Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ତୈଳ ଦର ବିରୋଧରେ ବିଜେଡିର ତିନିଦିନିଆ ରାଜ୍ୟବ୍ୟାପୀ ବିକ୍ଷୋଭ ଆରମ୍ଭ

ଭୁବନେଶ୍ୱର,: ଗତ ୪ବର୍ଷ ମଧ୍ୟରେ କେନ୍ଦ୍ରରେ ଥିବା ଏନ୍‍ଡିଏ ମେଣ୍ଟ ସରକାର ଅମଳରେ ପେଟ୍ରୋଲ ଲିଟର ୭୭ ଓ ଡିଜେଲ୍‍ ଲିଟର ୭୩ ଟଙ୍କା ଟପିସାରିଲାଣି । ସୋମବାର ଏପରି ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦମୂଳକ ଧାରଣା ଦିଆଯାଇଥିଲା । ଏହି ଦରବୃଦ୍ଧିକୁ ପ୍ରତିବାଦ କରି ରାଜଭବନ ସମ୍ମୁଖରେ ଆଜି ବିଜେଡି କର୍ମକର୍ତ୍ତାମାନେ ଧାରଣା ଦେବା ସହ ପ୍ରତିବାଦ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଜେଡିର ଏକ ୩୦ଜଣିଆ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଉପସ୍ଥିତ ନେତୃବୃନ୍ଦ ଧାରଣାସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ନିଜ ନିଜ ବକ୍ତବ୍ୟରେ କହିଛନ୍ତି ଯେ ଗତ ୪ବର୍ଷ ମଧ୍ୟରେ କେନ୍ଦ୍ରରେ ବିଜେପି ନେତୃତ୍ୱରେ ଗଠିତ ଏନ୍‍ଡିଏ ସରକାର ଅମଳରେ ପେଟ୍ରୋଲ ଓ ଡିଜେଲ୍‍ ଦର କ୍ରମାଗତ ଭାବେ ବଢ଼ି ଚାଲିଛି । ଅଥଚ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବାରମ୍ବାର ହ୍ରାସ ପାଇଛି । ସବୁଠାରୁ କ୍ଷୋଭର ବିଷୟ ହେଲା ଯେ ଆନ୍ତର୍ଜାତିକ ବଜାରରେ ତୈଳ ଦର କମିବା ପ୍ରଭାବ ଆମ ଦେଶରେ ପେଟ୍ରୋଲ ଓ ଡିଜେଲ୍‍ର ବର୍ଦ୍ଧିତ ଦରକୁ ଆଦୌ ପ୍ରଭାବିତ କରିପାରି ନାହିଁ । ବରଂ କେନ୍ଦ୍ର ସରକାର ବାରମ୍ବାର ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିବାରୁ ପେଟ୍ରୋଲ ଓ ଡିଜେଲ୍‍ ଦର ବଢ଼ି ଏବେ ଆକାଶଛୁଆଁ ହେଲାଣି । ସେଥିରେ ଜିଏସ୍‍ଟି ପ୍ୟାନେଲ୍‍ ମୁଖ୍ୟ ତଥା ବିହାର ଅର୍ଥମନ୍ତ୍ରୀ ସୁଶୀଲ କୁମାର ମୋଦି କହିଛନ୍ତି, ପେଟ୍ରୋଲ ଜାତ ଦ୍ରବ୍ୟଗୁଡିକୁ ଜିଏସ୍‍ଟି ଅନ୍ତର୍ଭୁକ୍ତ କରାଯିବା ନେଇ ହେଉଥିବା ଆଲୋଚନା ସଂପୂର୍ଣ୍ଣ ଅମୂଳକ । ତେଣୁ ପେଟ୍ରୋଲିୟମ୍‍ ମନ୍ତ୍ରୀ ଏହା ପୂର୍ବରୁ ପେଟ୍ରୋଲ ଓ ଡିଜେଲ୍‍କୁ ଜିଏସ୍‍ଟି ଅନ୍ତର୍ଭୁକ୍ତ କରିବା ଲାଗି କେନ୍ଦ୍ର ସରକାର ବିିଚାରବିମର୍ଶ ଚଳାଇଥିବା ନେଇ ଦେଇଥିବା ବିବୃତି ତାଙ୍କର ଏକ ସୁଆଙ୍ଗ ବ୍ୟତୀତ ଆଉ କିଛି ନୁହେଁ । ପେଟ୍ରୋଲ ଓ ଡିଜେଲ୍‍ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ପାଇଁ ବିଜେଡି କରିଥିବା ଯଥାର୍ଥ ଦାବିକୁ ମହାମହିମ ରାଷ୍ଟ୍ରପତି ଉପଲବ୍ଧି କରିବା ସହ ଉପଯୁକ୍ତ ବିଚାର କରିବେ ବୋଲି ଆମେ ଆଶା କରୁଛୁ । ଆମ ରାଜ୍ୟ ସମେତ ସାରା ଦେଶର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବା ଦାୟିତ୍ୱ ହେଉଛି କେନ୍ଦ୍ରର । ସେଥିଯୋଗୁ ଉତ୍ପାଦ ଶୁଳ୍କ ହ୍ରାସ ପାଇଁ ରାଷ୍ଟ୍ରପତି ହସ୍ତକ୍ଷେପ କରିବାକୁ ଉପସ୍ଥିତ ବିଜେଡି ନେତୃବୃନ୍ଦ ଦାବି କରିଥିଲେ । ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଶଶୀଭୂଷଣ ବେହେରା, ପ୍ରଫୁଲ୍ଲ ସାମଲ, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଡ. ଅରୁଣ କୁମାର ସାହୁ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲିକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରଭାତ କୁମାର ତ୍ରିପାଠୀ, ପ୍ରଶାନ୍ତ କୁମାର ଜଗଦେବ, ଦେବାଶିଷ ନାୟକ, ପ୍ରଣବ କୁମାର ବଳବନ୍ତରାୟ, ବ୍ୟୋମକେଶ ରାୟ, କିଶୋର ଚନ୍ଦ୍ର ତରାଇ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ରଘୁନାଥ ସାହୁ, ରବି ନାରାୟଣ ପାଣି, ରାଜ୍ୟ ସଂପାଦକ ବିଜୟ ନାୟକ, ସମ୍ବିତ ରାଉତରାୟ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ମହାସଚିବ ଶିଶିର ପରିଜା, ଉପଦେଷ୍ଟା ଅମରେଶ ଜେନା, କୁନବିହାରୀ ଦାସ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ମେୟର ମିହିର କୁମାର ମହାନ୍ତି, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ମୁଖପାତ୍ର ସୁଲୋଚନା ଦାସ, ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ସୁଲତା ଦେଓ, ଗୀତା ବସ୍ତିଆ, ସଂଯୁକ୍ତା ମହଲ, ଏଲିନା ଦାଶ ପ୍ରମୁଖ ଏହି ଧାରଣା ଓ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top