ ଜାରି କରିଛନ୍ତି । ସେ ତାଙ୍କ ଆବଦେନରେ ଅଭିଯୋଗ କରିଛନ୍ତି ଯେ, ମହାନଦୀ ଓ ବ୍ରାହ୍ମଣୀରୁ ବହୁସଂଖ୍ୟକ ଶିଳ୍ପାନୁଷ୍ଠାନକୁ ଜଳ ଆବଣ୍ଟିତ ହୋଇଛି । ୨୦୧୦ରୁ ୨୦୧୭ ମସିହା ମଧ୍ୟରେ ୧୧୩ଟି କମ୍ପାନୀକୁ ମୋଟ ୧୨୨୯.୮୫୭ କ୍ୟୁସେକ ଜଳ ବିଭିନ୍ନ ନଦୀରୁ ବିଶେଷକରି ମହାନଦୀରୁ ଆବଣ୍ଟିତ ହୋଇଛି । ଏହି ନଦୀ ଜଳ ଉପଯୋଗ ବାବଦରେ ଶିଳ୍ପ ସଂସ୍ଥାଗୁଡ଼ିକ ଉପରେ ୩୪୪୦କୋଟି ଟଙ୍କା ଜଳକର ବାବଦ ବକେୟା ଅଛି । ଯଦି ଏହି ବକେୟା ଜଳକର ଓ ତା’ର ସୁଧକୁ ହିସାବକୁ ନିଆଯିବ ତା’ହେଲେ ପ୍ରାୟ ୫ହଜାର କୋଟି ଟଙ୍କା ଶିଳ୍ପ ସଂସ୍ଥାଗୁଡ଼ିକ ଉପରେ ବାକି ରହିଛି ବୋଲି ଅଖଣ୍ଡ ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top